ଜାଣନ୍ତୁ ଚଳିତ ବର୍ଷ କେଉଁ ତାରିଖରେ ପଡୁଛି ହୋଲି
Holi 2025: ହୋଲି ହିନ୍ଦୁ ଧର୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ, ହିନ୍ଦୁମାନଙ୍କର ଏକ ବଡ଼ ପର୍ବ । ସମସ୍ତେ ଉତ୍ସାହର ସହିତ ଏହି ପର୍ବକୁ ପାଳନ କରିଥାନ୍ତି । ଏହି ପର୍ବ ପାରସ୍ପରିକ ପ୍ରେମ, ଆନନ୍ଦ, ସୁଖ ଏବଂ ଉତ୍ସାହର ଅଟେ । ହୋଲି ଦିନ ଜଣେ ବ୍ୟକ୍ତି ସମସ୍ତ ମାନ ଅଭିମାନ ଦୂର କରି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି । ମନର ଘୃଣା ଏବଂ ଶତ୍ରୁତାକୁ ହୋଲିକା ଦହନର ନିଆଁରେ ବଳି ଦିଆଯାଏ ।
ପଞ୍ଚାଙ୍ଗ ଅନୁଯାୟୀ, ଫାଲଗୁନ୍ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମା ତିଥିରେ ହୋଲି ପାଳନ କରାଯାଏ । ଚଳିତ ବର୍ଷ ମାର୍ଚ୍ଚ ୧୩ ତାରିଖରେ ହୋଲିକା ଦାହ, ଏହା ଗୁରୁବର ପଡୁଛି । ତେବେ ହୋଲି ରଙ୍ଗର ପର୍ବ ହୋଲିକା ଦହନ ପରଦିନ ପାଳନ କରାଯାଏ । ତେଣୁ ୧୪ ମାର୍ଚ୍ଚ ୨୦୨୫ ଶୁକ୍ରବାର ଏଥର ହୋଲି ପର୍ବ ପାଳନ କରାଯିବ ।

ହୋଲି ଦିନ ଲୋକେ ପରସ୍ପରର ଗାଲରେ ଅବୀର ଲଗାଇବା ସେଲିବ୍ରିଟେ କରିଥାନ୍ତି । ମାନ୍ୟତା ରହିଛି ହୋଲି ପର୍ବ ରାଧା- କୃଷ୍ଣଙ୍କ ପ୍ରେମ ସହିତ ଜଡିତ । ତେଣୁ ଏହି ପର୍ବକୁ ଆମେ ପ୍ରେମ, ସ୍ନେହ ଶ୍ରଦ୍ଧାରେ ପାଳନ କରିଥାଉ ।
ସେହିପରି ବାସ୍ତୁ ଅନୁସାରେ, ଘରର ପ୍ରବେଶ ଦ୍ୱାର ତଥା ଅଗଣାରେ ରଙ୍ଗୋଲି ପକାନ୍ତୁ । ରଙ୍ଗୋଲିରେ ଲାଲ, ହଳଦିଆ, ସବୁଜ, ଗୋଲାପି ଆଦି ରଙ୍ଗ ବ୍ୟବହାର କରନ୍ତୁ । ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ମା'ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ । ବାସ୍ତୁ ଦୋଷ ଦୂର ପାଇଁ ସକରାତ୍ମକ ଶକ୍ତି ପ୍ରବେଶ ପାଇଁ ଘରର ବଗିଚାରେ କିମ୍ବା ଅନ୍ୟ ସ୍ଥାନରେ ଗଛ ଲଗାନ୍ତୁ । ଏପରି କରିବା ଦ୍ୱାରା ଘରେ ସୁଖଶାନ୍ତି ପ୍ରବେଶ କରିଥାଏ ।












Click it and Unblock the Notifications