ଭାରତର ଏହି ରାଜ୍ୟରେ ବ୍ରିଟିସ୍ ମାନେ କରିପାରି ନଥିଲେ ଏଣ୍ଟ୍ରୀ
Know Why Did The British Not Conquer Goa: ବ୍ରିଟିଶମାନେ ବିଭାଜନ ଏବଂ ଶାସନ ନୀତି ମାଧ୍ୟମରେ ପ୍ରାୟ ସମଗ୍ର ଭାରତରେ ରାଜ୍ କରିଥିଲେ । ସେମାନେ ଆମ ଦେଶରୁ ବହୁ ଟଙ୍କା ଲୁଟି ନେଇଥିଲେ। ଏପରି ଏକ ସମୟ ଥିଲା ଯେତେବେଳେ ଦୁନିଆର ପ୍ରାୟ 70 ପ୍ରତିଶତ ଦେଶ ବ୍ରିଟିଶଙ୍କ ଅଧୀନରେ ଥିଲା । ଆମେରିକାରେ ଏକଦା ବ୍ରିଟିଶମାନଙ୍କ ଅଧିନରେ ଥିଲା । ହେଲେ ଭାରତର ଏପରି ଏକ ରାଜ୍ୟ ଥିଲା ଯେଉଁଠି ବ୍ରିଟିସ୍ ମାନେ କେବେ ବି ଏଣ୍ଟ୍ରି କରିପାରି ନଥିଲେ । ତେବେ ଚାଲନ୍ତୁ ଜାଣିବା ଶକ୍ତିସାଳୀ ବ୍ରିଟିସକୁ ଥିଲା କାହାର ଭୟ ।

ଭାରତର ଏହି ରାଜ୍ୟରେ ବ୍ରିଟିସ୍ ମାନେ କରିପାରି ନଥିଲେ ଏଣ୍ଟ୍ରୀ
ଶକ୍ତି ପ୍ରଦର୍ଶନ କରି ପ୍ରତ୍ୟେକ ଭାରତୀୟଙ୍କୁ ନିଜ ଦାସ ବନାଇ ରଖିଥିବା ବ୍ରିଟିଶର ଭାରତର ଏକ ରାଜ୍ୟରେ ଏଣ୍ଟ୍ରୀ କରି ପାରିନଥିଲେ । ଏବେ ଆପଣ ଭାବୁଥିବେ ଏତେ ଶକ୍ତିଶାଳୀ ହୋଇ ମଧ୍ୟ ଏହି ରାଜ୍ୟରେ କାହିଁକି ପଶିବା ପାଇଁ ସାହାସ କରିନଥିଲେ ବ୍ରିଟିଶର ମାନେ । ସ୍ୱଭାବରେ ବେଶ୍ ନିଷ୍ଠିର ଥିଲେ ଏମାନେ । ଭାରତ ଉପରେ ଆକ୍ରମଣ କରି ଲୁଟ୍ କରି ବିନାଶ ଘଟାଇଥିବା ବ୍ରିଟିଶମାନେ ଏହି ଲୁଣ୍ଠନର ଚରମ ସୀମାକୁ ନେଇଥିଲେ । ବ୍ରିଟିଶ ଭାରତକୁ 200 ବର୍ଷ ଶାସନ କରିଥିଲା ।
ହେଲେ ଗୋଆରେ କେବେ ନିଜ ଶାସନ କରିପାରି ନଥିଲେ ଇଂରେଜ ମାନେ । ହେଲେ ଗୋଆକୁ ମଧ୍ୟ ସେହି ସମୟରେ ସ୍ୱାଧୀନତା ମିଳିପାରି ନଥିଲା । ପର୍ତ୍ତୁଗୀଜମାନେ ଗୋଆକୁ କାବୁ କରି ପ୍ରାୟ 450 ବର୍ଷ ପର୍ଯ୍ୟନ୍ତ ଗୋଆ ଉପରେ ଶାସନ ଜାରି ରଖିଥିଲେ। ବ୍ରିଟିଶମାନେ ଭାରତ ଆସିବା ପୂର୍ବରୁ ଏବଂ ପରେ ଗୋଆ ପର୍ତ୍ତୁଗୀଜମାନଙ୍କ ଅଧିନରେ ଥିଲା ।
କେବେ ସ୍ୱାଧୀନ ହେଲା ଗୋଆ?
ଭାରତର ସ୍ୱାଧୀନତା ପରେ ପର୍ତ୍ତୁଗୀଜମାନେ ଗୋଆକୁ ଦୁଇ ଦଶନ୍ଧି ଧରି ଶାସନ କରିଥିଲେ। ଅବଶ୍ୟ, 19 ଡିସେମ୍ବର 1961 ରେ ଏହାକୁ ମୁକ୍ତ କରାଯାଇ ଭାରତରେ ସାମିଲ କରାଯାଇଥିଲା । ପର୍ତ୍ତୁଗୀଜମାନେ 1510 ମସିହାରେ ଗୋଆକୁ କାବୁ କରି ପ୍ରାଚୀନ ଭାରତରେ ସ୍ଥାୟୀ ଶାସନର ମୂଳଦୁଆ ପକାଇଥିଲେ । ଏବେ ପ୍ରଶ୍ନ ଉଠିଛି ଯେ ପର୍ତ୍ତୁଗୀଜମାନେ ସମଗ୍ର ଭାରତକୁ କାହିଁକି ଶାସନ କରିନଥିଲେ ? ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ସେହି ସମୟରେ ପର୍ତ୍ତୁଗୀଜ୍ମାନେ ସମଗ୍ର ଭାରତରେ ଶାସନ କରିବାରେ ସକ୍ଷମ ହୋଇନଥିଲେ, ସେଥିପାଇଁ ସେମାନେ କେବଳ ଗୋଆରେ ରାଜ କରୁଥିଲେ ।
କ୍ଷେତ୍ର ଦୃଷ୍ଟିରୁ ଗୋଆ ହେଉଛି ଭାରତର ସବୁଠାରୁ ଛୋଟ ରାଜ୍ୟ ହେଲେ ଜିଡିପି ଦୃଷ୍ଟିରୁ ଏହା ମଧ୍ୟ ଭାରତର ସବୁଠାରୁ ଧନୀ ରାଜ୍ୟ ଅଟେ। ଗୋଆର ଆୟର ମୁଖ୍ୟ ଉତ୍ସ ହେଉଛି ଟୁରୁଜିମ୍ । ଏଠାରେ ଥିବା ବେଳାଭୂମି ଦେଶ ତଥା ବିଶ୍ୱରେ ପ୍ରସିଦ୍ଧ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications