ଭାରତର 'ଫିଲ୍ଟର କଫି' କରୁଛି ବିଶ୍ୱରେ ରାଜ୍
Indian filter coffee: ଭାରତର ପ୍ରସିଦ୍ଧ 'ଫିଲ୍ଟର କଫି' ଏବେ କେବଳ ଭାରତୀୟଙ୍କର ନୁହେଁ ପୁରା ବିଶ୍ୱର ଲୋକଙ୍କ ମନ ଜିଣିଛି । ଆଜ୍ଞା ହଁ, ଯଦି ଆପଣ ଏ ପର୍ଯ୍ୟନ୍ତ ଫିଲ୍ଟର କଫି ପିଇ ନାହାଁନ୍ତି ତେବେ ବିଳମ୍ବ ନ କରି ଥରେ ପିଇ ଦେଖନ୍ତୁ, କାରଣ ବର୍ତ୍ତମାନ ସମଗ୍ର ବିଶ୍ୱରେ ସର୍ବୋତ୍ତମ କଫି ମଧ୍ୟରେ ଭାରତୀୟ ଫିଲ୍ଟର କଫି ଦ୍ୱିତୀୟ ସ୍ଥାନରେ ରହିଛି ।

ଟେଷ୍ଟ ଆଟଲାସ୍ ସାରା ବିଶ୍ୱରେ ଉପଲବ୍ଧ କଫିର ଏକ ତାଲିକା ପ୍ରକାଶ କରିଛି, ଯେଉଁଥିରେ ବିଶ୍ୱର ଲୋକମାନେ ଅଧିକ ପସନ୍ଦ କରୁଥିବା କଫିର ନାଁ ରହିଛି । 'ୱାର୍ଲ୍ଡର ଟପ୍ 38 କଫି' ତାଲିକାରେ ଭାରତର ଫିଲ୍ଟର କଫି, ଯାହା ମୁଖ୍ୟତଃ ସାଉଥରେ ଅଧିକ ଲୋକେ ଏହାକୁ ପିଇବା ପାଇଁ ପସନ୍ଦ କରିଥାନ୍ତି ତାହା ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏହି ତାଲିକାରେ 'Cuban Espresso' ପ୍ରଥମ ସ୍ଥାନରେ ରହିଛି ଏବଂ ଦ୍ୱିତୀୟ ସ୍ଥାନରେ ସାଉଥ୍ ଇଣ୍ଡିଆନ୍ କଫି ରହିଛି। କ୍ୟୁବାନ୍ ଏସ୍ପ୍ରେସୋ (କ୍ୟୁବା)
TasteAtlas ରିପୋର୍ଟ
2. ସାଉଥ୍ ଇଣ୍ତିଆ କଫି (ଭାରତ)
3. ଏସପ୍ରେସୋ ଫ୍ରେଡ୍ଡୋ (ଗ୍ରୀସ୍)
4. ଫ୍ରେଡ୍ଡୋ କ୍ୟାପଚିନୋ (ଗ୍ରୀସ୍)
5. କ୍ୟାପଚିନୋ (ଇଟାଲୀ)
6. ତୁର୍କୀ କଫି (ତୁର୍କୀ)
7. ଇଟାଲୀ କଫି
8. ଫ୍ରେପେ (ଗ୍ରୀସ୍)
9. ଇସ୍କାଫି (ଜର୍ମାନୀ)
10. ଭିଏତନାମ ଆଇସିଡ୍ କଫି (ଭିଏତନାମ)












Click it and Unblock the Notifications