ଆଜି ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ
ଆଜି ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ ।

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଯେଉଁଥି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଦିଲ୍ଲୀଠୁ ପଲ୍ଲୀ । ସବୁଠି ଦେଖିବା ପାଇଁ ମିଳୁଛି ଖୁସି ଉତ୍ସାହର ମାହୋଲ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ପ୍ରଥମ ଥର ଭାରତରେ ନୂତନ ସମ୍ବିଧାନ ପ୍ରଣୟନ ହୋଇଥିଲା ।
ଗଣତନ୍ତ୍ର ଦିବସ ପରେଡ ସକାଳ ୧୦ଟାରୁ ଆରମ୍ଭ ହେବ । ଚଳିତ ବର୍ଷ ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେଉଛି ଗଣତନ୍ତ୍ର ଦିବସ ପରେଡ୍ । ପରେଡ ପୂର୍ବରୁ ଦିଲ୍ଲୀର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଅତିଥି ଭାବେ ଯୋଗ ଦେବେ ଇଜିପଟ ରାଷ୍ଟ୍ରପତି ଅବଦେଲ ଫତକ ଏଲ୍-ସିସି । ଖାସ୍ ସେଥିପାଇଁ ଚଳିବ ବର୍ଷ ପରେଡରେ ସାମିଲ ହେବ ଇଜିପଟର ଏକ କଣ୍ଟିଜେଣ୍ଟ ।
ଭାରତୀୟ ସ୍ଥଳସେନା ପ୍ରଦର୍ଶନ କରିବ ମେଡ୍ ଇନ୍ ଇଣ୍ତିଆ ଅସ୍ତ୍ରଶସ୍ତ୍ର । ଗଣତନ୍ତ୍ର ଦିବସ ଅବସରରେ ୯୦୧ ଜଣ ଯବାନଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ସର୍ବାଧିକ ୧୧୧ ଜଣ ଯବାନ CRPF ରୁ ଅଛନ୍ତି । ଆଜି ଗଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ଶାସିତ ଅଞ୍ଚଳରୁ ୧୭ ଟି ପ୍ରଜ୍ଞାପନ ମେଢ ଏବଂ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ୬ଟି ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିବ ।
ଆଜିର ପରେଡରେ ପ୍ରଥମ ଥର ପାଇଁ ମହିଳାମାନେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ଓଟ ସ୍କ୍ୱାଡ ମଧ୍ୟ ଭାଗ ନେଉଛନ୍ତି । ଆଜି ଭାରତୀୟ ନୌସେନା ଦଳର ନେତୃତ୍ୱ କଣ୍ଟିଜେଣ୍ଟ ଲେଫ୍ଟନାଣ୍ଟ କମାଣ୍ଡର ଦିଶା ଅମ୍ରିତ କରିବେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications