Get Updates
Get notified of breaking news, exclusive insights, and must-see stories!

ଜନ୍ମାଷ୍ଟମୀରେ କିପରି କରିବେ ଉପବାସ , ଜାଣନ୍ତୁ ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି

Krishna Janmashtami 2022 Date :ଜନ୍ମାଷ୍ଟମୀରେ କିପରି କରିବେ ଉପବାସ

ଭୁବନେଶ୍ୱର: ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ ଶ୍ରୀକୃଷ୍ଣଙ୍କ ଜନ୍ମଦିନ । ଯାହାକୁ ଲୋକେ ଜନ୍ମାଷ୍ଟମୀ ଭାବେ ପାଳନ କରନ୍ତି । ଏହି ଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ରୋହିଣୀ ନକ୍ଷତ୍ର ମଧ୍ୟରାତ୍ରରେ ହୋଇଥିଲା । ଏହି ଦିନକୁ ଭକ୍ତମାନେ ବେଶ୍ ଧୂମଧାମରେ ପାଳନ କରିଥାନ୍ତି । ଜନ୍ମାଷ୍ଟମୀ ଦିନ ପ୍ରତ୍ୟକ ମନ୍ଦିରରେ ଖାସ୍ ସଜାସଜି ହେବା ସହ ଶ୍ରୀକୃଷ୍ଣଙ୍କ ଶୃଙ୍ଗାର କରି ତାଙ୍କୁ ଦୋଳିରେ ବସା ଯାଇଥାଏ ।ଏପରିକି ଅନେକ ଭକ୍ତ ଘରେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ଦୋଳିରେ ବସାଇ ପୂଜା କରିଥାନ୍ତି ।

Janmashtami

ତେବେ ଏଥର ଜନ୍ମାଷ୍ଟମୀ ଅଗଷ୍ଟ ୧୮ ତାରିଖରେ ପଡୁଛି । ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଗଣନା ପଦ୍ଧତିର ବୈଷମ୍ୟ ଯୋଗୁଁ ଜନ୍ମାଷ୍ଟମୀ ପାଳନ ଗୋଟିଏ ଦିନ ଆଗପଛରେ ମଧ୍ୟ କରାଯାଇଥାଏ । ଏଥର ମଧ୍ୟ କିଛି ସ୍ଥାନରେ ଅଗଷ୍ଟ ୧୮ରେ ପୂଜା କରାଯାଉଥିବା ବେଳେ ଆଉ କେଉଁଠି ୧୯ ତାରିଖରେ ମଧ୍ୟ ଜନ୍ମାଷ୍ଟମୀ ପୂଜା କରାଯିବ । ତେବେ ୧୮ ତାରିଖ ରାତି ୧୨ ଟାରୁ ୧୨ ଟା ୪୭ ହେଉଛି ପୂଜା କରିବାର ଉଚିତ ସମୟ ।

2

ତେବେ ଜନ୍ମାଷ୍ଟମୀ ଦିନ ଭୁଲରେ ଏହି ସବୁ କାମ କରନ୍ତୁ ନାହିଁ

- ଯଦି ଆପଣ ଜନ୍ମାଷ୍ଟମୀ ବ୍ରତ ରଖୁଛନ୍ତି ତେବେ ରାତି ୧୨ଟା ପୂର୍ବରୁ ନିଜ ବ୍ରତ ଖୋଲନ୍ତୁ ନାହିଁ । କାରଣ ଏଥର ପୂଜା ସମୟ ୧୮ ତାରିଖ ରାତି ୧୨ ଟାରୁ ୧୨ ଟା ୪୭ ମଧ୍ୟରେ ରହିଛି ଏହା ପୂର୍ବରୁ ବ୍ରତ ଖୋଲିଲେ ଆପଣଙ୍କ ବ୍ରତ ଅଧୁରା ରହିଯିବ ।

- ପୂଜାଦିନ ଅର୍ଥାତ୍ ଜନ୍ମାଷ୍ଟମୀ ଦିନ ଗୋସେବା କରିବା ଭୁଲନ୍ତୁ ନାହିଁ । ଭଗବାନ କୃଷ୍ଣ ଗାଈଙ୍କୁ ବହୁତ ଭଲ ପାଉଥିଲେ। ଏପରିକି ପିଲାଦିନରୁ ହିଁ ସେ ଗୋସେବା କରୁଥିଲେ । ବିଶ୍ବାସ ରହିଛି ଯେ ଯେଉଁମାନେ ଗାଈଙ୍କ ପୂଜା କରିଥାନ୍ତି ତାଙ୍କୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ମିଳିବା ସହ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।

