Get Updates
Get notified of breaking news, exclusive insights, and must-see stories!

ଏପରି କରନ୍ତୁ ଗଣେଶଙ୍କ ପୂଜାର୍ଚ୍ଚନା, ଘରେ ସୁଖ ଶାନ୍ତି ବଜାୟ ରହିବ

Ganesh Chaturthi 2024: ଭଗବାନ ଗଣେଶ ପୂଜା ବା ଗଣେଶ ଚତୁର୍ଥୀ ହିନ୍ଦୁ ଧର୍ମର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ଭାରତରେ ଅନେକ ସହରରେ ବପ୍ପାଙ୍କ ପୂଜାର୍ଚ୍ଚନା ବେଶ୍ ଚାକଚମକରେ କରାଯାଏ । ମାନ୍ୟତା ଅଛି ଭଗବାନ ଗଣେଶ ପୂଜାର୍ଚ୍ଚନା କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଢିଥାଏ । ପୂଜା ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ଘରକୁ ଭଲ ଭାବରେ ସଫା କରି ନିଅନ୍ତୁ । ଭଗବାନ ଗଣେଶଙ୍କୁ ସ୍ୱାଗତ କରିବା ପାଇଁ ଏକ ସ୍ୱଚ୍ଛ ପରିବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେଉଁ ସ୍ଥାନରେ ଆପଣ ଗଣେଶଙ୍କ ମୂର୍ତ୍ତି ରଖିବେ ସେହି ସ୍ଥାନକୁ ଫୁଲ, ରଙ୍ଗୋଲି ଏବଂ ଆଲୋକ ସଜାନ୍ତୁ ।

ଇକୋଫ୍ରେଣ୍ତଲି ଗଣେଶ ପ୍ରତିମା ଘରକୁ ଆଣନ୍ତୁ । ଆପଣ ଏହାକୁ ବଜାରରୁ କିଣି ପାରିବେ କିମ୍ବା ମାଟିରେ ଘରେ ମଧ୍ୟ ତିଆରି କରିପାରିବେ । ମୂର୍ତ୍ତିକୁ ପୂର୍ବ କିମ୍ବା ଉତ୍ତର-ପୂର୍ବ ଆଡକୁ ମୁହଁ କରି ରଖନ୍ତୁ । ଭଗବାନ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଗଣେଶ ଚତୁର୍ଥୀ ଦିନ ରୀତିନୀତିରେ ପୂଜାର୍ଚ୍ଚନା କରନ୍ତୁ । ଫୁଲ, ଫଳ, ମିଠା ଏବଂ ବପ୍ପାଙ୍କ ପ୍ରିୟ ମିଠା ମୋଦକ ପ୍ରସାଦ ଭାବେ ଅର୍ପଣ କରନ୍ତୁ । ମନ୍ତ୍ର ଜପ କରନ୍ତୁ ଏବଂ ଭଜନ ଗାନ କରନ୍ତୁ ।

Ganesh Chaturthi 2024

ଭଗବାନ ଗଣେଶଙ୍କର ପ୍ରିୟ ଲଡୁ ମୋଦକ । ସେହିପରି ନଡ଼ିଆ ଚାଉଳ, ଲଡୁ ଭଳି ଅନ୍ୟାନ୍ୟ ଜିନିଷ ମଧ୍ୟ ତିଆରି କରି ଭୋଗ ପ୍ରସ୍ତୁତ କରନ୍ତୁ । ଆଶୀର୍ବାଦ ବାଣ୍ଟିବାକୁ ପରିବାର ସଦସ୍ୟ ଏବଂ ପଡ଼ୋଶୀମାନଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରିବା ପାଇଁ ଭୁଲନ୍ତୁ ନାହିଁ । ଘରେ ଗଣେଶ ଚତୁର୍ଥୀରେ ପାଳନ କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ । ଆପଣଙ୍କ ଜୀବନରୁ ବାଧା ଦୂର କରିଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+