ଆଉ ଫ୍ରି'ରେ ଦେଖି ପାରିବେ ନାହିଁ IPL! ୨୫ ଏପ୍ରିଲଠୁ ବଦଳିବ ନିୟମ

Jio Cinema New Subscription Plan: ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଜିଓ ସିନେମା ନିଜ ଉପଭୋକ୍ତାମାନଙ୍କ ପାଇଁ ନୂଆ ପ୍ଲାନ୍ ଆଣିବା ପାଇଁ ଯାଉଛି । କମ୍ପାନୀ ପକ୍ଷରୁ ଏନେଇ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । । ଏଥିରେ ଉପଭୋକ୍ତାମାନେ ଏକ ବିଜ୍ଞାପନମୁକ୍ତ ଅଭିଜ୍ଞତା ପାଇପାରିବେ । ତେବେ ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ, ଜିଓ ପ୍ଲାଟଫର୍ମରେ IPL ଦେଖିବା ଏଣିକି ଟଙ୍କା ଦେବା ପାଇଁ ପଡିପାରେ । ହେଲେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

'JioCinema X' ରେ ଏକ ଛୋଟ ଭିଡିଓ ସେୟାର କରାଯାଇଛି । ଏହି ଭିଡିଓରେ ଦେଖିବା ପାଇଁ ମିଳୁଛି ଯେ, ମ୍ୟାଚ୍ ମଝିରେ ଆସୁଥିବା ବିଜ୍ଞାପନ ପାଇଁ ବିରକ୍ତ ହେଉଛନ୍ତି ୟୁଜର୍ସ ଏବଂ କେବେଳ ବିଜ୍ଞାପନ ଦେଖି ଦେଖି ଥକି ଯାଉଛନ୍ତି । ତେଣୁ ନିଜ ଗ୍ରାହକଙ୍କ ସୁବିଧା ପାଇଁ ଏପ୍ରିଲ ୨୫ ତାରିଖରେ ଏକ ନୂତନ ବିଜ୍ଞାପନମୁକ୍ତ ପ୍ଲାନ୍ ଆଣିବା ପାଇଁ ଯାଉଛି କମ୍ପାନୀ । ଏଥିରେ ଏକ ଫ୍ୟାମିଲି ପ୍ୟାକ୍ ମଧ୍ୟ ରହିଛି । ସାଧାରଣତଃ ଆଇପିଏଲ୍ ମ୍ୟାଚ୍ ଦେଖିବା ମଝିରେ ଅନେକ ବିଜ୍ଞାପନ ଆସିଥାଏ, ଯାହା ଉପଭୋକ୍ତାଙ୍କ ଆପିଏଲ ଦେଖିବା ମଜାରେ ବାଧକ ସୃଷ୍ଟି କରିଥାଏ ।

Jio Cinema New Subscription Plan

ବର୍ତ୍ତମାନ ଲୋକମାନେ ଜିଓ ସିନେମାରେ ମାଗଣାରେ ଆଇପିଏଲ୍ ଦେଖିପାରିବେ, କିନ୍ତୁ ଆଗକୁ ଆଡ୍ ମୁକ୍ତ ମ୍ୟାଚ୍ ଦେଖିବା ପାଇଁ ହେଲେ ଜିଓ ଏକ ସ୍ୱତନ୍ତ୍ର ପ୍ଲାନ୍ ଆଣିପାରେ । ତେବେ ଏପର୍ଯ୍ୟନ୍ତ ଜିଓ'ପକ୍ଷରୁ ଏନେଇ କୌଣସି ସୂଚନା ପ୍ରକାଶ ପାଇ ନାହିଁ ।

ବର୍ତ୍ତମାନ ଜିଓ ସିନେମା ଦୁଇ ପ୍ରକାରର ଯୋଜନା ପ୍ରଦାନ କରୁଛି । ୯୯୯ ଟଙ୍କା ପ୍ଲାନ୍ ଅଛି ଯାହା ବାର୍ଷିକ ଅଟେ । ଏହା ବ୍ୟତୀତ ଦ୍ୱିତୀୟ ପ୍ଲାନଟି ହେଉଛି ମାସିକ ଯାହା ୯୯ଟଙ୍କାର । ହେଲେ ଏହି ପ୍ଲାନ୍ ସମ୍ପୂର୍ଣ୍ଣ ବିଜ୍ଞାପନ ମୁକ୍ତ ନୁହେଁ । ଜିଓ ସିନେମାରେ ମାଗଣାରେ ଆଇପିଏଲ୍ ଦେଖିବା ପାଇଁ, ଉପଭୋକ୍ତାମାନେ ଜିଓ ସିନେମା ଆପ୍ ଡାଉନଲୋଡ୍ କରି ମ୍ୟାଚ୍ ଦେଖିପାରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+