ଏହି ବଲିଉଡ ଗାୟକଙ୍କୁ ସୋସିଆଲ ମିଡିଆରେ ବ୍ଲକ୍ କଲେ ବିରାଟ କୋହଲି
Virat Kohali- Rahul Vaidya: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କର ଅନେକ ବଲିଉଡ କଳାକାରଙ୍କ ସହ ବନ୍ଧୁତା ରହିଛି । ହେଲେ ଏପରି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କ ସହ କୋହଲିଙ୍କର ରହିଛି ବିବାଦ । ତେବେ ଏହା ଆମେ ନୁହେଁ ବରଂ ସିଙ୍ଗର ରାହୁଲ ବୈଦ୍ୟ ଦାବି କରିଛନ୍ତି । ତେବେ ବିରାଟ କୋହଲି ଗାୟକଙ୍କ ଉପରେ ଏତେ ରାଗି ଯାଇଛନ୍ତି ଯେ, ତାଙ୍କୁ ଇନଷ୍ଟାଗ୍ରାମରେ ବ୍ୟାନ୍ ମଧ୍ୟ କରିଛନ୍ତି ।
ରାହୁଲ ବୈଦ୍ୟ କହିଛନ୍ତି-ମୁଁ ଏ ବିଷୟରେ ଅଧିକ ଜାଣି ନାହିଁ ହେଲେ ବିରାଟ ମୋତେ ଇନଷ୍ଟାଗ୍ରାମରେ ବ୍ୟାନ୍ କରିଛନ୍ତି । ହେଲେ ଏହାର କାରଣ ମଧ୍ୟ ମୁଁ ଜାଣି ନାହିଁ । ସେ ଆମ ଦେଶର ସର୍ବୋତ୍ତମ ବ୍ୟାଟ୍ସମ୍ୟାନ୍ମାନଙ୍କ ମଧ୍ୟରୁ ଜଣେ। ସେ ଏହା ମଧ୍ୟ କହିଛନ୍ତି ଯେ, ମୋତେ ସେ କାହିଁକି ବ୍ଲକ୍ କରିଛନ୍ତି ମୁଁ ଜାଣି ନାହିଁ ।

ରାହୁଲ ବୈଦ୍ୟ ଅନେକ ବଲିଉଡ ଗୀତ ଗାଇଛନ୍ତି ଏହା ବ୍ୟତୀତ ସେ 'ବିଗ୍ ବସ୍ 14'ରେ ମଧ୍ୟ ନଜର ଆସିଥିଲେ । ସେ ସୋ'ର ପ୍ରଥମ ରନର୍ ଅପ୍ ହୋଇଥିଲେ। ସେହିପରି ସେ ଅକେନ ରିଆଲିଟି ସୋ'ରେ ମଧ୍ୟ ଦେଖିବା ପାଇଁ ମିଳିଥିଲେ । 2021 ମସିହାରେ ରାହୁଲ ଟିଭି ଅଭିନେତ୍ରୀ ଦିଶା ପରମାରଙ୍କୁ ବିବାହ କରିଥିଲେ।
ଅନ୍ୟପକ୍ଷରେ ଯଦି ବିରାଟ କୋହଲିଙ୍କ ବିଷୟରେ ଆଲୋଚନା କରିବା, ତେବେ କୁହାଯାଉଛି କ୍ରିକେଟର ଖୁବ୍ ଶୀଘ୍ର ନିଜ ପତ୍ନୀ ଅନୁଷ୍କା ଏବଂ ପିଲାଙ୍କ ସହ ଭାରତ ଛାଡି ଲଣ୍ତନରେ ସେଟେଲ୍ ହୋଇପାରନ୍ତି ।












Click it and Unblock the Notifications