- ଏହି ଦିନ କାହାରି ଅପମାନ କରନ୍ତୁ ନାହିଁ । ଭଗବାନ କୃଷ୍ଣଙ୍କ ଦୃଷ୍ଟିରେ ଧନୀ ,ଗରିବ ସମସ୍ତ ଭକ୍ତ ସମାନ। କୌଣସି ଗରିବଙ୍କ ଅପମାନ କରିବା ଅନୁଚିତ୍ ।

- ଘରେ ରସୁଣ,ପିଆଜ, ମାଂସ ଏବଂ ମଦ ଖାଇବା ଅନୁଚିତ୍‌ ।

- ଜନ୍ମାଷ୍ଟମୀ ଦିନ ଚାଉଳ ଜାତୀୟ ଖାଦ୍ୟ ଖାଇବା ଅନୁଚିତ୍। ଏକାଦଶୀ ଏବଂ ଜନ୍ମାଷ୍ଟମୀ ଦିନ ଚାଉଳ ଏବଂ ଯଅରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ବର୍ଜିତ ବୋଲି କୁହାଯାଇଥାଏ ।

3

ଉପବାସ ରଖିବା ପୂର୍ବରୁ ଏହି ସବୁ କାମ କରନ୍ତୁ:

ଜ୍ୟୋତିଷଙ୍କ ଅନୁଯାୟୀ, ଭକ୍ତମାନେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପବାସ ପୂର୍ବରୁ ରାତିରେ ହାଲୁକା ଭୋଜନ କରିବା ଉଚିତ୍ । ଏଥି ସହିତ ବିଶେଷ କରି ଏହି ପର୍ବରେ କେବଳ କୃଷ୍ଣଙ୍କୁ ନୁହେଁ, ଆପଣ ସୂର୍ଯ୍ୟ, ସୋମ, ଯମ, କାଳ, ସଂଧି, ଭୂତ, ପବନ, ଭୂମି, ଆକାଶ ଓ ବ୍ରହ୍ମା ଆଦିଙ୍କୁ ନମସ୍କାର କରନ୍ତୁ ଏବଂ ପୂର୍ବ କିମ୍ବା ଉତ୍ତର ଆଡକୁ ମୁହଁକରି ବସନ୍ତୁ । ଏହା ପରେ ଭଗବାନ କୃଷ୍ଣଙ୍କ ପୂଜା କରିବା ଆରମ୍ଭ କରନ୍ତୁ ।

ଜନ୍ମାଷ୍ଟମୀ ପୂଜା ବିଧି

.ପ୍ରଥମେ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ ।

.ପ୍ରଭୁଙ୍କର ଆଣ୍ଠୁଆ ଗୋପାଳ ମୁର୍ତ୍ତି ,ଫଟୋକୁ ପ୍ରଥମେ ଗଙ୍ଗା ଜଳରେ ସ୍ନାନ କରାନ୍ତୁ ।

.ଏହାପରେ କ୍ଷୀର, ଦହି, ଘିଅ, ମହୁ ଓ ଗୁଡ଼ ମିଶାଇ ପଞ୍ଚାମୃତ ପ୍ରସ୍ତୁତ କରନ୍ତୁ । ଯେଉଁଥିରେ ଆଉ ଥରେ ପ୍ରଭୁଙ୍କ ମୁର୍ତ୍ତିକୁ ପଞ୍ଚାମୃତରେ ସ୍ନାନ କରାନ୍ତୁ ।

.ଏହାପରେ ପୁଣି ଶୁଦ୍ଧ ଜଳରେ ପ୍ରଭୁଙ୍କୁ ସ୍ନାନ କରାନ୍ତୁ

.ପ୍ରଭୁଙ୍କୁ ସୁନ୍ଦର ନୂତନ ବସ୍ତ୍ର ପିନ୍ଧାଇ ,ଚନ୍ଦନ,ଫୁଲ ଦେଇ ତାଙ୍କ ଶୃଙ୍ଗାର କରନ୍ତୁ । ରାତି ୧୨ଟାରେ ପ୍ରଭୁଙ୍କ ନିକଟରେ ଭୋଗ ଦେଇ ଆଳତି କରନ୍ତୁ।

4
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+