Get Updates
Get notified of breaking news, exclusive insights, and must-see stories!

ଆଜି ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ଦିନ

Income Tax Return Filing Deadline : ଆଜି ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ଦିନ

ନୂଆଦିଲ୍ଲୀ: ଆଜି ଆୟକର ଦାଖଲ କରିବାର ଶେଷ ଦିନ । ଯଦି ଆପଣଙ୍କର ବାର୍ଷିକ ଆୟ ୫ ଲକ୍ଷ ବା ତାଠୁ ଅଧିକ ରହିଛି ତେବେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିବ । ଆଜି ଯଦି ଆୟକର ରିଟର୍ଣ୍ଣ ଦାଖଲ ନ କରନ୍ତି ତେବେ ଆପଣଙ୍କୁ ଦେବାକୁ ପଡିପାରେ ୫ ହଜାର ପର୍ଯ୍ୟନ୍ତ ଜୋରିମାନା । କରୋନା ପାଇଁ ଗତ ଦୁଇବର୍ଷ ଧରି ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରାଯାଇଥିଲା ହେଲେ ଚଳିତ ବର୍ଷ ଆୟକର ରିଟର୍ଣ୍ଣ ଦାଖଲ ଅବଧିକୁ ବଢ଼ାଯାଇନାହିଁ । ଆୟକର ନିୟମ ଅନୁସାରେ କୌଣସି ଏକ ନିର୍ଦିଷ୍ଟ ବର୍ଷର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ତାହାର ପରବର୍ତ୍ତୀ ବର୍ଷର ଜୁଲାଇ ୩୧ । ତେବେ ଲୋକମାନେ ଦାଖଲ କରୁଥିବା ଆୟକର ରିଟର୍ଣ୍ଣରେ ହିସାବର କୌଣସି ଅଡିଟ୍ ହୁଏନାହିଁ ତେଣୁ ତାହାକୁ ଆଜି ଅର୍ଥାତ୍ ଜୁଲାଇ ୩୧ ସୁଦ୍ଧା ଦାଖଲ କରିବାକୁ ହେବ ।

Income Tax

ଗତବର୍ଷ ଶେଷ ତାରିଖରେ ୫୦ଲକ୍ଷ ରିଟର୍ଣ୍ଣ ଦାଖଲ ହୋଇଥିବା ବେଳେ ଏଥର ଶେଷ ଦିନରେ ୧ କୋଟି ପର୍ଯ୍ୟନ୍ତ ରିଟର୍ଣ୍ଣ ଦାଖଲ ହେବା ନେଇ ଆଶା କରାଯାଉଛି । ଚଳିତ ବର୍ଷ ୨୦ ଜୁଲାଇ ସୁଦ୍ଧା ୨ କୋଟି ପର୍ଯ୍ୟନ୍ତ ଆଇଟି ରିଟର୍ଣ୍ଣ ଫାଇଲ ହୋଇସାରିଛି । ଚଳିତ ବର୍ଷ ୭ କୋଟି ରିଟର୍ଣ୍ଣ ଆଶା ରଖାଯାଇଛି । ତେବେ ୨୦୨୦-୨୧ ଆର୍ଥିକ ବର୍ଷରେ ୫.୮୭ କୋଟି ଆୟ ରିଟର୍ଣ୍ଣ ଦାଖଲ କରାଯାଇଥିଲା । ଅନ୍ୟପଟେ ଆପଣ ଡିସେମ୍ବର ୩୧ ପର୍ଯ୍ୟନ୍ତ ରିଟର୍ଣ୍ଣ ଦାଖଲ କରିପାରିବେ ହେଲେ ଏଥିପାଇଁ ଆପଣଙ୍କୁ ଫାଇନ୍‌ ଦେବା ପାଇଁ ପଡିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+