Gold Price: ସୁନା ଦରରେ ଲାଗୁନି ବ୍ରେକ୍, ଜାଣନ୍ତୁ ଆଜିର ସୁନା-ରୂପା ଦର
Gold- Silver Price: ଦେଶରେ କ୍ରମାଗତ ଭାବରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁନା ପ୍ରାୟ 80 ହଜାର ଟଙ୍କାରେ ପହଞ୍ଚିଛି । ଡିସେମ୍ବର 12 ଗୁରୁବାର ଦିନ 10 ଗ୍ରାମ ସୁନା ମୂଲ୍ୟ 900 ଟଙ୍କା ବୃଦ୍ଧି ପାଇଛି। ଦେଶର ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ 79,600 ହଜାର ଟଙ୍କା । 22 କ୍ୟାରେଟ୍ ସୁନା ଦର 73 ହଜାରରୁ ଅଧିକ ରହିଛି । ଅ ଆଗାମୀ ଦିନରେ ସୁନା ଓ ରୂପା ଦର ଅଧିକ ମହଙ୍ଗା ହେବାକୁ ଯାଉଛି।
ରୂପା ମୂଲ୍ୟ ମଧ୍ୟ ଗୁରୁବାର ଦିନ 1000 ଟଙ୍କା ହ୍ରାସ ପାଇଛି। ଡିସେମ୍ବର 12 ରେ, ଏକ କିଲୋଗ୍ରାମ ରୂପା ହାର 95,500 ଟଙ୍କା ରହିଛି । ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 79 ହଜାର 620 ଟଙ୍କା ରହିଛି ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,000 ଟଙ୍କା ରହିଛି । ସେହିପରି ମୁମ୍ବାଇରେ 24 କ୍ୟାରେଟ୍ ସୁନା 10 ଗ୍ରାମ ମୂଲ୍ୟ 79,470 ଟଙ୍କା 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 72,850 ଟଙ୍କା ରହିଛି ।

କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 72,850 ଟଙ୍କା 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 79,470 ଟଙ୍କା ରହିଥିବା ବେଳେ ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 72,850 ଟଙ୍କା ରହିଛି ସେହିପରି 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 79,470 ଟଙ୍କା । ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 72,900 ଟଙ୍କା 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 79,520 ଟଙ୍କା ରହିଛି ।












Click it and Unblock the Notifications