ଭାରତର ଏତିକି ପ୍ରତିଶତ ଲୋକ ବ୍ୟବହାର କରନ୍ତି ନାହିଁ ଇଣ୍ଟରନେଟ୍, ଜାଣନୁ କାରଣ
India Internet Users: ଦିନକୁ ଦିନ ଭାରତରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ଦୃତ ଗତିରେ ବୃ୍ଦ୍ଧି ପାଇବାରେ ଲାଗିଛି । ଗତ ଦଶନ୍ଧି ମଧ୍ୟରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟାରେ ଏକ ପରିବର୍ତ୍ତନ ଦେଖାଦେଇଛି । ପ୍ରଥମେ 2G, 3G, 4G ଏବଂ ବର୍ତ୍ତମାନ 5G ସେବା ମଧ୍ୟ ଭାରତରେ ଆରମ୍ଭ ହୋଇଯାଇଛି । 2024 ମସିହାରେ, ଭାରତର କୋଟି ଟେଲିକମ୍ ବ୍ୟବହାରକାରୀ 4G ଛାଡି 5G ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି ।
କାରଣ ବର୍ତ୍ତମାନ ୟୁଜର୍ସଙ୍କୁ 4G ଇଣ୍ଟରନେଟର ସ୍ପିଡ୍ ମଧ୍ୟ କମ୍ ଲାଗିବା ଆରମ୍ଭ ହେଲାଣି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆଜିର 5G-4G ଜୁଗରେ ଅନେକ ଭାରତୀୟ ଇଣ୍ଟନେଟ୍ ବ୍ୟବହାର କରନ୍ତି ନାହିଁ । ରିପୋର୍ଟ ଅନୁଯାୟୀ, ଭାରତ ଜନ ସଂଖ୍ୟାର ଆଧାରୁ ଅଧିକ ଲୋକଙ୍କ ପାଖରେ ଇଣ୍ଟରନେଟ୍ ସୁବିଧା ନାହିଁ। ଆସନ୍ତୁ ଜାଣିବା ଏହା ସହିତ ଜଡିତ କିଛି ତଥ୍ୟ ଯାହା ଆପଣ ଆଶ୍ଚର୍ଯ୍ୟ କରିବ ।

IAMAI ଯଥା ଇଣ୍ଟରନେଟ୍ ଏବଂ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏବଂ Kantar ମିଳିତ ଭାବରେ ଏକ ସ୍ଟଡି କରିଛନ୍ତି, ଯାହା ଆଧାରରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, ଭାରତୀୟ ଜନସଂଖ୍ୟାର 45% ଲୋକଙ୍କ ପାଖରେ ଆଜି ଇଣ୍ଟନେଟ୍ ସୁବିଧା ପହଞ୍ଚି ପାରିନାହିଁ । ଅର୍ଥାତ୍ 2023 ସୁଦ୍ଧା, ଭାରତରେ ବାସ କରୁଥିବା ମୋଟ ଜନସଂଖ୍ୟା ମଧ୍ୟରୁ 665 ନିୟୁତ ଅର୍ଥାତ୍ ପ୍ରାୟ 66.50 କୋଟି ଲୋକଙ୍କ ପାଖରେ ଇଣ୍ଟରନେଟ୍ ପହଞ୍ଚି ପାରି ନାହିଁ ।
ରିପୋର୍ଟ ଅନୁଯାୟୀ, 2021 ମସିହାରେ ଭାରତର 52% ଲୋକ ଅର୍ଥାତ୍ ପ୍ରାୟ 76.20 କୋଟି ଲୋକ ଇଣ୍ଟରନେଟ୍ ସୁବିଧା ବ୍ୟବହାର କରିନଥିଲେ। ସେହି ସମୟରେ, ସେହିପରି 2022 ବର୍ଷ ଉପରେ ଯଦି ନଜର ପକାଇବା ତେବେ ଉକ୍ତ ବର୍ଷ ଏହି ସଂଖ୍ୟା 48% କୁ ଖସି ଆସିଥିଲା, ଏବଂ ସେତେବେଳେ ମଧ୍ୟ 71.40 କୋଟି ଲୋକଙ୍କ ଇଣ୍ଟରନେଟ୍ ବ୍ୟବହାର କରୁନଥିଲେ ।
2023 ମସିହାରେ ବର୍ତ୍ତମାନ ଏହି ସଂଖ୍ୟା 45% ରେ ପହଞ୍ଚିଛି, ଭାରତର 66.50 କୋଟି ଲୋକ ଇଣ୍ଟରନେଟ୍ ବ୍ୟବହାର କରନ୍ତି ନାହିଁ । ଗତ ତିନିବର୍ଷର ରିପୋର୍ଟକୁ ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ, ଭାରତରେ ଧିରେ ଧିରେ ଅର୍ଥାତ୍ ପ୍ରତ୍ୟେକ ବର୍ଷ ଇଣ୍ଟନେଟ୍ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ଇଣ୍ଟରନେଟ୍ ବ୍ୟବହାର ନକରିବାର କାରଣ କ'ଣ?
IAMAI ଏବଂ Kantar ର ଏହି ରିପୋର୍ଟ ଅନୁସାରେ ଭାରତର ଗ୍ରାମାଞ୍ଚଳରେ ବସବାସ କରୁଥିବା ଅଧାରୁ ଅଧିକ ଲୋକେ ଆଜିକା ତାରିଖରେ ମଧ୍ୟ ଇଣ୍ଟନେଟ୍ ବ୍ୟବହାର କରନ୍ତି ନାହିଁ । ତେବେ ଇଣ୍ଟରନେଟ୍ ବ୍ୟବହାର ନକରିବାର ଅନେକ ଭିନ୍ନ ଭିନ୍ନ କାରଣ ରହିଛି ।












Click it and Unblock the Notifications