Christmas 2022: ଜାଣନ୍ତୁ କେଉଁ ଦେଶରେ ପାଳନ କରାଯାଏ ନାହିଁ ଖ୍ରୀଷ୍ଟମାସ
Christmas 2022: ଜାଣନ୍ତୁ କେଉଁ ଦେଶରେ ପାଳନ କରାଯାଏ ନାହିଁ ଖ୍ରୀଷ୍ଟମାସ
Christmas 2022: ୨୫ ଡିସେମ୍ବରରେ ପ୍ରାୟ ପ୍ରତ୍ୟେକ ଦେଶରେ ଖ୍ରୀଷ୍ଟମାସ ପାଳନ କରାଯାଏ, କିନ୍ତୁ ଏପରି କିଛି ଦେଶ ଅଛି ଯେଉଁଠାରେ ଖ୍ରୀଷ୍ଟମାସ ଉତ୍ସବ ସମ୍ପୂର୍ଣ୍ଣ ନିଷେଧ ଅର୍ଥାତ୍ ଏହି ଦେଶରେ କେବେ ପାଳନ ହୋଇ ନାହିଁ ଖ୍ରୀଷ୍ଟମାସ । ଯାହାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ଭୁଟାନ - ଭୁଟାନରେ ଲୋକ ମାନେ ବୌଦ୍ଧ ଧର୍ମରେ ବିଶ୍ୱ ରଖନ୍ତି , ଖ୍ରୀଷ୍ଟିଆନ ଧର୍ମର ଲୋକମାନଙ୍କ ସଂଖ୍ୟା ଏହି ସ୍ଥାନରେ ଖୁବ କମ୍ । ରିପୋର୍ଟ ଅନୁସାରେ ପ୍ରାୟ ଏକ ପ୍ରତିଶତରୁ ବି କମ୍ ଖ୍ରୀଷ୍ଟିଆନ ଲୋକ ଏଠି ବସବାସ କରନ୍ତି । ଏହି ଦେଶର ଅର୍ଥାତ୍ ଭୁଟାନ କ୍ୟାଲେଣ୍ଡରରେ ମଧ୍ୟ ଖ୍ରୀଷ୍ଟମାସକୁ ସ୍ଥାନ ଦିଆଯାଇ ନାହିଁ ।
ପାକିସ୍ତାନ -ପାକିସ୍ତାନରେ ୨୫ ଡିସେମ୍ବରକୁ ଏକ ଛୁଟି ଦିନ ଭାବେ ଘୋଷଣା କରାଯାଇଛି ହେଲେ ଲୋକମାନେ ଏହି ଦିନକୁ ମହମ୍ମଦ ଅଲ୍ଲି ଜିନ୍ନାଙ୍କ ଜନ୍ମ ବାର୍ଷିକୀ ଭାବରେ ପାଳନ କରନ୍ତି । ଏଠାରେ ଖ୍ରୀଷ୍ଟମାସର କୌଣସି ବିଶେଷ ଉତ୍ସବ ପାଳନ କରାଯାଏ ନାହିଁ ।

ସୋମାଲିଆ - ଆଫ୍ରିକୀୟ ଦେଶ ସୋମାଲିଆରେ ୨୦୧୫ରେ ଧାର୍ମିକ ଆଇନ ଲାଗୁ ହେବା ପରେ ଏହି ଦେଶରେ ଖ୍ରୀଷ୍ଟମାସ ପର୍ବ ପାଳନ ଉପରେ ରୋକ ଲଗାଇଯାଇଥିଲା । ଧାର୍ମିକ ଭାବନା ଯୋଗୁଁ ଏଠାରେ ଖ୍ରୀଷ୍ଟମାସ ପାଳନ କରାଯାଏ ନାହିଁ ।
ଆଫଗାନିସ୍ତାନ - ଖ୍ରୀଷ୍ଟମାସ ଖ୍ରୀଷ୍ଟଧର୍ମର ଏକ ବିଶେଷ ପର୍ବ ଏବଂ ଆଫଗାନିସ୍ତାନରେ ଖ୍ରୀଷ୍ଟିଆନ ଏବଂ ଇସଲାମ ମଧ୍ୟରେ ଦୀର୍ଘ ବର୍ଷ ଧରି ଚାଲିଥିବା ବିବାଦ ପାଇଁ ଏଠାରେ କେବେ ହେଲେ ଖ୍ରୀଷ୍ଟମାସ ପାଳନ କରାଯାଏ ନାହିଁ । ଆଫଗାନିସ୍ତାନ ଏକ ଇସଲାମିକ ଦେଶ ଏବଂ ଏଠାରେ ରହୁଥିବା ମୁସଲମାନ ଧର୍ମର ଲୋକମାନେ ଖ୍ରୀଷ୍ଟିଆନ ପର୍ବ ପାଳନ କରିବାକୁ ବିରୋଧ କରିଥାନ୍ତି ।
ସେହିପରି ଇରାନ, ତୁର୍କୀ, ବାହରେନ, ଲିବିୟା, କମ୍ବୋଡିଆ ଏବଂ ଇସ୍ରାଏଲ ଭଳି ଦେଶରେ ମଧ୍ୟ ଖ୍ରୀଷ୍ଟମାସ ପାଳନ କରାଯାଏ ନାହିଁ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ











Click it and Unblock the Notifications