Get Updates
Get notified of breaking news, exclusive insights, and must-see stories!

କାୟା ବିସ୍ତାର କରୁଛି HMPV ଭାଇରସ, ଏପରି ରୁହନ୍ତୁ ସତର୍କ

HMPV Virus: ଭାରତୀୟ ପରିଷଦ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ବେଙ୍ଗାଲୁରୁରେ ଦୁଇଟି, ଅହମ୍ମଦାବାଦରେ ଦୁଇଟି, ନାଗପୁରରେ ଦୁଇଟି ମାମଲା ଏବଂ ତାମିଲନାଡୁରେ ଦୁଇଟି ମାମଲା ନିଶ୍ଚିତ କରିସାରିଛି । ଏହି ଭାଇରାସକୁ ନେଇ ନଡ୍ଡା କହିଛନ୍ତି, HMPV ଏକ ନୂଆ ଜୀବାଣୁ ନୁହେଁ। ଏହା ପ୍ରଥମେ 2001 ରେ ଚିହ୍ନଟ ହୋଇଥିଲା ଏବଂ ଏହା ବହୁ ବର୍ଷ ଧରି ସାରା ବିଶ୍ୱରେ ବ୍ୟାପିଥିଲା । ସେହିପରି ଏହା କୋଭିଡ୍ ପରି ଭଙ୍କର ରୂପ ନେବ ନାହିଁ ସ୍ଥିତି ନିୟନ୍ତ୍ରଣରେ ରହିବ ।

HMPV cases are increasing in India

ହ୍ୟୁମନ ମେଟାନ୍ୟୁମୋଭାଇରସ ତଥା ଏଚ୍‌ଏମ୍‌ପିଭି ଏକ ପ୍ରକାରର ଭୂତାଣୁ । ଏହାର ଲକ୍ଷଣ ହେଉଛି, ଜ୍ୱର, କାଶ, ଥଣ୍ତା, ନିମୋନିଆ, ଶ୍ୱାସରୋଗର ବୃଦ୍ଧି ପରି ଲକ୍ଷଣ ମଧ୍ୟ ଦେଖିବା ପାଇଁ ମିଳିଥାଏ । ଏହା ଫୁସଫୁସ ରୋଗ ମଧ୍ୟ ସୃଷ୍ଟି କରିଥାଏ ।

ଶୀତ ଏବଂ ପ୍ରାରମ୍ଭର ବସନ୍ତରେ HMPV ସଂକ୍ରମଣ ବୃଦ୍ଧି ପାଇବା ଏକ ସାଧାରଣ କଥା । ଏହା ପିଲା ଏବଂ ବୃଦ୍ଧଙ୍କ ନିକଟରେ ଅଧିକ ଦେଖିବା ପାଇଁ ମିଳିଥାଏ । ଦୁର୍ବଳ ଇମ୍ୟୁନିଟି ସିସଟମର ଲୋକ ମାନେ ଏହି ସଂକ୍ରମଣରେ ଅଧିକା ଆକ୍ରାନ୍ତ ହୋଇଥାନ୍ତି । HMPV ନିମୋନିଆ, ଆଜମା କିମ୍ବା ସିଓପିଡିର ବୃଦ୍ଧି ଏବଂ କାନ ସଂକ୍ରମଣ ଭଳି ଗୁରୁତର ସମସ୍ୟା ସୃଷ୍ଟି କରିପାରେ ।

ଏହି ଭାଇରସ ପାଇଁ କୌଣସି ଟିକା ପ୍ରସ୍ତୁତ କରାଯାଇ ନାହିଁ । ତେଣୁ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ। ଯେହେତୁ ଏହି ଜୀବାଣୁ ସାଧାରଣତଃ ପିଲାମାନଙ୍କୁ ପ୍ରଭାବିତ କରିଥାଏ । ତେଣୁ ପିଲାକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ । ପିଲାମାନଙ୍କ ମଧ୍ୟରେ HMPV ସଂକ୍ରମଣକୁ ରୋକିବା ପାଇଁ କିଛି ଉପାୟ ।

ବାରମ୍ବାର ସାବୁନ ଏବଂ ପାଣିରେ ହାତ ଧୋଇ ସଫା କରନ୍ତୁ । ହ୍ୟାଣ୍ତ ସାନିଟାଇଜର ବ୍ୟବହାର କରନ୍ତୁ । ଛିଙ୍କିବା କିମ୍ବା କାଶ ହେବା ସମୟରେ ନାକ ଏବଂ ପାଟିକୁ ଘୋଡାଇ ରଖନ୍ତୁ । ଯଦି ଆପଣ ଅସୁସ୍ଥ ଅଛନ୍ତି ତେବେ ଲୋକଙ୍କଠାରୁ ଦୂରେଇ ରୁହନ୍ତୁ । ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମାସ୍କ ବ୍ୟବହାର କରନ୍ତୁ । ମୁହଁ, ଆଖି, ନାକ ଏବଂ ପାଟି ବାରମ୍ବାର ଛୁଅନ୍ତୁ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+