ଶ୍ରମିକଙ୍କୁ ଦଶହରା ଭେଟି: ବଢିଲା ସର୍ବନିମ୍ନ ମଜୁରୀ
Minimum Wage Rate Hike: ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ଦଶହରା ଭେଟି । ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ଏକ ଖୁସି ଖବର । ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ହାର ବୃଦ୍ଧି କରି ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଶ୍ରମିକଙ୍କ ସହାୟତା ପ୍ରଦାନ ଓ ଜୀବନରେ ମାନ ବୃଦ୍ଧି କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଭାରିଏବୁଲ ଡିୟରନେସ ଆଲାଉନ୍ସକୁ ସଂଶୋଧନ କରି ସର୍ବନିମ୍ନ ମଜୁରୀ ଦର ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ୧ ଅକ୍ଟୋବର ୨୦୨୪ ରୁ ଲାଗୁ ହେବ ।

ତେବେ ସରକାରୀ ଅଫିସରେ କାମ କରୁଥିବା, ଲୋଡିଂ, ଅନଲୋଡିଂ, ୱାଚ୍ ଓ ୱାର୍ଡ , ସେଫେଇ କର୍ମଚାରୀ, ହାଉସ କିପିଂ କର୍ମଚାରୀ ଏହି ନୂତନ ବେତନ ହାରରେ ଉପକୃତ ହେବେ । ଏହି ବୃଦ୍ଧି ୧ ଅକ୍ଟୋବର ୨୦୨୪ ରୁ ଲାଗୁ ହେବ । ଏହାପୂର୍ବରୁ ଏପ୍ରିଲ 2024 ରେ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଥିଲା । ମନ୍ତ୍ରଣାଳୟ କହିଛି ଯେ ଭାରିଏବୁଲ ଡିୟରନେସ ଆଲାଉନ୍ସକୁ ସମୀକ୍ଷା କରିବା ପରେ ସର୍ବନିମ୍ନ ମଜୁରୀ ହାର ବୃଦ୍ଧି କରାଯାଇଛି।












Click it and Unblock the Notifications