ଆଜି ୨୫ ନଭେମ୍ବରରେ ଜାଣନ୍ତୁ ସୁନା-ରୂପା ମୂଲ୍ୟ
Gold Price In India: ଅନେକ ଲୋକ ସୁନା କିଣିବା ପସନ୍ଦ କରନ୍ତି, ଏପରିକି ଗୋଲ୍ଡରେ ଇନଭେଷ୍ଟ କରିବା ଅନେକଙ୍କ ପ୍ରଥମ ପସନ୍ଦ । କିଛି ଲୋକ ପ୍ରତ୍ୟେକ ଦିନ ସୁନା-ରୂପା ଦର ଚେକ୍ କରିଥାନ୍ତି। ତେବେ ଚାଲନ୍ତୁ ଜାଣିବା ସପ୍ତାହ ଆରମ୍ଭ ଅର୍ଥାତ୍ ସୋମବାର ଦିନ କେତେ ରହିଛି ସୁନା ଦର । ଗତ ଏକ ସପ୍ତାହ ହେବ ସୁନାଦର ବଢିକରି ରହିଥିଲା ହେଲେ ଆଜି ୨୫ ନଭେମ୍ବରରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି । ଆଜି ଦେଶର ରାଜଧାନୀ ଦିଲ୍ଲୀରେ ମାୟାନଗରୀ ମୁମ୍ବାଇ ତୁଳନା ସୁନା ଦର ଅଧିକ ରହିଛି ।

ହେଲେ ଆଗକୁ ଦେଶରେ ବିବାହ ଋତୁ ଆସିବା ପାଇଁ ଯାଉଛି ଯେଉଁଥି ପାଇଁ ସୁନା ଦର କମିବାର କୌଣିସି ଆଶଙ୍କା ନାହିଁ । କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ ସୁନା-ରୂପା ଦର ଆଗକୁ ପୁଣି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆଜି ଦେଶର ସମସ୍ତ ସହରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୯ ହଜାରରୁ ଅଧିକ ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୭୩ ହଜାରରୁ ଅଧିକ ରହିଛି । ଚାଲନ୍ତୁ ଦେଶର ପ୍ରମୁଖ ସହରର ସୁନା-ରୂପା ଦର ।
ଆଜି ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୭୯ ହଜାର ୭୮୦ ଟଙ୍କା ରହିଛି ସେହିପରି ୨୨କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୭୩,୧୪୦ ଟଙ୍କା ରହିଛି । ସେହିପରି ମାୟାନଗରୀ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମକୁ ୭୯,୬୩୦ ଟଙ୍କା ରହିଛି ଏବଂ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୭୩,୨୯୦ ଟଙ୍କା ରହିଛି ।
ଓଡ଼ିଶା ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୭୨,୦୦୦ ଟଙ୍କା ରହିଛି ଗତକାଲି ତୂଳନାରେ ଗତକାଲି ତୁଳନାରେ ଆଜି ୧୦୦୦ ହଜାର ଟଙ୍କା ସୁନା ଶସ୍ତା ହୋଇଛି । ସେହିପରି ଆଜି ୨୪ କ୍ୟାରେଟ୍ ସୁନା ଦର ୭୮,୫୫୦ ଟଙ୍କା ରହିଛି ।












Click it and Unblock the Notifications