Get Updates
Get notified of breaking news, exclusive insights, and must-see stories!

#IAmABlueWarrior:କୋଭିଡ ଯୋଦ୍ଧା ଓ ସମ୍ମୁଖ ଯୋଦ୍ଧାଙ୍କୁ ଆର୍ଥିକ ସହଯୋଗ ପାଇଁ ଜୋସ୍ ଆପର ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ

କୋଭିଡ ଯୋଦ୍ଧା ଓ ସମ୍ମୁଖ ଯୋଦ୍ଧାଙ୍କୁ ଆର୍ଥିକ ସହଯୋଗ ପାଇଁ ଜୋସ୍ ଆପ ଆରମ୍ଭ କଲା ପାଣ୍ଠି ସଂଗ୍ରହ ଅଭିଯାନ

ନୂଆଦିଲ୍ଲୀ : COVID-19 ର ଦ୍ୱିତୀୟ ଲହର ଯୋଗୁଁ ଭାରତ ଇତିହାସର ସବୁଠାରୁ କଠିନ ସମୟ ଦେଇ ଗତି କରୁଛି । ଏହି ମହାମାରୀ ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଭାବିତ କରିଛି । ଏହି ସଙ୍କଟ ମଧ୍ୟରେ, ସଙ୍ଗଠନ, ବିଭିନ୍ନ କମ୍ପାନୀ ଓ ଲୋକମାନେ ଅନ୍ୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । COVID-19 ସମ୍ବନ୍ଧୀୟ ସୂଚନା ଠାରୁ ଆରମ୍ଭ କରି ମାରାତ୍ମକ ଜୀବାଣୁ ବିରୁଦ୍ଧରେ ଦେଶ ଲଢୁଥିବା ଯୁଦ୍ଧ ପାଇଁ ପାଣ୍ଠି ଦାନ କରିବା ପର୍ଯ୍ୟନ୍ତ ସମସ୍ତେ ସାହାଯ୍ୟ କରିବାକୁ ଉଦ୍ୟମ କରୁଛନ୍ତି । ଏହି ପିରପ୍ରେକ୍ଷିରେ ନାଗରିକମାନଙ୍କୁ ସାହାଯ୍ୟ କରିବା ପାଇଁ ଦେଶର ଅଗ୍ରଣୀ ଜୋସ ସର୍ଟ ଭିଡିଓ ଆପ୍ ମଧ୍ୟ 'ବ୍ଲୁ ରିବନ୍ ଇନିସିଏଟିଭ୍ - #IAmABlueWarrior' (18 ଜୁନ୍ 2021 ପର୍ଯ୍ୟନ୍ତ ବୈଧ) ନାମକ ଏକ ସଚେତନତା ଅଭିଯାନ ଆରମ୍ଭ କରିଛି ।

