Railway Job: ଜାଣନ୍ତୁ କେତେ ଟଙ୍କା ପାଆନ୍ତି ଲୋକ ପାଇଲଟ୍ ? ଏମିତି କରିବେ ଚାକିରି
Job in Railway: ଟ୍ରେନ୍ ଯାତ୍ରା କାହାରି ପ୍ରିୟ ନୁହେଁ କହିଲେ । ଦୂର ବାଟକୁ ଯାତ୍ରା କଲେ ଆମେ ସାଧାରଣ ଟ୍ରେନରେ ଯାଇଥାଉ । କାରଣ ଟ୍ରେନ ଦ୍ଵାରା ଆମେ ସୁରୁଖୁରରେ ଯାତ୍ରା କରିଥାଉ । ତାହା ସହ ଆମେ ବାଟରେ ଗଲାବେଳେ ପ୍ରାକୃତିକ ସୁନ୍ଦରତାକୁ ଉପଭୋଗ କରିଥାଉ । ତେବେ ଆପଣ ଯେଉଁ ଟ୍ରେନରେ ଯାଆନ୍ତି ତାକୁ ଜଣେ ଚଲାଇଥାଏ ।
ତେବେ କିଏ ଏହି ଏତେ ବଡ ଟ୍ରେନ୍ ଚଲାଇଥାଏ ? ଜଣେ ବ୍ୟକ୍ତି ନିୟମିତ ଭାବେ ଟ୍ରେନ୍ ଚଳାଉଥିବା ବେଳେ ହଜାର ହଜାର ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇ ଥାଏ । ଆଉ ଏହି ଟ୍ରେନ୍ ଚଳାଉଥିବା ଡ୍ରାଇଭର୍ଙ୍କୁ ଲୋକ ପାଇଲଟ୍ କୁହାଯାଏ । ବିମାନ ଉଡ଼ାଉଥିବା ପାଇଲଟ୍ଙ୍କ ପରି ।
ଭାରତୀୟ ରେଳବାଇରେ କାର୍ଯ୍ୟ କରୁଥିବା ଜଣେ ଲୋକ ପାଇଲଟ୍ କେବଳ ଲୋକଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ପରିବହନ କରନ୍ତି ନାହିଁ, ବରଂ ମାଳବାହୀ ଟ୍ରେନ୍ ମଧ୍ୟ ଚଳାଇଥାନ୍ତି । ତେବେ ଆପଣ କେବେ ଭାବି ଚଲାଇ ପାରିବେ କି ? ଆପଣ କେବେ ସନ୍ଦେହ କରିଛନ୍ତି କି ?
ବସ୍ ଯିଏ ଚଲାଏ ତାଙ୍କୁ ବସ ଡ୍ରାଇଭର କୁହାଯାଏ, ଯିଏ ବିମାନ ଚଳାଚଳ କରନ୍ତି ତାଙ୍କୁ ପାଇଲଟ୍ କୁହାଯାଏ । ଜାହାଜ ଚଳାଉଥିବା ବ୍ୟକ୍ତିଙ୍କୁ କ୍ୟାପଟେନ କୁହାଯାଏ । କିନ୍ତୁ, ଆପଣ କେବେ ଚିନ୍ତା କରିଛନ୍ତି କି ଟ୍ରେନ୍ ଡ୍ରାଇଭରଙ୍କୁ ଲୋକୋ ପାଇଲଟ୍ କାହିଁକି କୁହାଯାଏ ?

ଟ୍ରେନ୍ ଡ୍ରାଇଭରକୁ ଲୋକୋ ପାଇଲଟ୍ କାହିଁକି କୁହାଯାଏ ତାହାର ସରଳ ଉତ୍ତର ହେଉଛି ଯେ ସେମାନେ ଲୋକୋମୋଟିଭ୍ ଇଞ୍ଜିନ୍ ଚଳାନ୍ତି ଓ ନିୟନ୍ତ୍ରଣ କରନ୍ତି, ତେଣୁ ସେମାନଙ୍କୁ ଲୋକୋ ପାଇଲଟ୍ କୁହାଯାଏ । ଅବଶ୍ୟ, ବିଶ୍ବର ବିଭିନ୍ନ ସ୍ଥାନରେ ଟ୍ରେନ୍ ଡ୍ରାଇଭରମାନେ ଇଞ୍ଜିନିୟର୍, ଟ୍ରେନ୍ କଣ୍ଟ୍ରୋଲର୍ କିମ୍ବା ଟ୍ରେନ୍ ହ୍ୟାଣ୍ଡେଲର୍ ଭାବରେ ଜଣାଶୁଣା ।
ଦଶମ କିମ୍ବା ଦ୍ୱାଦଶ ପାସ୍ ବ୍ୟକ୍ତି ଲୋକୋ ପାଇଲଟ୍ ପଦ ପାଇଁ ଆବେଦନ କରିପାରିବେ । ଏହି ପଦ ପାଇଁ ବୟସ ସୀମା ୧୮ ରୁ୩୦ ବର୍ଷ । ଅତିରିକ୍ତ ଭାବରେ, ଆବେଦନକାରୀଙ୍କ ମେକାନିକାଲ୍, ଇଲେକ୍ଟ୍ରୋନିକ୍ କିମ୍ବା ଅଟୋମୋବାଇଲରେ ITI ରୁ ଏକ ଡିପ୍ଲୋମା ଥିବା ଆବଶ୍ୟକ । ରେଳବାଇରେ ଲୋକୋ ପାଇଲଟ୍ ଚାକିରି ପାଇବାକୁ ହେଲେ ଲିଖିତ ପରୀକ୍ଷା, ସାକ୍ଷାତକାର ଏବଂ ଡାକ୍ତରୀ ପରୀକ୍ଷା ଦେଇ ଯିବାକୁ ପଡିବ ।
ଏହି ସବୁ ପ୍ରକ୍ରିୟା ଅତିକ୍ରମ କରିବା ପରେ, ରେଳବାଇରେ ଲୋକୋ ପାଇଲଟ୍ ଚାକିରି ପାଇଥାଏ, ପ୍ରଥମେ ଜଣେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ଭାବରେ ଯୋଗ ଦେଇ ୨୫,୦୦୦ ରୁ ୩୫,୦୦୦ ଟଙ୍କା ବେତନ ପାଇଥାଏ । ଏଥି ସହିତ, କିଛି ଦିନ ପରେ, ଲୋକୋ ପାଇଲଟ୍ ଭାବରେ ପଦୋନ୍ନତି ପାଇବା ପରେ ଦରମା ୫୦,୦୦୦ ରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥାଏ । ଏହି ସବୁ ସହିତ, ଘର ଭଡା, ମହଙ୍ଗା ଭତ୍ତା, ଭତ୍ତା, ରନିଙ୍ଗ୍ ଭତ୍ତା ଓ ପରିବହନ ଭତ୍ତା ଭଳି ସୁବିଧା ରହିଛି ।












Click it and Unblock the Notifications