Navratri 2023: ପାକିସ୍ତାନର ଏହି ସ୍ଥାନରେ ପୂଜାପାଆନ୍ତି ମା'ଦୁର୍ଗା
Navratri 2023: ମା ଆସୁଛନ୍ତି...ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସାହର ମାହୋଲ । ନବରାତ୍ରୀ 15 ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛନ୍ତି । ନବରାତ୍ରୀ ସମୟରେ ମା' ଦୁର୍ଗାଙ୍କ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତ ଏକତ୍ରିତ ହୋଇ ପୂଜର୍ଚ୍ଚନା କରିଥାନ୍ତି । ଏହି ସମୟରେ ମା'ଙ୍କର 51 ଶକ୍ତିପୀଠରେ ପୂଜାର୍ଚ୍ଚନା କରାଯାଇଥାଏ ।
ନବରାତ୍ରୀ ପର୍ବ କେବଳ ଭାରତରେ ନୁହେଁ ବରଂ ପାକିସ୍ତାନରେ ମଧ୍ୟ ପାଳନ କରାଯାଏ । ମାନ୍ୟତା ରହିଛି ଯେ, ପ୍ରଥମ ଶକ୍ତିପୀଠ ଏଠାରେ ନିର୍ମାଣ କରାଯାଇଥିଲା। ଆସନ୍ତୁ ଜାଣିବା ଏହା କେଉଁ ମନ୍ଦିର ଏବଂ ଏହାର ଇତିହାସ କ'ଣ ।

ପାକିସ୍ତାନରେ ରହିଛି ମା'ଦୁର୍ଗାଙ୍କ ଶକ୍ତିପୀଠ ହିଙ୍ଗଲାଜ
ପାକିସ୍ତାନରେ ମା' ହିଙ୍ଗଲାଜଙ୍କର ଶକ୍ତିପୀଠ ରହିଛି । ମା' ଦୁର୍ଗାଙ୍କର 51ଟି ଶକ୍ତିପୀଠ ମଧ୍ୟରୁ ଏହା ପ୍ରଥମ ଶକ୍ତିପୀଠ । ହିଙ୍ଗଲାଜ ମାତା ମନ୍ଦିର ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ହିଙ୍ଗୋଲ ନଦୀ କୂଳରେ ଥିବା ଆଘୋର ପର୍ବତରେ ଅବସ୍ଥିତ। ଏହି ମନ୍ଦିର ପାକିସ୍ତାନ ଏବଂ ଆଫଗାନିସ୍ତାନର ସୀମାରେ ରହିଛି । ଏଠାରେ ଏକ ଛୋଟ ଗୁମ୍ଫାରେ ମାଟିରେ ନିର୍ମିତ ଦେବୀଙ୍କର ଏକ ମୂର୍ତ୍ତିର ପୂଜାର୍ଚ୍ଚନା କରାଯାଏ । ହିଙ୍ଗଲାଜକୁ ହିଙ୍ଗୁଲା ମନ୍ଦିର ମଧ୍ୟ କୁହାଯାଏ ଏବଂ କୋଟାରୀ ଶକ୍ତିପୀଠ ନାମରେ ମଧ୍ୟ ଜଣାଶୁଣା ।
ହିନ୍ଦୁମାନେ ଏହାକୁ ଶକ୍ତିପୀଠ ବୋଲି କହୁଥିବା ବେଳେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏହାକୁ ନାନୀ କା ହଜ୍ ବୋଲି କୁହନ୍ତି । ପାକିସ୍ତାନର ମୁସଲମାନମାନେ ମଧ୍ୟ ହିଙ୍ଗଲାଜ ମାତା ଉପରେ ବିଶ୍ୱାସ କରନ୍ତି ଏବଂ ମନ୍ଦିରକୁ ସୁରକ୍ଷା ଯୋଗାନ୍ତି । ସେମାନେ ଏହି ମନ୍ଦିରକୁ ନାନୀଙ୍କ ମନ୍ଦିର ବୋଲି କହିଥାନ୍ତି । ଏହି ମନ୍ଦିରର ପରିଚାଳନା କମିଟିରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସାମିଲ ଅଛନ୍ତି ।
ଧାର୍ମିକ ବିଶ୍ୱାସ ରହିଛି ଯେ, ଯେତେବେଳେ ଦେବୀ ସତୀ ତାଙ୍କ ଶରୀରକୁ ଅଗ୍ନିକୁନ୍ତରେ ସମର୍ପିତ କରିଥିଲେ ସେତେବେଳେ ଭଗବାନ ଶିବ ସତୀଙ୍କ ଶରୀରକୁ ଧରି ତାଣ୍ତବ ନୃତ୍ୟ କରିଥିଲେ । ଯାହା ପରେ ସାରା ବ୍ରହ୍ମାଣ୍ତରେ ଚହଳ ସୃଷ୍ଟି ହୋଇଯାଇଥିଲା । ଯାହାକୁ ପରେ ଭଗବାନ ବିଷ୍ଣୁଙ୍କୁ ଭଗବାନ ଶିବଙ୍କୁ ସାନ୍ତ କରିବା ପାଇଁ ସତୀଙ୍କ ଶରୀରକୁ ଭାଗ କରିବା ପାଇଁ ପଡିଥିଲା ମା ସତୀଙ୍କ ଶରୀରର ପ୍ରଥମ ଅଂଶ ପାକିସ୍ତାନର ଆଗୋର ପର୍ବତ ଉପରେ ପଡିଥିଲା । ଯାହାପରେ ଏଠାରେ ପ୍ରଥମ ଶକ୍ତିପୀଠ ଗଠନ କରାଯାଇଥିଲା ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications