For Quick Alerts
Turn On Notification  
For Daily Alerts
Oneindia App Download

Christmas 2022: ଜାଣନ୍ତୁ କେଉଁ ଦେଶରେ ପାଳନ କରାଯାଏ ନାହିଁ ଖ୍ରୀଷ୍ଟମାସ

Christmas 2022: ଜାଣନ୍ତୁ କେଉଁ ଦେଶରେ ପାଳନ କରାଯାଏ ନାହିଁ ଖ୍ରୀଷ୍ଟମାସ

|

Christmas 2022: ୨୫ ଡିସେମ୍ବରରେ ପ୍ରାୟ ପ୍ରତ୍ୟେକ ଦେଶରେ ଖ୍ରୀଷ୍ଟମାସ ପାଳନ କରାଯାଏ, କିନ୍ତୁ ଏପରି କିଛି ଦେଶ ଅଛି ଯେଉଁଠାରେ ଖ୍ରୀଷ୍ଟମାସ ଉତ୍ସବ ସମ୍ପୂର୍ଣ୍ଣ ନିଷେଧ ଅର୍ଥାତ୍ ଏହି ଦେଶରେ କେବେ ପାଳନ ହୋଇ ନାହିଁ ଖ୍ରୀଷ୍ଟମାସ । ଯାହାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଭୁଟାନ - ଭୁଟାନରେ ଲୋକ ମାନେ ବୌଦ୍ଧ ଧର୍ମରେ ବିଶ୍ୱ ରଖନ୍ତି , ଖ୍ରୀଷ୍ଟିଆନ ଧର୍ମର ଲୋକମାନଙ୍କ ସଂଖ୍ୟା ଏହି ସ୍ଥାନରେ ଖୁବ କମ୍ । ରିପୋର୍ଟ ଅନୁସାରେ ପ୍ରାୟ ଏକ ପ୍ରତିଶତରୁ ବି କମ୍ ଖ୍ରୀଷ୍ଟିଆନ ଲୋକ ଏଠି ବସବାସ କରନ୍ତି । ଏହି ଦେଶର ଅର୍ଥାତ୍ ଭୁଟାନ କ୍ୟାଲେଣ୍ଡରରେ ମଧ୍ୟ ଖ୍ରୀଷ୍ଟମାସକୁ ସ୍ଥାନ ଦିଆଯାଇ ନାହିଁ ।

ପାକିସ୍ତାନ -ପାକିସ୍ତାନରେ ୨୫ ଡିସେମ୍ବରକୁ ଏକ ଛୁଟି ଦିନ ଭାବେ ଘୋଷଣା କରାଯାଇଛି ହେଲେ ଲୋକମାନେ ଏହି ଦିନକୁ ମହମ୍ମଦ ଅଲ୍ଲି ଜିନ୍ନାଙ୍କ ଜନ୍ମ ବାର୍ଷିକୀ ଭାବରେ ପାଳନ କରନ୍ତି । ଏଠାରେ ଖ୍ରୀଷ୍ଟମାସର କୌଣସି ବିଶେଷ ଉତ୍ସବ ପାଳନ କରାଯାଏ ନାହିଁ ।

Christmas 2022

ସୋମାଲିଆ - ଆଫ୍ରିକୀୟ ଦେଶ ସୋମାଲିଆରେ ୨୦୧୫ରେ ଧାର୍ମିକ ଆଇନ ଲାଗୁ ହେବା ପରେ ଏହି ଦେଶରେ ଖ୍ରୀଷ୍ଟମାସ ପର୍ବ ପାଳନ ଉପରେ ରୋକ ଲଗାଇଯାଇଥିଲା । ଧାର୍ମିକ ଭାବନା ଯୋଗୁଁ ଏଠାରେ ଖ୍ରୀଷ୍ଟମାସ ପାଳନ କରାଯାଏ ନାହିଁ ।

ଆଫଗାନିସ୍ତାନ - ଖ୍ରୀଷ୍ଟମାସ ଖ୍ରୀଷ୍ଟଧର୍ମର ଏକ ବିଶେଷ ପର୍ବ ଏବଂ ଆଫଗାନିସ୍ତାନରେ ଖ୍ରୀଷ୍ଟିଆନ ଏବଂ ଇସଲାମ ମଧ୍ୟରେ ଦୀର୍ଘ ବର୍ଷ ଧରି ଚାଲିଥିବା ବିବାଦ ପାଇଁ ଏଠାରେ କେବେ ହେଲେ ଖ୍ରୀଷ୍ଟମାସ ପାଳନ କରାଯାଏ ନାହିଁ । ଆଫଗାନିସ୍ତାନ ଏକ ଇସଲାମିକ ଦେଶ ଏବଂ ଏଠାରେ ରହୁଥିବା ମୁସଲମାନ ଧର୍ମର ଲୋକମାନେ ଖ୍ରୀଷ୍ଟିଆନ ପର୍ବ ପାଳନ କରିବାକୁ ବିରୋଧ କରିଥାନ୍ତି ।

ସେହିପରି ଇରାନ, ତୁର୍କୀ, ବାହରେନ, ଲିବିୟା, କମ୍ବୋଡିଆ ଏବଂ ଇସ୍ରାଏଲ ଭଳି ଦେଶରେ ମଧ୍ୟ ଖ୍ରୀଷ୍ଟମାସ ପାଳନ କରାଯାଏ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Christmas 2022: Know which countries do not celebrate Christmas
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X