Get Updates
Get notified of breaking news, exclusive insights, and must-see stories!

କଟକରେ ଉଦଘାଟିତ ହେଲା ITAT କମ୍ପ୍ଲେକ୍ସ, ନବୀନଙ୍କୁ ପ୍ରଶଂସା କଲେ କେନ୍ଦ୍ର ଆଇନମନ୍ତ୍ରୀ

କଟକରେ ଉଦଘାଟିତ ହୋଇଛି ଆୟକର ଅପଲେଟ୍ ପ୍ରାଧୀକରଣ (ITAT)

ଭୁବନେଶ୍ୱର : କଟକରେ ଉଦଘାଟିତ ହୋଇଛି ଆୟକର ଅପଲେଟ୍ ପ୍ରାଧୀକରଣ (ITAT) । ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ନୂତନ ସଂସ୍ଥା ଆୟକର ବିବାଦ ସମ୍ପର୍କରେ ଓଡିଶାର ସର୍ବୋଚ୍ଚ ପ୍ରାଧୀକରଣ ଭାବେ କାମ କରିବ । ଏହା ଦ୍ୱାରା ଆୟକର ନେଇ ରାଜ୍ୟ ଭିତରେ ଉପୁଜୁ ଥିବା ବିବାଦର ଶୀଘ୍ର ସମାଧାନ ହୋଇ ପାରିବ ବୋଲି କୁହାଯାଇଛି ।

ନବୀନ ପଟ୍ଟନାୟକ
ଏହି ଭିଡିଓ କନଫରେନ୍ସିଂ ଉଦଘାଟନରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ରାଜ୍ୟ ସରକାର ଏହି ପ୍ରାଧୀକରଣ ପ୍ରତିଷ୍ଠା କରିବା ପାଇଁ ତ୍ୱରିତ ଗତିରେ ଜମି ପ୍ରଦାନ କରିଥିଲେ ବୋଲି ସେ କହିଛନ୍ତି । 2017ରେ ଉକ୍ତ ଭବନର ଶିଳାନ୍ୟାସ କଟକରେ ହୋଇଥିବା ବେଳେ ମାତ୍ର ତିନି ବର୍ଷ ଭିତରେ ଏହାକୁ ଉଦଘାଟନ କରାଯାଇ ପାରିଛି ବୋଲି ରବିଶଙ୍କର କହିଛନ୍ତି । ଏତେ ଶୀଘ୍ର ସମ୍ପୂର୍ଣ୍ଣ କାମ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛନ୍ତି । ସେହିପରି ଭାରତର ତୃତୀୟ ଓ ପୂର୍ବ ଭାରତରେ ଏହା ପ୍ରଥମ ବିଲ୍ଡଂ ହୋଇଥିବାରୁ ଏଥିରେ ଖୁସିବ୍ୟକ୍ତ କରିଛନ୍ତି ନବୀନ ପଟ୍ଟନାୟକ । ଏଠାରେ କେବଳ ଓଡିଶା ନୁହେଁ ରାଞ୍ଚି, ପାଟଣା ଓ ଗୌହାଟି ବେଞ୍ଚର ମାମଲା ସମାଧାନ ହୋଇ ପାରିବ ବୋଲି ଏହି ଅବସରରେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକରେ 1970 ମସିହାରେ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ITAT ପ୍ରତିଷ୍ଠା ହୋଇଥିଲା ବୋଲି ନବୀନ କହିଛନ୍ତି ।
ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ଉଦଘାଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ବକ୍ତବ୍ୟ ରଖିଥିଲେ । ଜଗନ୍ନାଥଙ୍କ ଆର୍ଶୀବାଦରୁ ଏହି ବେଞ୍ଚ ଉଦଘାଟିତ ହୋଇଥିବା ସେ କହିଛନ୍ତି । କଟକର ଏହି ବେଞ୍ଚ କେବଳ ଓଡିଶା ନୁହେଁ ବରଂ ଉତ୍ତର-ପୂର୍ବ ଭାରତର କରଦାତାଙ୍କୁ ସୁବିଧା ଦେବ । ଏହାଦ୍ୱାରା କୋଲକାତା ଜୋନର କରଦାତା ଉପକୃତ ହେବେ ବୋଲି ମୋଦୀ କହିଛନ୍ତି । ଓଡିଶା ପାଇଁ ଓ ଓଡିଶା ଲୋକଙ୍କ ସେବା ପାଇଁ ସମର୍ପିତ ଥିବା ବିଜୁ ବାବୁଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଚଳି ଦେଇଥିଲେ ପ୍ରଧାନମନ୍ତ୍ରୀ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+