ଖରା ଦିନରେ ବିନା AC'ରେ ଏପରି ଘରକୁ ରଖନ୍ତୁ ଥଣ୍ତା

ଦିନକୁ ଦିନ ଗରମ ବଢିବାରେ ଲାଗିଛି । ଅତ୍ୟଧିକ ଗରମରେ ଘରେ ରହିବା କଷ୍ଟକର ହୋଇପଡିଛି, ବିଶେଷକରି ଯେତେବେଳେ କରେଣ୍ଟ କଟିଯାଏ ବା କୁଲର କିମ୍ବା ଫ୍ୟାନ୍ ହଠାତ୍ ଖରାପ ହୋଇଯାଏ। ସେତେବେଳ ଘରେ ରହିବା କଷ୍ଟକର ହୋଇପଡେ । ପ୍ରବଳ ଝାଳ ବାହାରିବା ସହ ଶ୍ୱାସରୁଦ୍ଧ ହେଲା ପରି ଅନୁଭବ ହୋଇଥାଏ ।

ହେଲେ ଆଜିକାଲି ଗରମରୁ ରକ୍ଷା ପାଇବା ପାଇଁ, ଲୋକମାନେ ନିଜ ଘରେ ଏସି ଲଗାଇବା ଆରମ୍ଭ କରିଛନ୍ତି । ଯାହା ଦ୍ୱାରା ସେମାନ୍ୟ ଆରାମ ଅନୂଭବ ହେଉଛି । କିନ୍ତୁ ଭାବନ୍ତୁ ଯେଉଁମାନଙ୍କ ଘରେ ଏସି ସୁବିଧା ନାହିଁ ସେମାନେ ଗ୍ରୀଷ୍ମ ଦିନ କିପରି କଟିବ ।

summer day

ଏପରି ସ୍ଥିତିରେ ଘରର ସମସ୍ତ କୋଠରୀକୁ ଏୟାର କଣ୍ଡିସନର ଅର୍ଥାତ୍ ଏସି ବିନା ଥଣ୍ଡା ରଖିବା ପାଇଁ, ଆପଣ କିଛି ବିଶେଷ ଉପାୟ ଅବଲମ୍ବନ କରିପାରିବେ। କିଛି ଉପାୟ ଅବଲମ୍ବନ କରି ଆପଣ ଆପଣଙ୍କ ଘରକୁ ଥଣ୍ଡା ରଖିପାରିବେ ଏବଂ ଗରମରୁ ମୁକ୍ତି ପାଇ ପାରିବେ ।

ଯଦି ଆପଣଙ୍କ ଘରେ ଏସି ନାହିଁ, ତେବେ ବାଥରୁମ୍ ଏବଂ ରୋଷେଇ ଘରର ଏକଜଷ୍ଟ ଫ୍ୟାନ୍ ଚାଲୁ ରଖନ୍ତୁ। ଏହା ଗରମ ଏବଂ ଆର୍ଦ୍ରତାକୁ ସହଜରେ ଘରୁ ବାହାରକୁ ନେଇଯାଏ। ଏପରି ପରିସ୍ଥିତିରେ, ଆପଣଙ୍କୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିବ।

ସେହିପରି ଝରକା ସାମ୍ନାରେ ଟେବଲ ଫ୍ୟାନ୍ ରଖିବା ଦ୍ୱାରା ଘରେ ଥଣ୍ତା ପବନ ଆସିଥାଏ । ଏପରି କରିବା ଦ୍ୱାରା ଘରେ ଭେଣ୍ଟିଲେଟ୍ ମଧ୍ୟ ହୋଇଥାଏ । ସେହିପରି ଦିନ ବେଳା ଘର କବାଟ ଓ ଝରକା ବନ୍ଦ ରଖନ୍ତୁ । ଫଳରେ ବାହାରର ଗରମ ପବନ ଭିତରକୁ ପ୍ରବେଶ କରି ନଥାଏ ।

ଗ୍ରୀଷ୍ମ ଦିନରେ ସକାଳୁ ଶୀଘ୍ର ଖାଦ୍ୟ ପ୍ରସ୍ତୁତ କରି ନିଅନ୍ତୁ । ଏହା ସହିତ ଚୁଲି, ଗ୍ରିଲିଂ ମେସିନ୍ କିମ୍ବା କୌଣସି ରୋଷେଇ ଘରର ଉପକରଣ ଯାହା ଘରର ବାତାବରଣ ଗରମ କରିଥାଏ ତାହାର ବ୍ୟବହାର କମ କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+