ସିଆଲଦା-ପୁରୀ ପୂଜା ସ୍ପେସାଲ ଟ୍ରେନ୍

ସିଆଲଦା-ପୁରୀ ପୂଜା ସ୍ପେସାଲ ଟ୍ରେନ୍

Durga Puja 2022: ଆସୁଛି ପାର୍ବଣ ଋତୁ, ଜୋରଦାର୍ ଜାଲିଛି ପ୍ରସ୍ତୁତି । ଯାତ୍ରୀଙ୍କ ସୁବିଧା ଉପରେ ଗୁରୁତ୍ୱାରୋପ । ପୂଜା ପାଇଁ ପୁରୀ ଓ ସିଆଲଦା ମଧ୍ୟରେ ଚାଲିବ ସ୍ପେସାଲ ଟ୍ରେନ୍ । ୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେସାଲ ଅକ୍ଟୋବର ୧, ୨୦୨୨ ରୁ ଅକ୍ଟୋବର ୨୯. ୨୦୨୨ ମଧ୍ୟରେ ୫ ଟ୍ରିପ କରିବ । ପ୍ରତି ଶନିବାର ରାତି ୧୧.୫୦ରେ ସିଆଲଦାରୁ ବାହାରି ପରଦିନ ସକାଳ ୯.୩୫ରେ ପୁରୀରେ ପହଁଚିବ । ସେହିପରି ୦୩୧୦୨ ପୁରୀ- ସିଆଲଦା ପୂଜା ସ୍ପେସାଲ ଟ୍ରେନ୍ ଅକ୍ଟୋବର ୨.୨୦୨୨ ରୁ ଅକ୍ଟୋବର ୩୦.୨୦୨୨ ମଧ୍ୟରେ ୫ ଟ୍ରିପ ମଧ୍ୟ କରିବାର ସୂଚନା ରହିଛି ।

train

ପ୍ରତି ରବିବାର ଏହି ସ୍ପେସାଲ ଟ୍ରେନ୍ ପୁରୀରୁ ଅପରାହ୍ନ ୩.୫୦ରେ ବାହାରି ପରଦିନ ରାତି ୨ଟାରେ ସିଆଲଦାରେ ପହଁଚିବ । ସେହିପରି ଏହି ଟ୍ରେନ୍ ଭଟ୍ଟନଗର, ଆନ୍ଦୁଲ, ଝଡ଼ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ରୋଡ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଷ୍ଟେସନ ଦେଇ ଅତିକ୍ରମ କରିବ ।

କେବେଠୁ ଆରମ୍ଭ ହେବ ବୁକିଂ

ସେପ୍ଟେମ୍ବର ୧୭ ରୁ ପିଆରଏସ୍ ଓ ଇଣ୍ଟରନେଟ୍ ଜରିଆରେ ୦୩୧୦୨ ପୁରୀ- ସିଆଲଦା ପୂଜା ସ୍ପେସାଲ ଟ୍ରେନ୍ ପାଇଁ ବୁକିଂ ଆରମ୍ଭ ହେବ । ସାଧାରଣ ଠାରୁ ଅଧିକ ରହିବ ଦେୟ । ଏହି ସ୍ପେସାଲ ଟ୍ରେନରେ କୌଣସି ରିହାତିଯୋଗ୍ୟ ବୁକିଂ ସୁବିଧା ରହିବ ନାହିଁ । ତତ୍କାଳ କୋଟାର ବ୍ୟବସ୍ଥା ମଧ୍ୟ ରହିବ ନାହିଁ । ପାର୍ବଣ ଋତୁରେ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବ ରେଳବାଇ ପକ୍ଷରୁ ସିଆଲଦା ଓ ପୁରୀ ମଧ୍ୟରେ ସ୍ପେସାଲ ଟ୍ରେନ୍ ଚଳାଇବାର ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+