chandra grahan 2023:ଜାଣନ୍ତୁ ଭାରତରେ କେଉଁ ସମୟରେ ଦୃଶ୍ୟମାନ ହେବ ଉପଛାୟା ଚନ୍ଦ୍ରଗ୍ରହଣ
lunar eclipse 2023: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୩୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଛି । ୦୫ ମେ' ୨୦୨୩ ରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ବର୍ଷର ପ୍ରଥମ ଉପଛାୟା ଚନ୍ଦ୍ରଗ୍ରହଣ । ଯାହା ଅନେକ ଦେଶରେ ଦୃଶ୍ୟମାନ ହେବା ପାଇଁ ଯାଉଛି । ଧାର୍ମିକ ଦୃଷ୍ଟିକୋଣରୁ ରାହୁ ପ୍ରତିଶୋଧ ନେବା ସମୟରେ ଚନ୍ଦ୍ରକୁ ଗ୍ରାସ କରିଥାଏ । ତେବେ ଚାଲନ୍ତୁ ଜାଣିବା ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଭାରତରେ କେଉଁ ସମୟରେ ହେବ ଦୃଶ୍ୟମାନ ।
ଚନ୍ଦ୍ର ଗ୍ରହଣ ସମୟ
ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆସନ୍ତା ମେ ୫ ତାରିଖ ଶୁକ୍ରବାର ଦିନ ହେବ । ରାତି ୮:୪୫ରୁ ଆରମ୍ଭ ହୋଇ ରାତି ୧ଟାରେ ଛାଡିବ । ଗ୍ରହଣର ପରମଗ୍ରାସ ସମୟ ରାତି ୧୦.୫୩ମିନିଟ୍ । ଏହି ଚନ୍ଦ୍ରଗ୍ରହଣକୁ ଉପଚ୍ଛାୟା ଚନ୍ଦ୍ର ଗ୍ରହଣ ବା ପେନମ୍ବ୍ରାଲ୍ ଚନ୍ଦ୍ରଗ୍ରହଣ ବୋଲି କୁହାଯାଉଛି । ଏହି ଚନ୍ଦ୍ରଗ୍ରହଣ ପ୍ରାୟ ୪ ଘଣ୍ଟା ୧୪ ମିନିଟ୍ ପର୍ଯ୍ୟନ୍ତ ଲାଗିବ ।

ଭାରତରେ କେଉଁ ସମୟରେ ଦୃଶ୍ୟମାନ ହେବ ଚନ୍ଦ୍ର ଗ୍ରହଣ
ବୁଦ୍ଧ ପୂର୍ଣ୍ଣିମା ଦିନ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେଣୁ ଭାରତରେ ଏହାର ପ୍ରଭାବ ରହିବ ନାହିଁ ତେଣୁ ଏଠାରେ ସୂତାକ ସମୟ ମଧ୍ୟ ହେବ ନାହିଁ । ତେଣୁ ଭାରତରେ ପୂଜାପାଠ କିମ୍ବା ଧାର୍ମିକ କାର୍ଯ୍ୟ ଉପରେ ଏହାର କୌଣସି ପ୍ରତିବନ୍ଧକ ରହିବ ନାହିଁ
ଉପଛାୟା ଚନ୍ଦ୍ରଗ୍ରହଣ କ'ଣ?
ସୂର୍ଯ୍ୟ,ପୃଥିବୀ ଏବଂ ଚନ୍ଦ୍ର, ଏହି ତିନୋଟି ଗ୍ରହ ପାଇଁ ଗ୍ରହଣ ଲାଗିଥାଏ । ଚନ୍ଦ୍ର ଗ୍ରହଣ ତିନି ପ୍ରକାରର ହୋଇଥାଏ । ପୂର୍ଣ୍ଣ, ଆଶିଂକ ଓ ଉପଛାୟା । ସେହିପରି ପୃଥିବୀର ମଧ୍ୟ ଦୁଇ ପ୍ରକାରର ଛାଇ ରହିଛି । ପ୍ରଥମଟି ହେଲା ଛାୟା ଯାହା ଏକ ଗାଢା କଳା ରଙ୍ଗର ଛାଇ । ଯାହା ଖାଲି ଆଖିରେ ଦୃଶ୍ୟମାନ ହୋଇଥାଏ । ଦ୍ୱିତୀୟଟି ହେଉଛି ଉପଛାୟା, ଯାହା ଏକ ଫିକା କଳା ଛାଇ । ଯାହାକୁ ଖାଲି ଆଖିରେ ଦେଖିବା କଷ୍ଟକର ।












Click it and Unblock the Notifications