ଜୋସ

'ବ୍ଲୁ ରିବନ୍' ଜରିଆରେ ସମ୍ମୁଖ ଯୋଦ୍ଧା ଏବଂ କୋଭିଡ ଯୋଦ୍ଧା ସମେତ ମହାମାରୀରେ ପ୍ରଭାବିତ ହୋଇଥିବା ଲୋକଙ୍କ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଜୋଶ ଲକ୍ଷ୍ୟ ରଖିଛି । ଏହି ସଫଳ ରୂପାୟନ କରିବା ଦିଗରେ ସର୍ଟ-ଭିଡିଓ ଆପ୍ ଭିତରେ ଏବଂ ବାହାରେ ଏହି ପଦକ୍ଷେପକୁ ଚଲାଇବା ପାଇଁ ଜୋସ୍ ଆପ୍ ଏହାର ବୃହତ ସୃଷ୍ଟିକର୍ତ୍ତାଙ୍କୁ ବ୍ୟବହାର କରିବ । ଜୋସ୍ ଏହାର ଏହି ନୂତନ ପଦକ୍ଷେପ ସହିତ ଏଥିରୁ ଆୟ ଟଙ୍କାକୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ (PM CARES) ଦେବ । ଏହି ସଚେତନା କ୍ୟାମ୍ପେନରେ ଅନେକ ସେଲିବ୍ରିଟି ମଧ୍ୟ ନିଜକୁ ସାମିଲ କରିଛନ୍ତି । ଲୋକପ୍ରିୟ ସଂଗୀତକାର ତଥା ଗାୟକ କ୍ଲିଣ୍ଟନ୍ ସେରେଜୋ ମଧ୍ୟ 'ବ୍ଲୁ ରିବନ୍' ପଦକ୍ଷେପ ସହିତ ଜଡିତ ଅଛନ୍ତି । ଲୋକପ୍ରିୟ କୋକ ଷ୍ଟୁଡିଓ ଗୀତ 'ମଦାରୀ' ଏବଂ ଅନ୍ୟାନ୍ୟ ରଚନା ପାଇଁ ଜଣାଶୁଣା ସେରେଜୋଙ୍କ ଜୋସ୍ ଆପ୍ ମାଧ୍ୟମରେ ସଚେତନା ସୃଷ୍ଟି ମହାମାରୀ ସମୟରେ ଲୋକଙ୍କୁ ସହଯୋଗ କରିବ ବୋଲି ଆଶା ରଖାଯାଇଛି ।

ଜୋସ୍ ଆପ୍ ବ୍ୟବହାରକାରୀମାନେ ଏହି ଅଭିଯାନର ଏକ ଅଂଶ ହୋଇ ପାରିବେ । ଏଥିପାଇଁ ନିମ୍ନରେ ଥିବା ଆଠଟି ବିଷୟ ଉପରେ ନିଜର ଭିଡିଓ ପ୍ରସ୍ତୁତ କରିପାରିବେ ।

ଡବଲ୍ ମାସ୍କର ଆବଶ୍ୟକ

ଟିକା ସଚେତନତା

କୋଭିଡ-19 ର ତଥ୍ୟ

ସାମାଜିକ ଦୂରତା

ସାନିଟାଇଜେସନ୍ ର ଗୁରୁତ୍ୱ

କୋଭିଡ-19 ସ୍ୱଚ୍ଛତା

ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

ଅମ୍ଳଜାନ ସଚେତନତା

ଭିଡିଓରେ ଏହି ହାସଟ୍ୟାଗ୍ ବ୍ୟବହାର କରନ୍ତୁ : #IAmABlueWarrior

ଉକ୍ତ ହାସଟ୍ୟାଗରେ ଭିଡିଓ ପ୍ରସ୍ତୁତ କରିବା ଦ୍ୱାରା ପାଣ୍ଠି ସଂଗ୍ରହ କରିବାରେ ଏହା ଜୋସକୁ ସହଯୋଗ କରିବ ।

ସ୍ୱତନ୍ତ୍ର ଫଟୋ ପ୍ରଦର୍ଶନ

ଏହି ଅଭିଯାନର ଏକ ଅଂଶ ଭାବରେ କଣ୍ଟେଣ୍ଟ କ୍ରିଏଟରମାନଙ୍କୁ ଅନୁରୋଧ କି ସେମାନେ କ୍ୟାମ୍ପେନ୍ ଲୋଗ ସହିତ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ଡିପି ରଖିପାରିବେ ।

ଯେତେବେଳେ ଦେଶ ଏକ ପ୍ରତିକୂଳ ସମୟରେ ଗତି କରୁଛି ବର୍ତ୍ତମାନ ସମୟ ହେଉଛି ଜୋସ ସହ ଏକାଠୀ ହେବା ସହିତ ଆପଣଙ୍କ ବନ୍ଧୁମାନଙ୍କୁ ଉତ୍ସାହିତ କରିବା । ଆପଣ ବ୍ଲୁ ଓ୍ୱାରିୟର ହେବା ପାଇଁ ପ୍ରସ୍ତୁତ ତ ?

ଏହିଠାରେ ଦେଖନ୍ତୁ #IAmABlueWarrior ର ଭିଡିଓ ଜୋସ୍ ଆପରେ

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+