Get Updates
Get notified of breaking news, exclusive insights, and must-see stories!

ପୁଣି ଗୁଗଲ କରିବ ଛଟେଇ, ଜାଣନ୍ତୁ କେତେ କର୍ମଚାରୀ ହେବେ ପ୍ରଭାବିତ

Google Layoffs: ଟେସଲା ପରେ ପୁଣି ଗୁଗଲରେ ହେବ ଛଟେଇ । ଚଳିତ ବର୍ଷ ଏପର୍ଯ୍ୟନ୍ତ ଅନେକ ବଡ଼ ବଡ଼ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ କରିଥିବା ଖବର ପ୍ରକାଶ ପାଇଛି । ଟେକ୍ ଜଏଣ୍ଟ୍ ଗୁଗୁଲରେ ପୁଣି ଥରେ Google Layoffs ହେବା ନେଇ ସୂଚନା ରହିଛି । ଯାହା କମ୍ପାନୀର ପ୍ରତ୍ୟେକ ଟିମ୍ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି ।

ବିଜନେସ୍ ଇନସାଇଡର୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଅନୁସାରେ, ଗୁଗଲ୍ ମୁଖପାତ୍ରଙ୍କ ଏହି ଛଟେଇ ନେଇ ସୂଚନା ଦେଇଛନ୍ତି । ଅପରେସନ୍ ମୂଲ୍ୟ ହ୍ରାସ କରିବାକୁ ପ୍ରୟାସର ଗୁଗୁଲ ପୁନର୍ବାର କିଛି କର୍ମଚାରୀଙ୍କୁ ବାହର କରିପାରେ । ଏହି ଛଟେଇ ଗୁଗୁଲର ରିଏଲ୍ ଇଷ୍ଟେଟ୍ ଦଳ ଏବଂ ଅର୍ଥ ବିଭାଗ ଟିମକୁ ପ୍ରଭାବିତ କରିବ । ହେଲେ ଏପର୍ଯ୍ୟନ୍ତ ଏହି ଖବରର ସ୍ପଷ୍ଟ ସୂଚନା ପ୍ରକାଶ ପାଇ ନାହଁ ।

Google Layoffs

କମ୍ପାନୀର ମୁଖପାତ୍ରଙ୍କ ସୂଚନା ଅନୁସାରେ ଏଥର କମ୍ପାନୀ ଅଳ୍ପ କିଛି କର୍ମଚାରୀଙ୍କୁ କାଢିବ । ଯାହା ସମଗ୍ର କମ୍ପାନୀ ଉପରେ ପ୍ରଭାବ ପକାଇବ ନାହିଁ । କମ୍ପାନୀ ବାହର କରିଥିବା କର୍ମଚାରୀ ପୁଣି ଗୁଗୁଲରେ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ କରିବାର ସୁଯୋଗ ପାଇବେ । ହେଲେ ଏଥର କେତେ କର୍ମଚାରୀଙ୍କୁ ବାହର କରାଯିବ ତାହା ସ୍ପଷ୍ଟ ହୋଇ ନାହିଁ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, କମ୍ପାନୀ କେତେ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବ, କେଉଁ କେଉଁ ଦଳରୁ ଏହା ଦ୍ୱାରା ପ୍ରଭାବିତ ହେବ ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ ପାଇ ନାହିଁ । ଗୁଗୁଲ ଏହାର ଅପରେଟିଂ ଖର୍ଚ୍ଚକୁ ଭଲ ଭାବରେ ପରିଚାଳନା କରିବା ପାଇଁ ଏହି Layoffs କରାଯାଉଛି ବୋଲି କୁହାଯାଉଛି । ଭାରତ ଏବଂ ଚିକାଗୋ, ଆଟଲାଣ୍ଟା ଏବଂ ଡବଲିନ ଅବସ୍ଥିତ ହବ୍ ଅନ୍ତର୍ଭୁକ୍ତ ଗୁଡିକୁ ସ୍ଥାନାନ୍ତର କରିବ ଗୁଗଲ୍ ।


2024 ରେ ଏହା ହେଉଛି ଗୁଗୁଲର ଦ୍ୱିତୀୟ Layoffs ୨୦୨୪ ଆରମ୍ଭ ଏପର୍ଯ୍ୟନ୍ତ ପ୍ରାୟ ୫୦ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯାଇ ସାରିଛି । ଏହାପୂର୍ବରୁ ଜାନୁୟାରୀ ମାସରେ 2024 ର ଆରମ୍ଭରେ ଗୁଗୁଲ ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ କାଢିଥିଲା । ଇଞ୍ଜିନିୟରିଂ, ହାର୍ଡୱେର୍ ଏବଂ ଆସିଷ୍ଟାଣ୍ଟ ଦଳର କର୍ମଚାରୀମାନେ ସେହି ଛଟେଇର ଶିକାର ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+