କାର୍ଗିଲ ବିଜୟକୁ ପୁରିଲା ୨୩ ବର୍ଷ , ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Kargil Vijay Diwas 2022 :କାର୍ଗିଲ ବିଜୟକୁ ପୁରିଲା ୨୩ ବର୍ଷ , ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଜୁଲାଇ ୨୬ ତାରିଖ ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ । କାର୍ଗିଲ ବିଜୟକୁ ପୁରିଲା ୨୩ ବର୍ଷ । ୧୯୯୯ ମସିହା କାର୍ଗିଲ୍ ଯୁଦ୍ଧର ଆଜି ଥିଲା ଶେଷ ଦିନ । ଆଜି ହିମାଳୟର ଉଚ୍ଚ ଘାଟିର ଲଢେଇରେ ଭାରତର ହୋଇଥିଲା ବିଜୟ । ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତ ବିଜୟ ଲାଭ କରିଥିଲା । ହିମାଳୟର ଉଚ୍ଚ ପାହାଡରେ ପୁଣି ତ୍ରିରଙ୍ଗା ଉଡିଥିଲା ଭାରତୀୟ ସେନା । ହେଲେ ଏହି ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ । ଆଜି ଏହି ପବିତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆଜି କାର୍ଗିଲ ବିଜୟ ଦିବସକୁ ସାରା ଦେଶ ପାଳନ କରୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ' କାର୍ଗିଲ୍ ବିଜୟ ଦିବସ ଭାରତ ମା'ର ଗର୍ବ ଓ ଗୌରବର ପ୍ରତୀକ । ଏହି ଅବସରରେ ମାତୃଭୂମିର ପ୍ରତିରକ୍ଷା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିବା ସମସ୍ତ ସହିଦଙ୍କୁ ମୋର ଶତ ଶତ ନମସ୍କାର... ଜୟ ହିନ୍ଦ୍' ଏହି ଅବସରରେ ଆଜି କାଶ୍ମୀରର ଡ୍ରାସଠାରେ ଥିବା କାରଗିଲ ୱାର ମେମୋରିଆଲ୍ ରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସେହିପରି ଦିଲ୍ଲୀ ଇଣ୍ଡିଆ ଗେଟ୍ ରେ ଥିବା ଅମର ଯବାନ ଜ୍ୟୋତିରେ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ତେବେ କାରଗିଲ ଯୁଦ୍ଧ ପାଖାପାଖି ୨ ମାସ ଧରି ଚାଲିଥିଲା । ଯେଉଁଥିରେ ୫୨୭ ଜଣ ଯବାନ ଯବାନ ସହିଦ ହୋଇଥିଲେ
ହିମାଳୟର ବରଫାଚ୍ଛନ୍ନ ଅଞ୍ଚଳରେ ଭାରତୀୟ ସେନାର ଏଭଳି ଦୁଃସାହସ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଥିଲା ଓ ଯେଉଁଥି ପାଇଁ ଆଜି ସାରା ଦେଶ ଏକ ଆସନ୍ନ ବିପଦ ମୁହଁରୁ ରକ୍ଷା ପାଇଛି ।












Click it and Unblock the Notifications