ଜାଣନ୍ତୁ ଅଗଷ୍ଟ ଆରମ୍ଭରୁ ଶସ୍ତା ନା ମହଙ୍ଗା ହେଲା ସୁନା, ଦେଖନ୍ତୁ ୨୨ କ୍ୟାରେଟ୍ Gold Rate
Gold Rate Today: ଅଗଷ୍ଟ ମାସର ପ୍ରଥମ ଦିନରୁ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ୟୁନିୟନ ବଜେଟ୍ 2024 ଆସିବା ପରେ ସୁନା ଓ ରୂପା ମୂଲ୍ୟରେ କ୍ରମାଗତ ହ୍ରାସ ଘଟିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ମଧ୍ୟ ସୁନା ଆଜି ମହଙ୍ଗା ହୋଇଛି । ଦେଶର ଅଧିକାଂଶ ସହରରେ ସୁନାର ରିଟେଲ୍ ମୂଲ୍ୟ ପ୍ରାୟ 69 ହଜାର ଟଙ୍କା ରହିଛି ଏବଂ ରୂପା ମୂଲ୍ୟ 2,000 ଟଙ୍କା ବୃଦ୍ଧି ପାଇଛି ।
ଆଜି ଦିଲ୍ଲୀରେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 69 ହଜାର 980 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 64,160 ଟଙ୍କା ରହିଛି । ମୁମ୍ବାଇରେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 69,830 ଟଙ୍କା, 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 64,010 ଟଙ୍କା । ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 64,060 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 69,880 ଟଙ୍କା ରହିଛି ।

ସେହିପରି କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 64,010 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 69,830 ଟଙ୍କା ରହିଛି । ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 64,210 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 70,050 ଟଙ୍କା ରହିଛି ।












Click it and Unblock the Notifications