ଆଜି ଅନ୍ତର୍ଜାତୀୟ 'ବ୍ୟାଘ୍ର ଦିବସ', କମୁଛି ବାଘଙ୍କ ସଂଖ୍ୟା
International Tiger Day 2022:ଆଜି 'ବିଶ୍ୱ ବ୍ୟାଘ୍ର ଦିବସ',ଭାରତୀୟ ଜଙ୍ଗଲ ରାଜ ବାଘ
ଭୁବନେଶ୍ୱର: ଆଜି 'ବିଶ୍ୱ ବ୍ୟାଘ୍ର ଦିବସ'। ବାଘଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ୨୯ରେ ସାରା ବିଶ୍ୱରେ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଏ । ସାରା ବିଶ୍ୱରେ ବାଘ ସମ୍ମୁଖୀନ ହେଉଥିବା ବିପଦ ଏବଂ ଅସୁବିଧା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱ ବ୍ୟାଘ୍ର ଦିବସ ପାଳନ କରାଯାଏ । ସାରା ବିଶ୍ବରେ ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି । ବିଶ୍ୱର ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି । ଗଛ କାଟିବା ଦ୍ୱାରା ବାଘଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଆଜି 'ବ୍ୟାଘ୍ର ଦିବସ' ଅବସରରେ ଆସନ୍ତୁ ଜାଣିବା ବାଘଙ୍କ ବିଷୟରେ କିଛି ଜଣା ଅଜଣା କଥା ।

୧-ବାଘ ବିରାଡି ପ୍ରଜାତିର ସର୍ବବୃହତ ଜୀବପ୍ରଜାତି । ଏକ ବୟଷ୍କ ବାଘର ଓଜନ ପ୍ରାୟ ୩୬୩ କିଲୋ ପର୍ଯ୍ୟନ୍ତ ହୋଇଥାଏ । (ଯାହା ଏକ ଦଶ ବର୍ଷ ଶିଶୁ ସହିତ ସମାନ) । ଏବଂ ଯାହାର ଲମ୍ବ ୩.୩ ମିଟର ପର୍ଯ୍ୟନ୍ତ ହୋଇଥାଏ ।

୨-ବାଘ ଏକ ମାଂସାସୀ ଜୀବ । ଗୋରୁ ଓ ହରିଣ,ବଣୁଆ ଘୁଷୁରୀ, ଆଣ୍ଟିଲୋପ୍ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏହାର ମୁଖ୍ୟ ଶିକାର । ବାଘମାନେ ମୁଖ୍ୟତଃ ଏକାକୀ ଜୀବନଯାପନ କରିଥାନ୍ତି ଏକା ହିଁ ଶିକାର କରିବା ପାଇଁ ମଧ୍ୟ ପସନ୍ଦ କରିଥାନ୍ତି ।


୪-ବାଘ ପାଣିରେ ରହିବା ପାଇଁ ଅଧିକ ପସନ୍ଦ କରିଥାଏ । ଅଧିକାସଂ ସମୟ ଭାରତୀୟ ଜଙ୍ଗଲ ରାଜ କୁହାଯାଉଥିବା ବାଘକୁ ନଦୀ , ପୋଖରୀରେ ଦେଖିବା ପାଇଁ ମିଳିଥାଏ । ବାଘର ଗର୍ଜନ ତିନି କିଲୋମିଟର ପର୍ଯ୍ୟନ୍ତ ଶୁଣିବା ପାଇଁ ମିଳିଥାଏ ।

୫- ପ୍ରାଚୀନ ପୌରାଣିକ କଥା, ଲୋକକଥା ଇତ୍ୟାଦିରେ ବାଘଙ୍କ ଉପସ୍ଥିତି ବିଷୟରେ ଆଲୋଚନା କରାଯାଇଛି । ବାଘ ହେଉଛି ଭାରତ, ବଙ୍ଗଳାଦେଶ, ମାଲେସିଆ ଓ ଦକ୍ଷିଣ କୋରିଆ ପ୍ରଭୃତି ଦେଶର ଜାତୀୟ ପଶୁ ।
୬- ସାଧାରଣତଃ ଏକାପରି ନଜର ଆସନ୍ତି ବାଘ , ହେଲେ ପ୍ରତ୍ୟକଙ୍କ ଦେହରେ ନଜର ଆସୁଥିବା କଳାକଳା ରଙ୍ଗର ପଟା ପଟା ଦାଗ କିନ୍ତୁ ଅଲଗା ଅଲଗା ପାର୍ଟନର ଥାଏ ।
୭-ଆଜି ଦୁନିଆରେ ବାଘର ପାଞ୍ଚଟି ଉପଜାତି ଅଛି । ଏହି ଉପଜାତିଗୁଡ଼ିକ ହେଉଛି ବେଙ୍ଗଲ୍ ଟାଇଗର, ସାଉଥ୍ ଚାଇନା ବାଘ, ଇଣ୍ଡୋଚାଇନିଜ୍ ଟାଇଗର, ସୁମାତ୍ରା ଟାଇଗର ଏବଂ ଆମୁର ଟାଇଗର ଯାହାକୁ ସାଇବେରିଆ ବାଘ ବୋଲି ମଧ୍ୟ କୁହାଯାଏ । ବାଘର ତିନୋଟି ଉପଜାତି ବିଲୁପ୍ତ ହୋଇଯାଇଛି କେସ୍ପିୟନ୍, ବାଲି ଏବଂ ଜାୱନ ।

ଅନ୍ୟପଟେ ଆଜି ବ୍ୟାଘ୍ର ଦିବସ ଅବସରରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ନନ୍ଦନକାନନରେ ଏବେ ତିନି ପ୍ରଜାତିର ମୋଟ ୨୭ଟି ବାଘ ଅଛନ୍ତି ।
-
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ -
ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର












Click it and Unblock the Notifications