Get Updates
Get notified of breaking news, exclusive insights, and must-see stories!

ମୁଣ୍ଡ ବିହୀନ ସିକ୍ୟୁରିଟି ଗାର୍ଡ କରୁଛି ଡ୍ୟୁଟି...

Viral Video: ପ୍ରତିଦିନ କିଛି ନା କିଛି ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ ତ କିଛି ଦ୍ୱନ୍ଦରେ ପକାଇଥାଏ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଅଜବ ଫଟୋ ଭାଇରାଲ ହେଉଛି । ଯାହାକୁ ଦେଖି ଭୟଭୀତ ଲୋକେ । ଏହି ଫଟୋରେ ଜଣେ ମୁଣ୍ତ ବିହୀନ ସିକ୍ୟୁରିଟି ଗାର୍ଡ ଡ୍ୟୁଟି ଦେଉଛନ୍ତି । ଅନୁମାନ କରାଯାଉଛି କେହି ଜଣେ ରାତିରେ ତାଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।

https://i.redd.it/this-sitting-man-v0-ug9imvtbnnmb1.jpg?s=519ac67491e2d677248d1d617bdba3292d252221
ଭାଇରାଲ୍ ଫଟୋରେ ଜଣେ ସୁରକ୍ଷାକର୍ମୀ ଏକ ଦୋକାନ କିମ୍ବା ଆପାର୍ଟମେଣ୍ଟ ଜଗି ବସିଥିବା ପରି ମନେ ହେଉଛି । ସେ ପେଟରେ ହାତ ରଖି ଚେୟାରରେ ଆରାମରେ ବସିଛନ୍ତି । ହେଲେ ସିକ୍ୟୁରିଟି ଗାର୍ଡର ମୁଣ୍ତ ଫଟୋରେ ଦେଖିବା ପାଇଁ ମିଳୁନାହିଁ । ବର୍ତ୍ତମାନ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ, ସିକ୍ୟୁରିଟି ଗାର୍ଡର ମୁଣ୍ଡ କୁଆଡେ ଗଲା? ଏହା ଏକ ଭୂତ କି? ଅନେକ ଲୋକ ମଧ୍ୟ ଏପରି ପ୍ରଶ୍ନ ପଚାରୁଥିବାର ଦେଖିବା ପାଇଁ ମିଳୁଛି ।

viral photo

ସୋସିଆଲ ମିଡିଆ ପ୍ଲାଟଫମରେ reddit ପ୍ଲାଟଫର୍ମରେ ପୋଷ୍ଟ କରାଯାଇଛି । ଏହି ଫଟୋ ଭାଇରାଲ ହେବା ପରେ ଅନେକ ୟୁଜର୍ ନିଜ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି ମୋ ଅଫିସ୍ ବାହାରେ ଜଣେ ସିକ୍ୟୁରିଟି ଗାର୍ଡକୁ ଏମିତି ଶୋଇଥିବାର ଦେଖିଥିଲି । ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, 'ସେ ମୁଣ୍ଡକୁ ପଛକୁ କରି ଶୋଇଛନ୍ତି ବୋଧହୁଏ ।

ଏପରି ଭିନ୍ନ ଭିନ୍ନ କମେଣ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳୁଛି । କିଛି ୟୁଜର୍ସ ଏହି ଫଟୋକୁ ଏଡିଟେଡ୍ ବୋଲି କହୁଛନ୍ତି । ସୋସିଆଲ ମିଡିଆରେ ଭାଇରଲ ଏବଂ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ କେହି ଏପରି କରିଥାଇ ପାରନ୍ତି । ଅନ୍ୟପକ୍ଷରେ କିଛି ଲୋକ ଏହାକୁ ଭୁତ ବୋଲି ମଧ୍ୟ କହୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+