୫ ସେକେଣ୍ଡରେ ୨ ଥର ଜୀବନ ବଞ୍ଚାଇଲା ହେଲମେଟ୍, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
୫ ସେକେଣ୍ଡରେ ୨ ଥର ଜୀବନ ବଞ୍ଚାଇଲା ହେଲମେଟ୍, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
Viral vedio : ୫ ସେକେଣ୍ଡରେ ୨ ଥର ଜୀବନ ବଞ୍ଚାଇଲା ହେଲମେଟ୍ । ଗାଡ଼ିରୁ ପଡ଼ିବାର କିଛି ସେକେଣ୍ଡ ମଧ୍ୟରେ ବିଦ୍ୟୁତ୍ ଖୁଣ୍ଟ ପଡିଥିଲା ବ୍ୟକ୍ତିଙ୍କ ଉପରେ କିନ୍ତୁ ହେଲମେଟ୍ ପନ୍ଧିଥିବାରୁ ଅଳ୍ପକେ ବର୍ତ୍ତିଯାଇଛି ଜୀବନ । ଭିଡିଓ ଦେଖିବା ପରେ ଆପଣ ହେଲମେଟର ଗୁରୁତ୍ୱ ବେଶ୍ ଭଲ ଭାବେ ବୁଝି ପାରିବେ । ଲୋକଙ୍କୁ ସଚେତନ କରିବା ପାଇଁ ଏକ ୧୬ ସେକେଣ୍ତର ଭିଡିଓ ଦିଲ୍ଲୀ ପୋଲିସ ଅଫିସିଆଲ୍ ଟ୍ୱିଟର ଏକାଉଣ୍ଟରେ ସେୟାର କରିଛି ।

God helps those who wear helmet !#RoadSafety#DelhiPoliceCares pic.twitter.com/H2BiF21DDD
— Delhi Police (@DelhiPolice) September 15, 2022
ଏହି ଭିଡିଓ ସେୟାର କରି ଦିଲ୍ଲୀ ପୋଲିସ୍ ଲେଖିଛି ଯେ' ହେଲମେଟ୍ ପିନ୍ଧିଲେ ଭଗବାନ ରକ୍ଷା କରିବେ, ହେଲମେଟ୍ ଆପଣଙ୍କୁ ଥରେ, ଦୁଇ ଥର କି ୩ ଥର ନୁହେଁ ଏକାଧିକ ଥର ରକ୍ଷା କରିପାରିବ । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଏ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଏହାକୁ ଦେଖିବା ସହ ସେୟାର ମଧ୍ୟ କରୁଛନ୍ତି ।












Click it and Unblock the Notifications