ଜାଣନ୍ତୁ UPI'ରେ ପେମେଣ୍ଟ କଲେ କେତେ ଟଙ୍କା ଲାଗେ ଚର୍ଚ୍ଚା ? ଚିନ୍ତାରେ ଲୋକେ
UPI Transaction: ଆଜି ସମସ୍ତେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଯଥା UPI ସହ ପରିଚିତ । ଲୋକମାନେ ଏହା ମାଧ୍ୟମରେ ଛୋଟରୁ ବଡ ଟ୍ରାନଜାକ୍ସନ କ୍ଷଣିକ ମଧ୍ୟରେ ଅତି ସହଜରେ କରି ପାରୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ UPI ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଭାରତ ବ୍ୟତୀତ ଏହି ଡିଜିଟାଲ ପେମେଣ୍ଟ ସିଷ୍ଟମକୁ ବିଶ୍ୱର ଅନେକ ଦେଶରେ ମଧ୍ୟ କାମ କରୁଛି ।
ଗତ କିଛି ଦିନ ଧରି ୟୁପିଆଇକୁ ନେଇ ଚର୍ଚ୍ଚା ହେଉଛି, କୁହାଯାଇଛି ଯେ ବର୍ତ୍ତମାନ ୟୁପିଆଇରେ ପେମେଣ୍ଟ କଲେ ବ୍ୟବହାରକାରୀଙ୍କୁ ଚାର୍ଜ ପଡୁଛି । ଏହି ବିଷୟରେ ଏକ ସର୍ଭେ ମଧ୍ୟ କରାଯାଇଥିଲା, ଯେଉଁଥିରେ ଲୋକଙ୍କ ଭୟ ସ୍ପଷ୍ଟ ଦେଖାଯାଉଥିଲା । ତେବେ ଚାଲନ୍ତୁ ଜାଣିବା UPI ରେ କେଉଁ କାରଣରୁ ଚାର୍ଚ୍ଚ ଲାଗେ ।

ବାସ୍ତବରେ, କିଛି ଦିନ ପୂର୍ବରୁ ଏକ ଖବର ଆସିଥିଲା ଯେ ଆରବିଆଇ ୟୁପିଆଇ ଦେୟ ଉପରେ ଚାର୍ଜ ଲଗାଇବାକୁ ପ୍ରସ୍ତୁତ ହେଉଛି, ଯାହା ପରେ ଏହାକୁ ନେଇ ଅନେକ ଆଲୋଚନା ହୋଇଥିଲା । ପରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଥିଲା ଯେ ଏପରି କୌଣସି ପ୍ରସ୍ତାବ ଦିଆଯାଇ ନାହିଁ। ହେଲେ ଏହାକୁ ନେଇ ଲୋକଙ୍କ ମନରେ ରହିଥିଲା ଅନେକ ପ୍ରଶ୍ନ । ଏ ବାବଦରେ ଏକ ଅନଲାଇନ୍ ସର୍ଭେ କରାଯାଇଥିଲା । ଯେଉଁଥିରେ ଅଂଶଗ୍ରହଣ କରିଥିବା ପ୍ରାୟ 73 ପ୍ରତିଶତ ଲୋକ କହିଥିଲେ, ଯଦି ଚାର୍ଜ ଆଦାୟ କରାଯାଏ, ତେବେ ସେମାନେ UPI ବ୍ୟବହାର ବନ୍ଦ କରିବେ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବର୍ତ୍ତମାନ UPI"ରେ ଟଙ୍କା ପଠାଇଲେ ବା ଗ୍ରହଣ କଲେ କୌଣସି ଚାର୍ଚ୍ଚା ବା ଟଙ୍କା ପଡେ ନାହିଁ ଏହା ସମ୍ପୁର୍ଣ୍ଣ ମାଗଣା । ହେଲେ ମୋବାଇଲ୍ ରିଚାର୍ଜରେ ଆପ୍ ଏକ ଟଙ୍କାରୁ ପାଞ୍ଚ ଟଙ୍କା ପର୍ଯ୍ୟନ୍ତ ଲୋକଙ୍କଠୁ ଚାର୍ଜ କରୁଛି। ଅନେକ ଲୋକ ସୋସିଆଲ ମିଡିଆରେ ଏ ବିଷୟରେ ଅଭିଯୋଗ କରିଛନ୍ତି, ଯଦିଓ ଅନେକ ମାସ ଧରି ଏହି ଚାର୍ଜ ସଂଗ୍ରହ କରାଯାଉଛି । ଏହା ବ୍ୟତୀତ ଅନେକ ଲୋକ ଏହା ମଧ୍ୟ ଦାବି କରିଛନ୍ତି ଯେ, ୟୁପିଆଇରେ ଟ୍ରାନଜାକ୍ସନ କରିବା ଦ୍ୱାରା ଟଙ୍କା ଦେବା ପାଇଁ ପଡୁଛି ।












Click it and Unblock the Notifications