ଏହା ହେଉଛି ବିଶ୍ୱର ସବୁଠୁ ଦୁର୍ବଳ ଦେଶ, ଭାରତ କରୁଛି ସମର୍ଥନ
The Weakest Countries In The World: ଦୁନିଆର ସବୁଠୁ ଶକ୍ତିଶାଳୀ ନାଁ ଏବଂ ଏହା ବିଷୟରେ ତ ସମସ୍ତ ପ୍ରାୟତଃ ଜାଣିଥିବେ । ହେଲେ ଆପଣ ଜାଣିଛନ୍ତି କି ବିଶ୍ୱର ସବୁଠୁ ଦୁର୍ବଳ ଦେଶର ନାଁ ଦେଶ ଏବଂ କେଉଁ ଆଧାରରେ ଏହି ଦେଶକୁ ଦୁର୍ବଳ ବୋଲି ବିବେଚନା କରାଯାଏ? ତେବେ ଚାଲନ୍ତୁ ଜାଣିବା କେଉଁ ଦେଶ ସବୁଠୁ ଦୁର୍ବଳ ଅଟେ ।
ସୂଚନା ଅନୁସାରେ, ଦୁନିଆର କିଛି ଦେଶ ବର୍ଷ ବର୍ଷ ଧରି ଶକ୍ତିଶାଳୀ ଦେଶ ତାଲିକାରେ ରହିଆସୁଥିବା ବେଳେ କିଛି ଦେଶ ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଥର ଏହି ତାଲିକାର ଶେଷ ସ୍ଥାନରେ ନିଜର ସ୍ଥାନ ବଜାୟ ରଖିଛନ୍ତି।

ଗ୍ଲୋବାଲ ଫାୟାର ପାୱାର ଦ୍ୱାରା ପ୍ରତିବର୍ଷ ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ମାନ୍ୟତା ପ୍ରକାଶ ପାଇଥାଏ । ଏହି ତାଲିକାର ଶୀର୍ଷରେ ସେହି ଦେଶ ରହିଥାଏ ଯେଉଁ ଦେଶୃର ଆର୍ମି ଅତ୍ୟଧିକ ଶକ୍ତିଶାଳୀ । ଏପରି ସେମାନଙ୍କର ସଂଖ୍ୟା କେତେର ମଧ୍ୟ ଲିଷ୍ଟ ଜାରି କରାଯାଇଥାଏ । ଏହି ର଼୍ୟାଙ୍କିଙ୍ଗରେ ଗତ କିଛି ବର୍ଷ ଧରି ଆମେରିକା ପ୍ରଥମ ସ୍ଥାନରେ ଏବଂ ଋଷ ଦ୍ୱିତୀୟ ସ୍ଥାନରେ ରହି ଆସୁଛି । ସେହିପରି ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି ଚୀନର ନାଁ ।
ହେଲେ ଏପରି କିଛି ଦେଶ ଅଛନ୍ତି ଯେଉଁମାନେ ସର୍ବଦା ଶେଷ ସ୍ଥାନରେ ରହି ଆସୁଛନ୍ତି । ସାମରିକ ସାମର୍ଥ୍ୟ ଦୃଷ୍ଟିରୁ ଭୁଟାନ ହେଉଛି ଦୁନିଆର ସବୁଠାରୁ ଦୁର୍ବଳ ଦେଶ। ଯାହାକୁ ଗ୍ଲୋବାଲ ଫାୟାର ପାୱାର ରାଙ୍କିଙ୍ଗରେ ଶେଷ ସ୍ଥାନରେ ରଖାଯାଇଛି । 66 ବର୍ଷ ପୂର୍ବେ ଭାରତର ପଡୋଶୀ ଦେଶ ଭୁଟାନରେ ରୟାଲ୍ ଆର୍ମି ପ୍ରତିଷ୍ଠା କରାଯାଇଥିଲା, ହେଲେ ଆଜି ବି ଏହାର ଆର୍ମିକୁ ଦୁର୍ବଳ ବୋଲି ବିବେଚନା କରାଯାଏ । ଭାରତ ପ୍ରତ୍ୟେକ ସଙ୍କଟରେ ଭୁଟାନକୁ ସମର୍ଥନ କରିଆସୁଛି।












Click it and Unblock the Notifications