ଜାଣନ୍ତୁ ଆପଣଙ୍କ ସହରର ଆଜିର ସୁନା ଦର
Gold Price In India: ସପ୍ତାହର ପ୍ରଥମ ଦିନ ସୋମବାର ବାର ନଭେମ୍ବର 18 ରେ ସୁନା ମୂଲ୍ୟ ହ୍ରାସ ପାଇଛି । ଗତ ଏକ ସପ୍ତାହରେ ସୁନା 3700 ଟଙ୍କା ହ୍ରାସ ପାଇଛି। ରୂପା ଦର ମଧ୍ୟ ଆଜି ଶସ୍ତା ହୋଇଛି । ତେବେ ଆଗାମୀ ଦିନରେ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇପାରେ । ସେ ଦୃଷ୍ଟିରୁ ବର୍ତ୍ତମାନ ସୁନା ଓ ରୂପା କିଣିବାର ଏକ ଭଲ ସୁଯୋଗ ରହିଛି ।
ଦେଶର ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ 75 ହଜାରରୁ ଅଧିକ ଏବଂ 22 କ୍ୟାରେଟ୍ ସୁନା ହାର 69 ହଜାର ଟଙ୍କା ରହିଛି। ଗତ ଏକ ସପ୍ତାହରେ ରୂପା ମୂଲ୍ୟ 4500 ଟଙ୍କା ହ୍ରାସ ପାଇଥିବା ବେଳେ ଆଜି ନଭେମ୍ବର 18, ସୋମବାର ଦିନ ରୂପା କିଲୋଗ୍ରାମ 89,400 ଟଙ୍କା ରହିଛି । ଚାଲନ୍ତୁ ଜାଣିବା ଭାରତର କିଛି ବଡ଼ ସହରର ସୁନା ମୂଲ୍ୟ ।

ଦିଲ୍ଲୀରେ ଆଜି 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 75 ହଜାର 790 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 69,490 ଟଙ୍କା ରହିଛି । ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 75,640 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମକୁ 69,340 ଟଙ୍କା ରହିଛି । କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 69,340 ଟଙ୍କା 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 75,640 ଟଙ୍କା ରହିଛି ।
ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 69,340 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମକୁ 75,640 ଟଙ୍କା ରହିଛି । ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 69,390 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 75,690 ଟଙ୍କା ରହିଛି ।
ଲକ୍ଷ୍ନୌରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 69,500 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 75,790 ଟଙ୍କା ରହିଛି। ଜୟପୁରରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 69,490 ଟଙ୍କା 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 75,790 ଟଙ୍କା ରହିଛି । ପାଟନାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 69,390 ଟଙ୍କା 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 75,700 ଟଙ୍କା ରହିଛି । ହାଇଦ୍ରାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 69,340 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 75,640 ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନା 10 ଗ୍ରାମ ପ୍ରତି 69,950 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ଦର 10 ଗ୍ରାମକୁ 76,310 ଟଙ୍କା ରହିଛି ।












Click it and Unblock the Notifications