Get Updates
Get notified of breaking news, exclusive insights, and must-see stories!

କୁକୁର ପାଇଁ କାଟିଲେ ୪୦ ହଜାର ଟଙ୍କାର କେକ୍, ପାର୍ଟିରେ ଖର୍ଚ୍ଚ ହେଲା ୫ ଲକ୍ଷ !

Viral Video News: ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ଜଣେ ମହିଳା ଏବଂ ତାଙ୍କ କୁକୁରର ଫଟୋ । କାରଣ ମହିଳା ଜଣକ ନିଜ ପୋଷା କୁକୁରର ଜନ୍ମଦିନରେ ଖର୍ଚ୍ଚ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ହେଲେ ଚର୍ଚ୍ଚାରେ ବିଷୟ ହେଉଛି ଯେ, କେବଳ ୪୦ ହଜାର ଟଙ୍କରା କେକ୍ କଟା ଯାଇଛି ।ଏହାସହ ଆହୁରି ଅନେକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା, ଯାହା ପରେ କୁକୁରର ଜନ୍ମଦିନ ପାର୍ଟିର ଭିଡିଓ ଫଟୋ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ନିଜ କୁକୁର ପ୍ରତି ଭଲ ପାଇବା ପାଇଁ ଚର୍ଚ୍ଚାରେ ରହିଛନ୍ତି । ସେ ତାଙ୍କ କୁକୁରର ଜନ୍ମଦିନ ପାଳନ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରାଯାଇଛି ଯେ ମହିଳା ଜଣକ ଏହି ପାର୍ଟିରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

Jharkhand Woman Spends 5 Lakh On Her Dog s Birthday

ତେବେ କୁକୁର ପାଇଁ କେବଳ ୪୦ ହଜାର ଟଙ୍କାର କେକ୍ କାଟାଯାଇଥିଲା ଏବଂ ୩୦୦ ଲୋକଙ୍କ ପାଇଁ ଏକ ବିଳାସପୂର୍ଣ୍ଣ ଖାଦ୍ୟ ଭୋଜିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସୋସିଆଲ ମିଡିଆରେ ଏହି ପୋଷ୍ଟଟି ଯିଏ ବି ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛି । ମହିଳା ଜଣକ ପାର୍ଟି ପାଇଁ ନିମନ୍ତ୍ରଣ କାର୍ଡ ମଧ୍ୟ ପ୍ରିଣ୍ଟ କରିଥିଲେ ଏବଂ ଏକ ଡିଜେ ନାଇଟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ସୂଚନା ଅନୁସାରେ ମହିଳାଙ୍କ ନାମ ସପନା, ସେ ଝାଡ଼ଖଣ୍ଡର ଜମସେଦପୁରର ବାସିନ୍ଦା । ସପନା ତାଙ୍କ କୁକୁରର ପ୍ରତ୍ୟେକ ଜନ୍ମଦିନରେ ଏହିପରି ଭାବେ ପାଳନ କରନ୍ତି । ସୋସିଆଲ ମିଡିଆରେ ପୋଷ୍ଟଟି ଭାଇରାଲ ହେବା ମାତ୍ରେ ଲୋକମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବା ଆରମ୍ଭ କରିଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+