ଜାଣନ୍ତୁ ମଙ୍କିପକ୍ସରେ କେତେ ଜଣଙ୍କର ହେଲାଣି ମୃତ୍ୟୁ
Monkeypox News: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ, MPOX କୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଗତ ଦୁଇ ବର୍ଷ ମଧ୍ୟରେ ଏହା ଦ୍ୱିତୀୟ ଥର ଯେତେବେଳେ WHO MPOX କୁ ନେଇ ସତର୍କ ସୂଚନା ଜାରି କରିଛି । Mpox ଜୀବାଣୁ ବର୍ତ୍ତମାନ କଙ୍ଗୋର ପଡୋଶୀ ଦେଶକୁ ବ୍ୟାପିଛି। ଏପରି ଏନେକ ଦେଶରେ ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି ।

WHO 2 ବର୍ଷ ପୂର୍ବେ MPox କୁ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବରେ ଘୋଷଣା କରିଥିଲା, ଏହି ରୋଗ ସମଗ୍ର ବିଶ୍ୱରେ ବ୍ୟାପିବା ଆରମ୍ଭ କରିଥିଲା । ଏହି ରୋଗର ପ୍ରଭାବ ସେହି ଲୋକମାନଙ୍କ ଉପରେ ଅଧିକ ଦେଖାଯାଉଥିଲା ଯେଉଁମାନେ ପୂର୍ବରୁ କିଛି ଯୌନ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ । WHO ଏହି ରୋଗକୁ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଇବା ଆରମ୍ଭ କରିଥିଲା । ଏହା ସହିତ ଲୋକଙ୍କୁ ସଚେତନା କରାଯାଉଥିଲା ଏବଂ ବହୁ ପରିମାଣରେ ଟୀକାକରଣ ମଧ୍ୟ କରାଯାଇଥିଲା ।
ବର୍ତ୍ତମାନ କଙ୍ଗୋରେ MPOX ର ସର୍ବାଧିକ ମାମଲା ଦେଖିବା ପାଇଁ ମିଳିଛି, ଆଫ୍ରିକାରେ ଏହି ରୋଗ ଏକ ଭୟଙ୍କର ରୂପ ନେଉଛି । ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏକ ଅଭିଯାନ ମଧ୍ୟ ଜାରି କରାଯାଇଛି ଏବଂ ଲୋକଙ୍କୁ ସଚେତନ କରାଯାଉଛି । 2023 ମସିହାରେ ଏପର୍ଯ୍ୟନ୍ତ କଙ୍ଗୋରେ 27 ହଜାର ମାମଲା ରୁଜୁ ହୋଇଥିବା ବେଳେ 1100 ରୋଗୀଙ୍କର ମୃତ୍ୟୁ ଘଟିଛି ।
ତେବେ MPOX ଦ୍ୱାରା ସଂକ୍ରମିତ ହେଉଥିବା ଅଧିକାଂଶ ଲୋକ ଶିଶୁ ଅଟନ୍ତି । ଗର୍ଭବତୀ ମହିଳା ଏବଂ ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ଲୋକମାନେ MPOX ଦ୍ୱାରା ଅଧିକ ପ୍ରଭାବିତ ହେଉଁଥିବା ନେଇ ସୂଚନା ରହିଛି । ବିଶେଷକରି ଯେଉଁମାନଙ୍କର ଯୌନ ସମ୍ବନ୍ଧୀୟ ରୋଗ ସେମାନଙ୍କୁ ଅଧିକ ସତର୍କ କରାଯାଉଛି । ତେବେ କଙ୍ଗୋରେ Mpox ର ଦୁଇଟି ଷ୍ଟ୍ରେନ୍ ଦ୍ରୁତ ଗତିରେ ବ୍ୟାପିଛି ।
ମଙ୍କିପକ୍ସ ସମସ୍ୟାର ମୁକାବିଲା ପାଇଁ ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ କୌଣସି ସମ୍ଭାବ୍ୟ ବିପଦକୁ ପରିଚାଳନା ତଥା ହ୍ରାସ କରିବା ପାଇଁ କଠୋର ପଦକ୍ଷେପ ନିଆଯାଇଛି। ଯେଉଁଥି ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।












Click it and Unblock the Notifications