Jharkhand Train Accident: ସାଙ୍ଗର ଜିଦ୍ ପାଇଁ ବଞ୍ଚିଲା ଜୀବନ! ଶେଷ ମୂହୁର୍ତ୍ତ ଟିକେଟ୍ କଲେ କ୍ୟାନସେଲ୍
Jharkhand Train Accident: ସାଙ୍ଗର ଜିଦ୍ ପାଇଁ ବଞ୍ଚିଲାଗଲା ଜୀବନ । ଭଦ୍ରକ ଜିଲ୍ଲାର ୪୦ ବର୍ଷିୟ ଷ୍ଟାଲିନ ଦାସ ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେ ଛତିଶଗଡ଼ର ଏକ ଥର୍ମାଲ ପାୱର ପ୍ଲାଣ୍ଟରେ କାମ କରୁଥିଲେ ଏବଂ ସେ ହାୱଡା-ମୁମ୍ବାଇ ମେଲ୍ (ଟ୍ରେନ୍ ନମ୍ବର 12810)ର ଟିକେଟ୍ କରିଥିଲେ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ନିକଟରେ ଏହି ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ହେଲେ ନିଜ ସାଙ୍ଗର ଜିଦ୍ ପାଇଁ ଷ୍ଟାଲିନଙ୍କ ଜୀବନ ବଞ୍ଚିଯାଇଛି ।
ମଙ୍ଗଳବାର ସକାଳେ ଝାଡଖଣ୍ଡର ରାଜଖରସାନ ରେଳ ଷ୍ଟେସନ ନିକଟରେ ଏକ ରେଳ ଦୁର୍ଘଟଣାରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଥିବା ନେଇ ସୂଚନା ରହିଛି । ଏହି ଦୁର୍ଘଟଣାରେ ଟ୍ରେନର ପ୍ରାୟ ୧୯ଟି କୋଚ୍ ଲାଇନଚ୍ୟୁତ୍ ହୋଇଯାଇଥିଲା ।

ଦାଶ ଏବଂ ତାଙ୍କର ଦୁଇ ଅଫିସ୍ ସହକର୍ମୀ ଯୋଗେଶ ତିୱାରୀ ଏବଂ ଗିରିରାଜ ଚନ୍ଦ୍ର ଟାଟାନଗରରୁ ଚମ୍ପା ପର୍ଯ୍ୟନ୍ତ ବି-୩ କୋଚରେ ଟିକେଟ ବୁକ୍ କରିଥିଲେ। ହେଲେ ପରବର୍ତ୍ତି ସମୟରେ ସେ ନିଜ ଟିକେଟ୍ କ୍ୟାନସେଲ୍ କରିଦେଇଥିଲେ । ହେଲେ ତାଙ୍କ ସହକର୍ମୀମାନେ ସୋମବାର ଟାଟାନଗରର ଉକ୍ତ ଟ୍ରେନରେ ଯାତ୍ରା କରିଥିଲେ । ସୂଚନାଯୋଗ୍ୟ ଯେ ଦାସଙ୍କ ଟିକେଟ୍ ସେହି କୋଚରେ ଥିଲା ଯେଉଁଥିରେ ସଂଲଗ୍ନ କୋଚ୍ ଅର୍ଥାତ୍ B4 ର ଦୁଇଜଣ ଯାତ୍ରୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।
TOI ରିପୋର୍ଟ ଅନୁଯାୟୀ, ଦାସ କହିଛନ୍ତି ମୋ ସହକର୍ମୀ ମାନେ ଯିବା ପରେ ମୁଁ ଜମସେଦପୁରରେ ଏକ ସାଙ୍ଗ ଘରେ ରହିଯାଇଥିଲି । ମୋ ସାଙ୍ଗ ଜିଦ୍ ପାଇଁ ମୁଁ ଅଟକି ଯାଇଥିଲି । ପର ଦିନ ସିକାଳୁ ଟ୍ରେନ୍ ଦୁର୍ଘଟଣା ବିଷୟରେ ଜାଣିବା ପରେ ମୁଁ ନିଜ ସାଥୀ ମାନଙ୍କୁ କଲ୍ କରିଥିଲି ହେଲେ ସେମାନେ ମୋର ଫୋନ୍ ଉଠାଇ ନଥିଲେ । ଯାହା ପରେ ମୁଁ ଖୁବ୍ ଚିନ୍ତିତ ହୋଇ ପଡିଥିଲି । କିଛି ଘଣ୍ଟା ପରେ, ମୋ ସହକର୍ମୀମାନେ ଫୋନ କରି କହିଥିଲେ ଏବଂ ସେମାନେ ଠିକ୍ ଅଛନ୍ତି ବୋଲି ମଧ୍ୟ କହିଥିଲେ । ସେମାନେ ସାମାନ୍ୟ ଆହତ ହୋଇଛନ୍ତି । ଦାସ ଆହୁରି କହିଛନ୍ତି, "କେବଳ ମୋର ସାଙ୍ଗମାନଙ୍କ ପାଇଁ ନୁହେଁ, ମୋ ପାଇଁ ମଧ୍ୟ ଏହା ଏକ ଚମତ୍କାର ଅଟେ ।
ମଙ୍ଗଳବାର ସକାଳେ ଝାଡଖଣ୍ତ ନିକଟରେ ହାଓଡା-ମୁମ୍ବାଇର ଯାତ୍ରୀବାହୀ ଟ୍ରେନର ୧୮ଟି ବଗି ଲାଇନଚ୍ୟୁତ୍ ହୋଇଥିଲା । ଯେଉଁଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଦଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ଭାରତୀୟ ରେଳବାଇ ପାଞ୍ଚଟି ଟ୍ରେନକୁ ବାତିଲ କରିଥିବାବେଳେ ୧୭ଟି ଟ୍ରେନକୁ ଡାଇଭର୍ଟ କରାଯାଇଥିଲା।












Click it and Unblock the Notifications