ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ବଢିଲା ସୁନା-ରୂପା ଦର, ଜାଣନ୍ତୁ କେଉଁ ସହରରେ ରହିଛି କେତେ ମୂଲ୍ୟ
Gold Silver Price Today: ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ବଢିଲା ସୁନା ରୂପା ମୂଲ୍ୟ । ସୋମବାର ଦିନ ସାରା ଦେଶରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯିବ । ଏହି ଅବସରରେ ଭାଇ ଭଉଣୀକୁ ଉପହାର ଦେଇଥାଏ । ଯଦି ଆପଣ ଚିନ୍ତା କରୁଛନ୍ତି ନିଜ ଭଉଣୀ କିମ୍ବା ଭାଇକୁ ଉପହାର ଦେବା ପାଇଁ ତେବେ ଆଜିର ସୁନା ରୂପା ଦର ଉପରେ ନଜର ପକାନ୍ତୁ । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି ଯ ଶୁକ୍ରବାର ଦିନ ଏହା 1869 ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମରେ 81,930 ଟଙ୍କାରେ ପହଞ୍ଚିଛି। ଅଗଷ୍ଟ 14 ରେ ରୂପା କିଲୋଗ୍ରାମରେ 80,061 ଟଙ୍କା ରହିଥିଲା ।
ରୂପା ବ୍ୟତୀତ ଶୁକ୍ରବାର ଦିନ ସୁନା ଦର ମଧ୍ୟ ବୃଦ୍ଧି ପାଉଛି। ଫ୍ୟୁଚର ବଜାରରେ 10 ଗ୍ରାମ ପ୍ରତି 230 ଟଙ୍କା ବୃଦ୍ଧି ସହିତ ସୁନା 70,366 ଟଙ୍କା ମୂଲ୍ୟରେ ପହଞ୍ଚିଛି। ବୁଧବାର ଦିନ ସୁନା ଦର 10 ଗ୍ରାମ ପ୍ରତି 70,136 ଟଙ୍କା ରହିଥିଲା ।

ଦେଶର ପ୍ରମୁଖ ସହରଗୁଡ଼ିକରେ ସୁନା ଓ ରୂପା ମୂଲ୍ୟ ପକାନ୍ତୁ ନଜର
ଦିଲ୍ଲୀରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପ୍ରତି 71,770 ଟଙ୍କା ଏବଂ ରୂପା କିଲୋଗ୍ରାମ 84,000 ଟଙ୍କା ରହିଛି ।
ମୁମ୍ବାଇରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପ୍ରତି 71,620 ଟଙ୍କା ଏବଂ ରୂପା କିଲୋଗ୍ରାମରେ 84,000 ଟଙ୍କାରେ ରହିଛି ।
ଚେନ୍ନାଇରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 71,620 ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ 89,000 ରହିଛି ।
କୋଲକାତାରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପ୍ରତି 71,620 ଟଙ୍କା ଏବଂ ରୂପା କିଲୋଗ୍ରାମରେ 84,000 ଟଙ୍କାରେ ବିକ୍ରି ହେଉଛି
ଲକ୍ଷ୍ନୌରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 71,770 ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ 84,000 ଟଙ୍କାରେ ବିକ୍ରି ହେଉଛି ।
ନୋଏଡାଠାରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 71,770 ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ 84,000 ଟଙ୍କା ରହିଛି ।
ଗୁରୁଗ୍ରାମରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 71,770 ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ 84,000 ଟଙ୍କା ରହିଛି ।












Click it and Unblock the Notifications