ଏଣିକି ହ୍ୱାଟସଆପ୍ ଷ୍ଟାଟସରେ ଦେଇପାରିବେ ଲମ୍ବା ଭିଡିଓ
WhatsApp New Feature: ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ହ୍ୱାଟସଆପ୍ ଦିନକୁ ଦିନ ନୂଆ ଫିଚର୍ ଆଣୁଛି । ନିକଟରେ ସ୍କ୍ରିନସଟ୍ ବ୍ଲକ୍ ପରି ଅନେକ ନୂତନ ଫିଚର୍ ଆଣିଛି WhatsApp । ପୂର୍ବରୁ ହ୍ୱାଟସଆପରେ ଲମ୍ବା ଭିଡିଓ ଷ୍ଚାଟସ୍ ଦେଇ ହେଉ ନଥିଲା । ହେଲେ ଏଣିକି ଆପଣ ହ୍ୱାଟସଆପ୍ ଷ୍ଟାଟସରେ ୧ ମିନିଟର ଲମ୍ବା ଭିଡିଓ ପୋଷ୍ଟ କରିପାରିବେ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପୂର୍ବରୁ WhatsAppରେ ୩୦ ସେକେଣ୍ତର ଭିଡିଓ ଷ୍ଟାଟସରେ ପୋଷ୍ଟ କରିବାର ସୁବିଧା ଥିଲା । ତେବେ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ WABetaInfo ଏନେଇ ସୂଚନା ଜାରି କରିଛି । ଏକ ସ୍କ୍ରିନ୍ ସଟ୍ ସେୟାର କରି ନୂଆ ଫିଚର ବିଷୟରେ ସୂଚନା ଦେଇଛି WABetaInfo । ବିଟା ବ୍ୟବହାରକାରୀଙ୍କ ପାଇଁ କମ୍ପାନୀ ଏହି ନୂତନ ଫିଚର ଆଣଛି । ବିଟା ୟୁଜର୍ସ ଏହି ଅପଡେଟତୁ ହ୍ୱାଟସଆପ୍ ବିଟା ଫର୍ ଆଣ୍ତ୍ରଏଡ୍ ୨.୨୪.୭.୬ରେ ଯାଞ୍ଚ କରିପାରିବେ ।

ତେବେ ହ୍ୱାଟସଆପ୍ ୟୁଜର୍ସ ଦୀର୍ଘି ଦିନ ହେବ ଲମ୍ବା ଭିଡିଓ ପୋଷ୍ଟ କରିବା ପରି ଫିଚର୍ ଆଣିବା ପାଇଁ ଦାବି କରିଆସୁଥିଲେ । ତେବେ ବିଟା ସମପ୍ତା ହେବା ପରେ ଏହି ନୂଆ ଫିଚର ଲାଭ ସମସ୍ତେ ଉଠାଇ ପାରିବେ । କେବଳ ଷ୍ଟାଟସ୍ ଅପଡେଟ୍ ନୁହେଁ ଏପରି ଅନେକ ନୂଆ ନୂଆ ଫିଚର ଉପରେ ଏବେ କାମ କରୁଛି ହ୍ୱାଟସଆପ୍ ।
📝 WhatsApp beta for Android 2.24.7.6: what's new?
WhatsApp is rolling out a feature to share videos of up to 1 minute in length via status updates, and it’s available to some beta testers! Some users may get the same feature with the previous update.https://t.co/jtNAqaAb8n pic.twitter.com/fHOidmCPRO
— WABetaInfo (@WABetaInfo) March 19, 2024
ଆଗକୁ ହ୍ୱାଟସଆପ୍ ଜରିଆରେ ଆପଣ UPI ଦେୟ ପାଇଁ QR କୋଡ୍ ସ୍କାନ୍ ମଧ୍ୟ କରିପାରିବେ । WABetaInfo ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ ଏହି ଫିଚର ବର୍ତ୍ତମାନ ବିଟା ପରୀକ୍ଷଣ କରୁଛି, ଯାହା ପରେ ସମସ୍ତ ବ୍ୟବହାରକାରୀ ଏହି ସମସ୍ତ ନୂଆ ଫିଚରର ମଜା ନେଇ ପାରିବେ ।
ସୂଚନାଥାଉ ଯେ, ଏହାପୂର୍ବରୁ ହ୍ୱାଟସଆପ୍ ଏକ ନୂଆ ଫିଚର୍ ଆଣିଥିଲା । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହ୍ୱାଟସଆପ୍ ପ୍ରୋଫାଇଲ୍ ଫଟୋର ସ୍କ୍ରିନସଟ୍ ନେବାର କ୍ଷମତାକୁ ଅବରୋଧ କରିଥିଲା । ତେବେ ଆଗକୁ ଆହୁରି ଅନେକ ନୂଆ ଫିଚର୍ ଲଞ୍ଚ କରିବା ପାଇଁ ଯାଉଛି ହ୍ୱାଟସଆପ୍ । ଯାହା ପରେ ୟୁଜର୍ସ ସୁରକ୍ଷିତ ଭାବେ ଭଲ ସୁବିଧାର ଲାଭ ପାଇପାରିବେ ।












Click it and Unblock the Notifications