ଏହି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଭୁଲରେ ଖାଆନ୍ତୁ ନାହିଁ ଘିଅ
Ghee Sideeffects: ଘିଅ ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ହେଲେ ଅତ୍ୟଧିକ କେଉଁ ଜିନିଷର ସେବନ ବିପଦଜନକ ହୋଇପାରେ। ହେଲେ କିଛି ଲୋକଙ୍କୁ ଘିଅ ଖାଇବା ଉଚିତ୍ ନୁହେଁ ।
ଘିଅକୁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହାକୁ ପାଚନ, ରୋଗ ପ୍ରତିରୋଧକ ଶକ୍ତି ଏବଂ ଚର୍ମ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ, କିନ୍ତୁ ଆପଣ କ'ଣ ଜାଣନ୍ତି ଯେ ଘିଅ ସମସ୍ତଙ୍କ ପାଇଁ ଭଲ ନୁହେଁ। କିଛି ଲୋକଙ୍କୁ ଏହାଠାରୁ ଦୂରେଇ ରହିବା ଉଚିତ ନଚେତ୍ ଏହା ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି ।

ଘିଅରେ ସାଚୁରେଟେଡ୍ ଫ୍ୟାଟ୍ ଥାଏ ଯାହା ଖରାପ କୋଲେଷ୍ଟ୍ରଲ୍ (LDL) ବୃଦ୍ଧି କରିଥାଏ । ଯଦି ଏପରି ଲୋକମାନେ ଡାକ୍ତରୀ ପରାମର୍ଶ ବିନା ଘିଅ ଖାଇବା ଉଚିଚ୍ ନୁହେଁ । ହୃଦରୋଗ ହେବାର ଆଶଙ୍କା ବଢ଼ିପାରେ।
ଅଧିକ ଓଜନ କିମ୍ବା ମେଦବହୁଳତାର ଶିକାର ଲୋକମାନେ ଘିଅ ଖାଇବା ଉଚିତ ନୁହେଁ କାରଣ ଏଥିରେ କ୍ୟାଲୋରୀ ଭରପୁର ଥାଏ। ମେଦବହୁଳତା ପୀଡିତ ଲୋକଙ୍କ ପାଇଁ, ଏହାର ଅତ୍ୟଧିକ ସେବନ ସେମାନଙ୍କର ଓଜନ ଆହୁରି ବୃଦ୍ଧି କରିପାରେ। ଯାହା ଯୋଗୁଁ ଅନେକ ପ୍ରକାରର ବିପଦଜନକ ରୋଗ ହୋଇପାରେ। ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଘିଅ ଖାଇବା ଉଚିତ୍ ନୁହେଁ ।












Click it and Unblock the Notifications