ସୁନାରେ କିପରି କରିବେ ବିନିଯୋଗ: ଜାଣନ୍ତୁ, କିଣିବା ଏବଂ ବିକ୍ରୟ କରିବାର 5 ଟି ଉପାୟ

Gold Investment: ଆଜିକାଲି ଭବିଷ୍ୟତ ପାଇଁ ସଞ୍ଚୟ ଆମସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି । ପିଲାଙ୍କ ଭବିଷ୍ୟତ ପାଇଁ ହେଉ ଅବା ଆର୍ଥିକ ସମସ୍ୟାକୁ ଦୂର କରିବାକୁ ଆମେ ଏବେ ଠୁ ସଞ୍ଚୟ କରିବା ଭଲ । ଯାହାକି ଆଗାମୀ ଦିନରେ ଆମକୁ ଭଲ ରିଟର୍ଣ୍ଣ ଦେବା ସହ ଆର୍ଥିକ କ୍ଷେତ୍ରରେ ଫାଇଦା ଦେଇପାରିବ ।

ସଞ୍ଚୟ ତ ଅନେକ ପ୍ରକାର ଅଛି । କିଏ ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍ କରୁଛନ୍ତି ତ ଆଉ କିଏ ସେୟାର ମାର୍କେଟ୍ ଓ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରୁଛନ୍ତି । ଏହା ବ୍ୟତୀତ ପୁଞ୍ଜି ବିନିଯୋଗ ପାଇଁ ସୁନା ଏକ ଭଲ ମାଧ୍ୟମ । କାରଣ ସୁନାର ଦର ପ୍ରାୟତଃ କମିବାର ସେତେଟା ନଜିର ନାହିଁ । ଗତ କିଛିବର୍ଷ ମଧ୍ୟରେ ସାରା ବିଶ୍ୱରେ ନିବେଶକମାନଙ୍କ ପାଇଁ ସୁନା ଏକ ସୁରକ୍ଷିତ ବିକଳ୍ପ ଭାବେ ଉଭା ହୋଇଛି । ଭାରତୀୟମାନେ ସବୁ ଉପାୟରେ ସୁନାରେ ବିନିଯୋଗ କରିବାକୁ ଚାହାଁନ୍ତି, ତେଣୁ ଯଦି ଆପଣ ମଧ୍ୟ ସୁନାରେ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି, ତେବେ ଏଥର ଭଲ ଲାଭ ହୋଇପାରେ ।

gold

ଦୀର୍ଘ ସମୟ ଧରି ସୁନାରେ ବହୁତ ସକାରାତ୍ମକ ଧାରା ରହିଛି । ବଜାର ବିଶେଷଜ୍ଞମାନେ ମଧ୍ୟ ସୁନାରେ ବିନିଯୋଗ କରିବାକୁ ପରାମର୍ଶ ଦେଇଥାନ୍ତି ।

କାହିଁକି ସୁନାରେ ବିନିଯୋଗ ?
ନିବେଶ ପାଇଁ ସୁନା ଏକ ସର୍ବୋତ୍ତମ ବିକଳ୍ପ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଗତ 10 ବର୍ଷର ବଜାରକୁ ଦେଖିଲେ ସୁନାର ମୂଲ୍ୟ କେଇଗୁଣା ବୃଦ୍ଧି ପାଇଛି । ଏପରିକି ମୁଦ୍ରାସ୍ଫୀତିକୁ ମୁକାବିଲା କରିବାରେ ସୁନା ଉପରେ ବିନିଯୋଗ ସର୍ବଦା ସଫଳ ହୋଇଛି । ଅନ୍ୟପକ୍ଷରେ, ଯଦି ଭବିଷ୍ୟତରେ ଜରୁରୀକାଳୀନ ପରିସ୍ଥିତି ଉପୁଜେ ଏବଂ ଅର୍ଥର ଆବଶ୍ୟକତା ଥାଏ, ତେବେ ଏହି କ୍ଷେତ୍ରରେ ଆପଣ ସୁନା ବିନିଯୋଗ ଉପରେ ନିର୍ଭର କରିପାରିବେ । ଏହାର କାରଣ ଆପଣ ଏହାକୁ ବଜାରରେ ଶୀଘ୍ର ବିକ୍ରି କରିପାରିବେ ।
ଏଭଳି ପରିସ୍ଥିତିରେ ସୁନାରେ ବିନିଯୋଗ କରିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ତେବେ ଆସନ୍ତୁ ଆପଣଙ୍କୁ ଜଣାଇବୁ ସୁନା କିଣିବା କିମ୍ବା ବିନିଯୋଗ କରିବା ପାଇଁ 3 ଟି ସର୍ବୋତ୍ତମ ବିକଳ୍ପ-
ସିଧା ସୁନା କିଣିବା
ଗ୍ରାହକମାନେ ଯେକୈଣସି ଅଳଙ୍କାର ଦୋକାନକୁ ଯାଇ ସିଧାସଳଖ ସୁନା କିଣିପାରିବେ । ସୁନାର ଶୁଦ୍ଧତା ପାଇଁ ଗ୍ରାହକ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ମାନାଙ୍କ ଉପରେ ସତର୍କ ରହିବା ଉଚିତ୍ । ସୁନା କିଣିବାର ଏକ ଅସୁବିଧା ହେଉଛି ଏହା ଚୋରି ହେବାର ଭୟ ଅଛି । ଯଦି ଆପଣ ଏହାକୁ ବ୍ୟାଙ୍କ ଲକରରେ ରଖନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଫି ଦେବାକୁ ପଡିବ । ହେଲେ ଦେଶର ଅଧିକାଂଶ ଲୋକ କେବଳ ସୁନାକୁ ଅଳଙ୍କାର ଆକାରରେ କିଣିବାକୁ ପସନ୍ଦ କରନ୍ତି ।
ସୁନା ETF ରେ ବିନିଯୋଗ
ଆପଣ ସୁନା ETF ରେ ବିନିଯୋଗ କରିପାରିବେ । ସୁନା ETF ହେଉଛି ଏକ ବିନିଯୋଗ ଯାହା ଉଭୟ ସ୍ୱଳ୍ପ ଏବଂ ଦୀର୍ଘ ମିଆଦି ଆର୍ଥିକ ଲକ୍ଷ୍ୟ ହାସଲ ପାଇଁ ବ୍ୟବହୃତ ହୋଇପାରିବ । ସୁନାରେ ବିନିଯୋଗ କରୁଥିବା ETF ଗୁଡିକ କୌଣସି ବିପଦ ଏବଂ ଷ୍ଟୋରେଜ୍ ଆବଶ୍ୟକତା ନାହିଁ। ତେବେ ଏହାକୁ କିଣିବାକୁ ହେଲେ ଆପଣଙ୍କୁ ସେୟାର ମାର୍କେଟକୁ ଯିବାକୁ ପଡିବ। ଦେଶର ନାମି ସେୟାର କିଣାବିକା କରୁଥିବା କଂପାନୀ ସହିତ ଯୋଗାଯୋଗ କରି ଏହା କିଣାଯାଇପାରେ। ଏଥିରେ ଥରେ ଆପଣ ସେହିଦିନ ସୁନା ଦରରେ କିଣି ଦୀର୍ଘ ମିଆଦି ପକାଇପାରିବେ। ଯେତେବେଳେ ଚାହିଁବେ ସେତେବେଳେ ଏହାକୁ ଉଠାଇପାରିବେ।
ସୋଭେରିନ ସୁନା ବଣ୍ଡରେ ବିନିଯୋଗ କରନ୍ତୁ

