ଏପରି ପ୍ରସ୍ତୁତ କଲେ ମୋମୋ ହୋଇଯାଏ ବିଷାକ୍ତ, ଖାଇବା ଦ୍ୱାରା ହୋଇଥାଏ ମୃତ୍ୟୁ !

Wrong Way To Eat Momo: ବାହାରେ ଫାସଟ୍ ଫୁଡ୍ ଖାଇବା ପାଇଁ ତ ଅନେକ ପସନ୍ଦ କରନ୍ତି ହେଲେ ଏହା ସ୍ୱାସ୍ଥ୍ୟ ଖୁବ୍ କ୍ଷତିକାରକ । ଏହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ । ନିକଟରେ ହାଇଦ୍ରାବାଦର ଜଣେ ମହିଳା ମୋମୋ ଖାଇବା ପରେ ମୃତ୍ୟୁ ବରଣ କରିଛନ୍ତି। ମୃତ ମହିଳାଙ୍କ ବ୍ୟତୀତ ଆହୁରି 15 ଜଣ ଗୁରୁତର ଅସୁସ୍ଥ ହୋଇପଡିଥିବା ନେଇ ମଧ୍ୟ ସୂଚନା ରହିଛି।

ମୃତ ମହିଳାଙ୍କ ସହ ତାଙ୍କର ଦୁଇ ଝିଅ ମଧ୍ୟ ମୋମୋ ଖାଇଥିଲେ ଏବଂ ସେମାନେ ମଧ୍ୟ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି ଏବଂ ତାଙ୍କର ଚିକିତ୍ସା ଜାରି ରହିଛି । ପୋଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଛି ଏବଂ ମୋମୋ ବିକ୍ରେତାଙ୍କୁ ମଧ୍ୟ ଗିରଫ କରାଯାଇଛି । ହେଲେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ମୋମୋ ଖାଇ କାହାର କିପରି ମୃତ୍ୟୁ ହୋଇପାରିବ ।

MOMO

ଯଦି ମୋମୋ ତିଆରି କରିବା ପାଇଁ ପରିଷ୍କାର ଏବଂ ଭଲ ଉପାଦାନ ବ୍ୟବହାର କରାଯାଏ ନାହିଁ, ତେବେ ଖାଦ୍ୟ ବିଷାକ୍ତ ହେବାର ଆଶଙ୍କା ବଢିଯାଇଥାଏ । ଏହା ବ୍ୟତୀତ, ଯଦି ଦୂଷିତ ଜଳ, ପଚା ମାଂସ କିମ୍ବା ନଷ୍ଟ ହୋଇଥିବା ପନିପରିବା ମୋମୋ ତିଆରିରେ ବ୍ୟବହୃତ ହୁଏ, ତେବେ ମଧ୍ୟ ମୋମୋ ଖାଇବା ଥିବା ବ୍ୟକ୍ତି ଅସୁସ୍ଥ ହୋଇ ପଡନ୍ତି। ଏହି ପରିସ୍ଥିତିରେ, ସଲମୋନେଲା କିମ୍ବା ଇ କୋଲି ଜୀବାଣୁ ଶରୀରରେ ପ୍ରବେଶ କରନ୍ତି, ଯାହା ସାଂଘାତିକ ହୋଇପାରେ ।

ଯଦିଓ ଠିକ୍ ସାମଗ୍ରୀରେ ମୋମ ତିଆରି ହୁଏ ହେଲେ ଏହାକୁ ଠିକ୍ ପ୍ରକ୍ରିୟାରେ ରନ୍ଧା ଯାଇ ନଥାଏ ତେବେ ବି ସ୍ୱାସ୍ଥ୍ୟ ଉପରେ ଏହା ଖୁବ୍ ଖରାପ ପ୍ରଭାବ ପକାଇଥାଏ । କଞ୍ଚା କିମ୍ବା ଅଳ୍ପ ରନ୍ଧା ମାଂସ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ ।

ଏପରି ପରିସ୍ଥିତିରେ, ଯଦି ମୋମୋସକୁ ସଠିକ୍ ଭାବରେ ରାନ୍ଧା ଯାଇନଥାଏ ତେବେ ଏହାକୁ ଖାଇବା ଉଚିତ୍ ନୁହେଁ । ଏହି କାରଣରୁ ଶରୀରରେ ସଂକ୍ରମଣ ବ୍ୟାପିପାରେ ଏବଂ ବ୍ୟକ୍ତିକୁ ବାନ୍ତି, ଝାଡା ହୋଇଥାଏ । ଏପରିକି ଏପରି ମୋମୋ ଖାଇବା ଦ୍ୱାରା ବେଳେ ରୋଗୀର ମୃତ୍ୟୁ ମଧ୍ୟ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+