UAN ନମ୍ବର ଭୁଲି ଯାଇଛନ୍ତି କି ? ଏପରି ଜାଣନ୍ତୁ ନିଜ PF ବାଲାନ୍ସ

EPFO: ପ୍ରତ୍ୟେକ ଚାକିରି କରିଥିବା ବ୍ୟକ୍ତିଙ୍କ ଦରମାର କିଛି ଅଂଶ ପ୍ରୋଭିଡେଣ୍ଟ ପାଣ୍ଠିରେ ଜମା ହୋଇଥାଏ । ଯାହା କର୍ମଚାରୀ ଅବସର ପରେ ଏକ ମୋଟା ଅଙ୍କର ଟଙ୍କା ପାଇଥାନ୍ତି ଯାହା ଲୋକଙ୍କ ଜୀବନର ଜମା ହୋଇଥିବା ପୁଞ୍ଜି ହୋଇଯାଏ । ପ୍ରତ୍ୟେକ ଇପିଏଫ୍ ମେମ୍ବରଙ୍କୁ ଏକ 12 ଅଙ୍କ ବିଶିଷ୍ଟ ID ଦିଆଯାଏ, ଯାହା ମାଧ୍ୟମରେ ସେ ତାଙ୍କର EPF ବାଲାନ୍ସ ଏବଂ PF ଆକାଉଣ୍ଟ୍ ପରିଚାଳନା କରିବା ସହ ବାଲାନ୍ସ ଚେକ୍ ମଧ୍ୟ କରିପାରିବେ ।

ବାରମ୍ବାର ଚାକିରି ବଦଳାଇବା ପରେ ମଧ୍ୟ ଏହି 12 ଅଙ୍କ ବିଶିଷ୍ଟ ସଂଖ୍ୟା କେବେ ପରିବର୍ତ୍ତନ ହୁଏ ନାହିଁ । ଏପରି ସ୍ଥିତିରେ, ଆପଣଙ୍କ ପାଖରେ ଏହି ଡିଜିଟ୍ ରହିବା ଅତ୍ୟନ୍ତ ଜରୁରୀ । ଅନେକ ଥର ଲୋକେ ସେମାନଙ୍କର UAN ନମ୍ବରକୁ ଭୁଲିଯାଆନ୍ତି । ଯଦି ଆପଣ ମଧ୍ୟ ନିଜ ୟୁଏନ୍ ନମ୍ବର ଭୁଲି ଯାଇଛନ୍ତି ତେବେ କରିବାର ଆବଶ୍ୟକ ନାହିଁ । ଅତି ସହଜରେ ଆପଣ ନିଜ UAN ନମ୍ବର ପାଇପାରିବେ ।

EPFO
UAN ନମ୍ବରର ବ୍ୟବହାର କ'ଣ?
  • ଅନଲାଇନ୍ PF ଟ୍ରାନ୍ସଫର କରିବା ପାଇଁ UAN ନମ୍ବରର ଆବଶ୍ୟକ ପଡିଥାଏ ।
  • ବାଲାନ୍ସ ଚେକ୍ କରିବାକୁ UAN ନମ୍ବର ଦରକାର ପଡିଥାଏ
  • ଟଙ୍କା ଉଠାଇବା ପାଇଁ ମଧ୍ୟ UAN ନମ୍ବର ଦରକାର ପଡିଥାଏ ।

ଆପଣ ନିଜ EPFO ​​ପୋର୍ଟାଲରେ UAN ନମ୍ବର ଯାଞ୍ଚ କରିପାରିବେ

1. EPFO ​​ପୋର୍ଟାଲ ଓପନ୍ କରି ସହଜରେ ନିଜ UAN ପାଇପାରିବେ ।
2. ଏଥିପାଇଁ ଆପଣ https://unifiedportal-mem.epfindia.gov.in/memberinterface/ ଉପରେ କ୍ଲିକ୍ କରନ୍ତୁ ।
3. ଏହା ପରେ ଆପଣଙ୍କୁ ଏଥିରେ ଥିବା Our Services ଉପରେ କ୍ଲିକ୍ କରିବା ପାଇଁ ପଡିବ ।
4. ଏହା ପରେ For Employees ଉପରେ କ୍ଲିକ୍ କରନ୍ତୁ
5. ଏହା ପରେ ମେମ୍ବର ୟୁଏନ୍ / Online Services ଉପରେ କ୍ଲିକ୍ କରନ୍ତୁ
6. ବର୍ତ୍ତମାୱ UAN ପୋର୍ଟାଲରେ କ୍ଲିକ୍ କରନ୍ତୁ
7. ଏଠାରେ ମୋବାଇଲ୍ ନମ୍ବର ଏବଂ PF ID ଦିଅନ୍ତୁ
8. ଏହା ପରେ ଆପଣ Get Authorization Pin ର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
9. ଏହା ପରେ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ OTP ଆସିବ, ଯାହାକୁ ଆପଣ ଏଠାରେ ଦେବା ପାଇଁ ପଡିବ ।
10. ପରେ Validate OTP ଉପରେ କ୍ଲିକ୍ କରନ୍ତୁ ।
11. ଏବେ ଆପଣ ନିଜ UAN ନମ୍ବର ପାଇପାରିବେ ।

EPFO ଆକାଉଣ୍ଟଧାରୀମାନେ କେବଳ ସେମାନଙ୍କର EPFO ​​ପୋର୍ଟାଲ ମାଧ୍ୟମରେ ନୁହେଁ ବରଂ ପଞ୍ଜୀକୃତ ମୋବାଇଲରୁ SMS ଜରିଆରେ ମଧ୍ୟ ନିଜ UAN ନମ୍ବର ପାଇପାରିବେ । ଏଥିପାଇଁ ଆପଣଙ୍କୁ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ କେବଳ 01122901406 ରେ ଏକ ମିସ୍ କଲ୍ ଦେବାକୁ ପଡିବ । UAN ନମ୍ବର ସହ ଏହା ସହିତ ଜଡିତ ଅନେକ ସୂଚନା ମଧ୍ୟ ଆପଣ ପାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+