ସୋଭେରିନ ଗୋଲ୍ଡ ବଣ୍ଡ (Sovereign Gold Bond Scheme) ଭାରତ ସରକାରଙ୍କ ଏକ ଯୋଜନା। ତେଣୁ ଏହି ଗୋଲ୍ଡ ବଣ୍ଡରେ ବିନିଯୋଗ କରିବାରେ କୌଣସି ଅସୁବିଧା ନାହିଁ। ସୋଭେରିନ ଗୋଲ୍ଡ ବଣ୍ଡରେ ସବୁଠାରୁ ବଡ ସୁବିଧା ହେଉଛି ଏହା ପ୍ରାରମ୍ଭିକ ବିନିଯୋଗ ରାଶି ଉପରେ ବାର୍ଷିକ 2.50 ପ୍ରତିଶତ ସ୍ଥିର ସୁଧ ହାର ପ୍ରଦାନ କରିଥାଏ । ଏହି ସୁଧ ଅଧା ବର୍ଷ ନିବେଶକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥାଏ । ସୋଭେରିନ ଗୋଲ୍ଡ ବଣ୍ଡରେ ନିବେଶକମାନେ ପରିପକ୍ୱତା ଏବଂ ପର୍ଯ୍ୟାୟ ସୁଧ ସମୟରେ ସୁନାର ବଜାର ମୂଲ୍ୟ ପାଇଥାନ୍ତି। ସୋଭେରିନ ଗୋଲ୍ଡ ବଣ୍ଡ ମୂଲ୍ୟ 999 ଶୁଦ୍ଧତାର ସୁନା ମୂଲ୍ୟ ସହିତ ଜଡିତ । ଏହା ବଣ୍ଡ କିଣିବା ପାଇଁ ଏକ ନିର୍ଦ୍ଧିଷ୍ଠ ସମୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରୀ ହୋଇଥାଏ। ସେହି ସମୟରେ ଦେଶର ପ୍ରମୁଖ ବ୍ୟାଙ୍କ ଗୁଡିକରେ ଏହା କିଣିବା ପାଇଁ ସୁବିଧା ମିଳିଥାଏ।

ସୁନାରେ ଅନ୍ୟାନ୍ୟ ବିନିଯୋଗ ବିକଳ୍ପ
ଡିଜିଟାଲ୍ ସୁନା - ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ସୁନାରେ ବିନିଯୋଗ କରିବାର ଏହା ଏକ ଉପାୟ । ଏହାକୁ ସୁନା କିଣିବାର ଭାରରୁ ମୁକ୍ତ ହୋଇପାରବେ। ଏହା ଦେଶର ନାମି ସୁନାଅଳଙ୍କାର ଦୋକାନ ବା ବ୍ୟବସାୟୀ ଯୋଗାଇ ଆସୁଛନ୍ତି। ସେମାନଙ୍କର ୱେବ ସାଇଟକୁ ଯାଇ ଏହି ସୁନା କାଗଜ ପତ୍ରରେ କିଣାଯାଇପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+