ଅନ୍ତର୍ଜାତୀୟ ଶ୍ରମିକ ଦିବସ: ଆଜି ବି ହକ୍ ପାଇଁ ଲଢୁଛି ଶ୍ରମିକ, ଅନିଶ୍ଚିତାରେ ରୋଜଗାର
ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ପ୍ରତିବର୍ଷ ମେ’1 ରେ ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହୁଏ। ଓଡ଼ିଶାରେ ବି ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ।
ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ପ୍ରତିବର୍ଷ ମେ'1 ରେ ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହୁଏ। ଓଡ଼ିଶାରେ ବି ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସଭା ସମିତିରେ ଅନେକ ଶ୍ରମିକ କଲ୍ୟାଣ ଯୋଜନା ବାବଦରେ ଘୋଷଣା କରାଯାଏ। ହେଲେ ପ୍ରକୃତରେ କେତେ କାର୍ଯ୍ୟକାରୀ ହୁଏ, ତା'ର ତଦାରଖ ହୋଇପାରେ ନାହିଁ।

ଶ୍ରମିକ ଦିବସ ଇତିହାସ
ହିନ୍ଦୁସ୍ଥାନ ଲେବର କିଷାନ ପାର୍ଟି ପ୍ରଥମ ଥର ଏହି ଦିବସ ପାଳନ କରିଥିଲା । ପରେ ଭାରତରେ 1923ରେ ଏହି ଦିବସ ପାଳନ ହୋଇଥିଲା । ଶ୍ରମିକ ଦିବସ ଦିନ ସରକାର ସମସ୍ତଙ୍କୁ ଜାତୀୟ ଛୁଟି ପ୍ରଦାନ ପାଇଁ ଏକ ପ୍ରସ୍ତାବ ପାରିତ ହେଲା । ତା ପରଠୁ ପ୍ରତିବର୍ଷ ଶ୍ରମିକ ଦିବସ ପାଳିତ ହେଉଛି । 1923 ମସିହାରେ ମାଡ୍ରାସରେ ପ୍ରଥମ ଥର ଶ୍ରମିକ ଦିବସ ପାଳନ କରାଯାଇଥିଲା । ଶ୍ରମିକ ଦିବସରେ ଛୁଟି ଘୋଷଣା ହେଲା । ହେଲେ ପ୍ରକୃତ ଶ୍ରମିକ ପାଦ କେବେ ଅଟକେ ନାହିଁ ।
ତେବେ ଶ୍ରମିକ ସମସ୍ୟା ଆଜି ବି ଲାଗି ରହିଛି । ଖୋଦ୍ ରାଜଧାନୀରେ ହଜାର ହଜାର ଶ୍ରମିକ ଆଜି ବହୁ ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଛନ୍ତି। ଅନିଶ୍ଚିତ ରୋଜଗାର ସାଙ୍ଗକୁ ମୌଳିକ ସୁବିଧା ପାଉନଥିବାରୁ ବହୁ ଶ୍ରମିକ ଆଜି ହନ୍ତସନ୍ତ ହେଉଛନ୍ତି। ନା ମୁଣ୍ଡ ଉପରେ ଛପର ଅଛି, ନା ଦିନକୁ ଦୁଇ ବେଳା ପେଟ ପୂରା ଖାଇବାକୁ ଅଛି।

ଶ୍ରମ ନୀତିରେ ପରିବର୍ତ୍ତନ କରି ଶ୍ରମିକମାନଙ୍କୁ ଉତ୍ସାହିତ କରିବା ଉଚିତ । ମୁଖ୍ୟତଃ ଅଣସଙ୍ଗଠିତ ଶ୍ରମିକଙ୍କ କଲ୍ୟାଣ ଉପରେ ଗୁରୁତ୍ବ ଦେବା ଦରକାର । ଶ୍ରମିକଙ୍କ ସୁରକ୍ଷା ହିଁ ଆଗାମୀ ଦିନରେ ଭାରତକୁ ସ୍ବାବଲମ୍ବୀ ହେବାର ନୂତନ ଦିଗନ୍ତ ସୃଷ୍ଟି କରିବ । ଅର୍ଥନୀତିରେ ମଧ୍ୟ ସୁଧାର ଆସିବ । ଏହାକୁ ହୃଦୟଙ୍ଗମ କରି ଶ୍ରମିକଙ୍କ ସମସ୍ୟା ସମାଧାନ କରିପାରିଲେ ଏହି ଦିନର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରିବ ।












Click it and Unblock the Notifications