ଜାଣନ୍ତୁ କାହିଁକି ପାଳନ କରାଯାଏ ନୌସେନା ଦିବସ, କ'ଣ ରହିଛି ଚଳିତ ବର୍ଷର ଥିମ
Navy Day 2024: ଆଜି ଭାରତୀୟ ନୌସେନା ଦିବସ । ପ୍ରତିବର୍ଷ ଡିସେମ୍ବର ୪ରେ ନୌସେନା ଦିବସ ପାଳନ କରାଯାଏ। ସୈନ୍ୟବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ପାଇଁ ଏହି ବିଶେଷ ଦିନ ପାଳନ କରିଥାଏ। ୧୯୭୧ ମସିହା ଡିସେମ୍ବର ୩ରେ ପାକିସ୍ତାନୀ ସେନା ଭାରତୀୟ ବାୟୁସୀମା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆକ୍ରମଣ ପାଇଁ ଉଦ୍ୟମ କରୁଥିଲା।
ସେତବେଳର ପୂର୍ବ ପାକିସ୍ତାନ ଯାହା ଏବେ ବାଂଲାଦେଶ ନାମରେ ନାମିତ, ତାଉପରେ ହମଲା ପାଇଁ ବିହ୍ୱ ରଚନା କଲେ ନୌ-ସୈନିକ । ତେବେ 'ଅପରେସନ ଟ୍ରାଇଡେଣ୍ଟ' ଜରିଆରେ କରାଚୀ ନୌସେନା ଉପରେ ଆକ୍ରମଣ କରିଥିଲା ଭାରତ । ୧୬୧୨ ମସିହାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଦ୍ୱାରା ଭାରତୀୟ ନୌସେନା ପ୍ରତିଷ୍ଠା ହୋଇଥିଲା।

ପ୍ରଥମଥର ପାଇଁ ଆଣ୍ଟି ସିପ୍ ମିସାଇଲ୍ରୁ ହୋଇଥିଲା ଆକ୍ରମଣ । ଯାହା ଦ୍ୱାରା ପାକିସ୍ତାନର କିଛି ଜାହାଜ ଓ ତେଲ ଡିପୋ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଆଡମିରାଲ ଏସ୍.ନନ୍ଦାଙ୍କ ନେତୃତ୍ବରେ ଚାଲିଥିଲା ୯୦ ଘଣ୍ଟାର ମାରାଥନ୍ ଅପରେସନ । ଏହାର ଲେଲିହାନ ଶିଖା ଜଳପଥରେ ୬୦ କିଲୋମିଟର ଯାଏ ବି ଦିଶୁଥିଲା । ତେଣୁ ୧୯୭୧ ଡିସେମ୍ବର ୪ରେ ଭାରତୀୟ ନୌସେନା ଦେଶକୁ ଦେଇଥିବା ଏହି ବିଜୟର ଇତିହାସକୁ ମନେପକାଇବା ପାଇଁ ପ୍ରତିବର୍ଷ ଏହି ଦିନରେ ପାଳନ ହୁଏ ଜାତୀୟ ନୌସେନା ଦିବସ ।
ଚଳିତ ବର୍ଷ ନୌସେନା ଦିବସର ଥିମ୍ ହେଉଛି,' Strength and Power through Innovation and Indigenisation' ।
ଚଳିତ ବର୍ଷ ପୁରୀ ସମୁଦ୍ରରେ ରଣ କୌଶଳ ଦେଖାଇବା ଭାରତୀୟ ନୌସେନା । ଚଳିତ ବର୍ଷ ୧୫ଟି ଯୁଦ୍ଧ ଜାହାଜ, ୪୦ଟି ଏୟାରକ୍ରାଫ୍ଟ, INS ଜଲସା, ମିଶାଇଲ୍ ଡେଷ୍ଟ୍ରୋୟର INS ଦିଲ୍ଲୀ, INS ଶକ୍ତି, INS ସୂର୍ଯୁ, INS ସାତପୁରା ନୌସେନା ଦିବସରେ ସାମିଲ ହୋଇ ନିଜ ପରାକ୍ରମ ଦେଖାଇବ । ସେହିପରି ହକ୍, ସି-କିଙ୍ଗ୍, ମିଗ୍-୨୯ ପରି ଫାଇଟ ଜେଟ୍ ଓ ଚେତକ MS-60 ହେଲିକପ୍ଟର ମଧ୍ୟ ନିଜର ବୀରତ୍ୱର ଝଲକ ଦେଖାଇବ ।












Click it and Unblock the Notifications