For Quick Alerts
Turn On Notification  
For Daily Alerts
Oneindia App Download

ଆଜି ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ

ଆଜି ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ ।

|
 republic day

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଯେଉଁଥି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଦିଲ୍ଲୀଠୁ ପଲ୍ଲୀ । ସବୁଠି ଦେଖିବା ପାଇଁ ମିଳୁଛି ଖୁସି ଉତ୍ସାହର ମାହୋଲ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ପ୍ରଥମ ଥର ଭାରତରେ ନୂତନ ସମ୍ବିଧାନ ପ୍ରଣୟନ ହୋଇଥିଲା ।

ଗଣତନ୍ତ୍ର ଦିବସ ପରେଡ ସକାଳ ୧୦ଟାରୁ ଆରମ୍ଭ ହେବ । ଚଳିତ ବର୍ଷ ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେଉଛି ଗଣତନ୍ତ୍ର ଦିବସ ପରେଡ୍ । ପରେଡ ପୂର୍ବରୁ ଦିଲ୍ଲୀର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଅତିଥି ଭାବେ ଯୋଗ ଦେବେ ଇଜିପଟ ରାଷ୍ଟ୍ରପତି ଅବଦେଲ ଫତକ ଏଲ୍-ସିସି । ଖାସ୍ ସେଥିପାଇଁ ଚଳିବ ବର୍ଷ ପରେଡରେ ସାମିଲ ହେବ ଇଜିପଟର ଏକ କଣ୍ଟିଜେଣ୍ଟ ।

ଭାରତୀୟ ସ୍ଥଳସେନା ପ୍ରଦର୍ଶନ କରିବ ମେଡ୍ ଇନ୍ ଇଣ୍ତିଆ ଅସ୍ତ୍ରଶସ୍ତ୍ର । ଗଣତନ୍ତ୍ର ଦିବସ ଅବସରରେ ୯୦୧ ଜଣ ଯବାନଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ସର୍ବାଧିକ ୧୧୧ ଜଣ ଯବାନ CRPF ରୁ ଅଛନ୍ତି । ଆଜି ଗଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ଶାସିତ ଅଞ୍ଚଳରୁ ୧୭ ଟି ପ୍ରଜ୍ଞାପନ ମେଢ ଏବଂ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ୬ଟି ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିବ ।

ଆଜିର ପରେଡରେ ପ୍ରଥମ ଥର ପାଇଁ ମହିଳାମାନେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ଓଟ ସ୍କ୍ୱାଡ ମଧ୍ୟ ଭାଗ ନେଉଛନ୍ତି । ଆଜି ଭାରତୀୟ ନୌସେନା ଦଳର ନେତୃତ୍ୱ କଣ୍ଟିଜେଣ୍ଟ ଲେଫ୍ଟନାଣ୍ଟ କମାଣ୍ଡର ଦିଶା ଅମ୍ରିତ କରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Republic day 2023: India is celebrating its 74th Republic Day.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X