ଭାରତର ଏହି ରାଜ୍ୟରେ କାମ କରେ ନାହିଁ ପ୍ରିପେଡ୍ ସିମ୍ କାର୍ଡ, କରିବାକୁ ପଡେ ଏହି କାମ
Prepaid SIM Cards: ଭାରତରେ ଅଧିକାଂଶ ଲୋକଙ୍କ ପାଖରେ ଆଜି ମୋବାଇଲ୍ ଫୋନ୍ ରହିବା ସ୍ୱଭାବିକ । ହେଲେ ଏପରି ଏକ ରାଜ୍ୟ ଅଛି ଯେଉଁଠି ପ୍ରିପେଡ୍ ସିମ୍ କାର୍ଡ କାମ କରେ ନାହିଁ । କାରଣ ଏହି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ଖୁବ କଡ଼ାକଡି । ଚାଲନ୍ତୁ ଜାଣିବା କେଉଁଠି ପ୍ରିପେଡ୍ ସିମ୍ କାର୍ଡ କାମ କରେ ନାହିଁ ଏବଂ ଏହା ପଛର କାରଣଗୁଡିକ କ'ଣ?
ଜମ୍ମୁ କଶ୍ମୀର ହେଉଛି ଭାରତର ଏକ ରାଜ୍ୟ ଯେଉଁଠାରେ ପ୍ରିପେଡ୍ ସିମ୍ କାର୍ଡର ବ୍ୟବହାର ମୁଖ୍ୟତଃ ସୀମିତ । ଏଠାରେ ପ୍ରିପେଡ୍ ସିମ୍ କାର୍ଡ ଉପରେ ପ୍ରତିବନ୍ଧକ ଲଗାଇବା ପଛର ମୁଖ୍ୟ କାରଣ ହେଉଛି ସୁରକ୍ଷା ଚିନ୍ତା ।ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ଏବଂ ଶାନ୍ତି ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।
ଏହା ବ୍ୟତୀତ ଆସାମ, ମେଘାଳୟ, ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମ ଭଳି ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ପ୍ରିପେଡ୍ ସିମ୍ କାର୍ଡ ସମ୍ବନ୍ଧରେ କିଛି ବିଶେଷ ପ୍ରତିବନ୍ଧକ ରହିଛି।

ବାସ୍ତବରେ, ଆତଙ୍କବାଦୀ ସଂଗଠନଗୁଡ଼ିକ ଯୋଗାଯୋଗ ପାଇଁ ପ୍ରାୟତଃ ପ୍ରିପେଡ୍ ସିମ୍ କାର୍ଡ ବ୍ୟବହାର କରନ୍ତି ।ଏହି ସିମ୍ କାର୍ଡଗୁଡିକ ସହଜରେ କିଣାଯାଇପାରିବ ଏବଂ ଚିହ୍ନିବା କଷ୍ଟକର । ସେହିପରି ଗୁଜବ ପ୍ରଚାର କରିବା ଏବଂ ଅଶାନ୍ତି ସୃଷ୍ଟି କରିବା ପାଇଁ ପ୍ରିପେଡ୍ ସିମ୍ କାର୍ଡ ମଧ୍ୟ ବ୍ୟବହାର କରାଯାଇଥାଏ ।
ଜମ୍ମୁ କଶ୍ମୀର ପରିଦର୍ଶନ କରୁଥିବା ଲୋକଙ୍କ ପାଇଁ ପୋଷ୍ଟପେଡ୍ ସିମ୍ କାର୍ଡ ବ୍ୟବହାର କରିବା ହେଉଛି ଏକମାତ୍ର ବିକଳ୍ପ ।ପୋଷ୍ଟପେଡ୍ ସିମ୍ କାର୍ଡ ପାଇଁ, ସମ୍ପୂର୍ଣ୍ଣ KYC ପ୍ରକ୍ରିୟା ସମାପ୍ତ କରିବାକୁ ପଡିଥାଏ । ଯେଉଁଥିପାଇଁ ଏହି ସିମ୍ କାର୍ଡଗୁଡ଼ିକୁ ଚିହ୍ନିବା ସହଜ । ସେହିପରି ଜମ୍ମୁ କାଶ୍ମୀର ବ୍ୟତୀତ ଭାରତର ଅନ୍ୟ କେତେକ ସୀମାନ୍ତ ଅଞ୍ଚଳରେ ମଧ୍ୟ ପ୍ରିପେଡ୍ ସିମ୍ ବ୍ୟବହାର ଉପରେ ରୋକ୍ ଲଗାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏହି
ପଦକ୍ଷେପ ନିଆଯାଇଛି।












Click it and Unblock the Notifications