For Quick Alerts
Turn On Notification  
For Daily Alerts
Oneindia App Download

ଇଣ୍ଡୋନେସିଆ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଇଣ୍ଡୋନେସିଆ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ତକଙ୍କ ପରିବାରଙ୍କୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

|

ଭୁବନେଶ୍ୱର: ଇଣ୍ଡୋନେସିଆ ଯାତ୍ରୀବାହୀ ବିମାନ ଦୁର୍ଘଟଣା । ଦୁର୍ଘଟଣା ପରେ ବିମାନର ମିଳିଛି ଭଗ୍ନାବଶେଷ । ତେବେ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ଯ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।

plane

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା:

ଶନିବାର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ବିମାନ ଉଡ଼ାଣ କରିବାର କିଛି ସମୟ ପରେ ନିଖୋଜ ହୋଇଯାଇଥିଲା ଶ୍ରୀଜୟ ଏୟାରଲାଇନ୍ସ ବିମାନ SJ182 । ବିମାନରେ 62 ଜଣ ଯାତ୍ରୀ ଥିବା ସୂଚନା ରହିଛି । ଦୁର୍ଘଟଣାର 12 ଘଣ୍ଟା ପରେ ବର୍ତ୍ତମାନ ଇଣ୍ଡୋନେସିଆର ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ ଜାକର୍ତ୍ତା ନିକଟ ଜାଭା ସାଗରରେ ବିମାନର ଭଙ୍ଗାବଶେଷ ମିଳିଛି । ବିମାନ ଉଡ଼ାଣ ଠିକ ପରବର୍ତ୍ତୀ ମୁହୁର୍ତ୍ତରେ ହିଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ପ୍ରାୟ ୧୦ ହଜାର ଫୁଟ ଉପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଉଡ଼ାଣର ମାତ୍ର 5 ମିନିଟ୍‌ ଭିତରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଚୂରମାର ହୋଇଯାଇଛି ବିମାନ । ଇଣ୍ଡୋନେସିଆର ଏହି ବିମାନକୁ ସବୁଠୁ ଭଲ ବିମାନ ତାଲିକାରେ ରଖାଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Indonesian plane crash: chief minister and prime minister mourned
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X