ଆସନ୍ତା କାଲି ଲାଗିବା ପାଇଁ ଯାଉଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଭାରତରେ ପଡିବ କି ପ୍ରଭାବ !
Hybride Solar Eclipse 2023: ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲ ଅର୍ଥାତ୍ ଗୁରୁବାର ଦିନ ଲାଗିବା ପାଇଁ ଯାଉଛି । ଏହି ସୂର୍ଯ୍ୟ ପରାଗର କୌଣସି ପ୍ରଭାବ ଭାରତରେ ଦେଖିବା ପାଇଁ ମିଳିବ ନାହିଁ । ଆସନ୍ତା କାଲି ହାଇବ୍ରିଡ୍ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି ।
ହାଇବ୍ରିଡ୍ ସୂର୍ଯ୍ୟ ପରାଗ କ'ଣ
ଆଶିଂକ, ପୂର୍ଣ୍ଣ ଏବଂ କୁଣ୍ତଳାକାର ପରାଗକୁ ହାଇବ୍ରିଡ୍ ସୂର୍ଯ୍ୟ ପରାଗ ବୋଲି କୁହାଯାଏ । ଏପରି ପରାଗ ପ୍ରତି ଶହେ ବର୍ଷରେ ଥରେ ଦେଖିବା ପାଇଁ ମିଳିଥାଏ । ଏହି ସୂର୍ଯ୍ୟ ପରାଗ ଲାଗିବା ସମୟରେ ଚନ୍ଦ୍ର ପୃଥିବୀଠୁ ନା ଦୂରରେ ଥାଏ ନା ଅତି ନିକଟରେ ଥାଏ । ତେବେ ଏହି ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟ ଏକ ରିଙ୍ଗ ପରି ଦେଖାଯାଆନ୍ତି । ଯେଉଁଥି ପାଇଁ ଏହାକୁ ରିଙ୍ଗ୍ ଅଫ ଫାୟାର ବୋଲି ମଧ୍ୟ କୁହାଯାଏ ।

ଭାରତୀୟ ସମୟ ଅନୁସାରେ ଏହି ସୂର୍ଯ୍ୟପରାଗର ପ୍ରଭାବ ଏପ୍ରିଲ୍ ୨୦ ସକାଳ ୭.୪ ରୁ ଦିନ ୧୨.୨୯ ପର୍ଯ୍ୟନ୍ତ ରହିବ । ଏହାର ମୋଟ୍ ଅବଧି ୫ ଘଣ୍ଟା ୨୫ ମିନିଟ୍ ।
ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ
ଏପ୍ରିଲ୍ ୨୦ ରେ ଏହି ସୂର୍ଯ୍ୟ ପରାଗ ଦକ୍ଷିଣ ପ୍ରଶାନ୍ତ ମହାସାଗର ଦେଶ ଚୀନ୍, ଆମେରିକା, ମାଲେସିଆ, ଜାପାନ, ସାମୋଆ, ଫିଜି, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ନ୍ୟୁଜିଲ୍ୟାଣ୍ଡ, ଭିଏତନାମ, ତାଇୱାନ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଦକ୍ଷିଣ ଭାରତ ମହାସାଗରରେ ଦୃଶ୍ୟମାନ ହେବ। ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ ।
ସୂର୍ଯ୍ୟପରାଗ ସମୟରେ ପୃଥିବୀ ଏବଂ ସୂର୍ଯ୍ୟ ମଝିରେ ଚନ୍ଦ୍ର ଅବସ୍ଥାପନ କରନ୍ତି । ଯାହା ଫଳରେ ସୂର୍ଯ୍ୟର ଆଲୋକ ଆସି ଚନ୍ଦ୍ର ଉପରେ ପଡିଥାଏ । ଯାହା ଦ୍ୱାରା ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ । ପୃଥିବୀର ଯେଉଁ ଭାଗରେ ଚନ୍ଦ୍ରର ଛାଡି ପଡିଥାଏ ସେହି ଅଞ୍ଚଳରେ ସୂର୍ଯ୍ୟ ଦୃଶ୍ୟମାନ ହୁଅନ୍ତି ନାହିଁ । ମହାକାଶରେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଏକ ସରଳରେଖାରେ ରହିବା ସମୟରେ ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ଘଟିଥାଏ ।
ସୂର୍ଯ୍ୟପରାଗ ମୁଖ୍ୟତଃ ତିନି ପ୍ରକାରର ଦେଖିବା ପାଇଁ ମିଳିଥାଏ ଯଥା-ପୂର୍ଣ୍ଣ ସୂର୍ଯ୍ୟପରାଗ, ବଳୟ ସୂର୍ଯ୍ୟପରାଗ, ଆଶିଂକ ସୂର୍ଯ୍ୟପରାଗ । ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ଭାରତରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।












Click it and Unblock the Notifications