ରାଜ୍ୟରେ ୨ ଶହ ଗୋଶାଳା, ଗୋଖାଦ୍ୟ ପାଇଁ ମିଳିବ ଦୈନିକ ଟଙ୍କା
Odisha News: ଏଣିକ ରାଜ୍ୟରେ ହେବ ୨ ଶହ ଗୋଶାଳ ଏଥି ସହିତ ଗୋଖାଦ୍ୟ ପାଇଁ ପ୍ରତ୍ୟେକ ଦିନ ୫୪ ଟଙ୍କା ମିଳିବ । ଏନେଇ ବୁଧବାର ଦିନ ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ସେହିପରି ଗୋଶାଳାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଋଣ ଦେଉଛନ୍ତି ଏବଂ ୯୦ ପ୍ରତିଶତ ଋଣ ଛାଡ଼ ମଧ୍ୟ କରୁଥିବା ନେଇ ମନ୍ତ୍ରୀ କହିଛନ୍ତି ।

ଗୋଖାଦ୍ୟ ପାଇଁ ଦୈନିକ ୪୫ଟଙ୍କା ମଧ୍ୟ ସରକାରଙ୍କ ତରଫରୁ ମିଳିବ । ଏହିସହ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ମନ୍ତ୍ରୀ ଅପିଲ୍ କରିଛନ୍ତି ।
ସେହିପରି ଉପମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି, ୨୦୨୫ ସୁଦ୍ଧା ସମସ୍ତ ରାଜସ୍ୱ ଗାଁ'ରେ ପହଞ୍ଚିବ ବିଜୁଳି । ଆଜି ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଏବଂ ଖସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ।












Click it and Unblock the Notifications