Get Updates
Get notified of breaking news, exclusive insights, and must-see stories!

Google'ରେ ମହାକୁମ୍ଭ ସର୍ଚ୍ଚ କଲେ ହେଉଛି ଗୋଲାପ ବର୍ଷା

Mahakumbh 2025: ଜାନୁଆରୀ ୧୩ ତାରିଖରୁ ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି 'ମହାକୁମ୍ଭ ମେଳା'। ତେବେ କେବଳ ଭାରତ ନୁହେଁ ବର୍ତ୍ତମାନ ସାରା ବିଶ୍ୱ ପାଳୁଛି 'ମହାକୁମ୍ଭ'। ବିଶ୍ୱର ଧନୀ ବ୍ୟକ୍ତି ବିଲ୍‌ ଗେଟ୍‌ସ ମଧ୍ୟ ମହାକୁମ୍ଭ ମେଳାରେ ସାମିଲ ହୋଇଛନ୍ତି । ସେହିପରି ଲକ୍ଷ ଲକ୍ଷ ନାଗା ସାଧୁ, ସାଧୁ ସନ୍ଥ ଏବଂ ଦେଶ ବିଦେଶର ଅନେକ ଲୋକ ବିଶ୍ଵ ର ସର୍ବବୃହତ ଧାର୍ମିକ ସମ୍ମେଳନ କୁମ୍ଭ ମେଳାରେ ଯୋଗ ଦେଇଛନ୍ତି ।

ଧାର୍ମିକ ମେଳା ମହାକୁମ୍ଭ। ୧୨ ବର୍ଷ ପରେ ମହାକୁମ୍ଭ ପ୍ରୟାଗରାଜରେ ଗଙ୍ଗା ଏବଂ ଯମୁନା ନଦୀର ସଙ୍ଗମସ୍ଥଳରେ ଆୟୋଜିତ ହୋଇଛି । ଏହା ସନାତନ ଧର୍ମ ପ୍ରତି ବିଶ୍ୱାସର ସବୁଠାରୁ ବଡ଼ ପର୍ବ । ପ୍ରଥମ ସ୍ନାନ ୧୪ ଜାନୁଆରୀରେ ମକର ସଂକ୍ରାନ୍ତି ଅବସରରେ ହୋଇଥିଲା। ଯେଉଁଥିରେ ସନ୍ଥ, ମୁନି ଏବଂ ନାଗା ସାଧୁଙ୍କ ସମେତ ମୋଟ 3.5 କୋଟି ଲୋକ ପବିତ୍ର ଗଙ୍ଗାରେ ବୁଡ଼ ପକାଇ ଅମୃତ ସ୍ନାନ କରିଥିଲେ।

oogle is also celebrating Mahakumbh

୧୪୪ ବର୍ଷ ପରେ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭରେ ଗଙ୍ଗା ସ୍ନାନ କରି ସମସ୍ତେ ଧନ୍ୟ ଅନୁଭବ କରୁଛନ୍ତି। କେବଳ ହିନ୍ଦୁ ନୁହେଁ ବରଂ ଅନ୍ୟ ଧର୍ମର ବିଦେଶୀମାନେ ମଧ୍ୟ ମହାକୁମ୍ଭରେ ପହଞ୍ଚିଛନ୍ତି।

ସେହିପରି ଗୁଗୁଲ୍ ମଧ୍ୟ ପବିତ୍ର କୁମ୍ଭ ମେଳା ସେଲିବ୍ରେଟ୍ କରୁଥିବାରେ ଦେଖିବା ପାଇଁ ମିଳୁଛି । ଗୁଗୁଲ୍ ଡୁଡଲ୍ ପ୍ରତ୍ୟେକ ବିଶେଷ ଅବସରକୁ ଏକ ସ୍ୱତନ୍ତ୍ର ଉପାୟରେ ପାଳନ କରିବା ପାଇଁ ଜଣାଶୁଣା। 45 ଦିନ ଧରି ହେବାକୁ ଥିବା ଏହି ମେଳା ହିନ୍ଦୁଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ଏହି ବଡ଼ ପର୍ବ ମହାକୁମ୍ଭ ପାଳନ କରିବା ପାଇଁ ଏକ ଅନନ୍ୟ ପଦକ୍ଷେପ ନେଇଛି ଗୁଗୁଲ୍ ।

ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନର ଏହି ପରୀକ୍ଷଣରେ ପ୍ରତ୍ୟେକ ଭାରତୀୟ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛନ୍ତି। ଗୁଗୁଲରେ ମହାକୁମ୍ଭ ଟାଇପ୍ କରିବା ମାତ୍ରେ ଗୋଲାପ ଫୁଲ ପାଖୁଡାର ବର୍ଷା ହେଉଛି । ଗୁଗୁଲ୍ ଏଥିପାଇଁ ମ୍ୟାଜିକ୍ ଫିଲ୍ଟର ବ୍ୟବହାର କରିଛି। ଯେଉଁଥିରେ ବ୍ୟବହାରକାରୀମାନେ ମୋବାଇଲ୍ ଏବଂ ଲାପଟପରେ ମହାକୁମ୍ଭ ଟାଇପ୍ କରିବା ମାତ୍ରେ ଫୁଷ୍ପ ବର୍ଷା ହେଉଛି । ତେବେ ଏହା ବର୍ତ୍ତମାନ ଆକର୍ଷଣର କେନ୍ଦ୍ର ପାଲଟିଛି ।

ସୂଚନାଥାଉ ଯେ, ପ୍ରୟାଗରାଜରେ ମହାକୁମ୍ଭର ମହାନ କାର୍ଯ୍ୟକ୍ରମ ଉତ୍ତର ପ୍ରଦେଶର ଯୋଗୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜନ କରାଯାଇଛି। ଯୋଗୀ ସରକାର ଗତ ଗୋଟିଏ ବର୍ଷ ଧରି ମହାକୁମ୍ଭ ଆୟୋଜନ ପାଇଁ ପ୍ରସ୍ତୁତି କରୁଥିଲେ। ଏଠାକୁ ଆସୁଥିବା ଭକ୍ତମାନଙ୍କ ସମସ୍ତ ସୁବିଧା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ମକର ସଂକ୍ରାନ୍ତି ଦିନ ଯୋଗୀ ସରକାରଙ୍କ ପକ୍ଷରୁ ହେଲିକପ୍ଟରରୁ ତ୍ରିବେଣୀ ସଙ୍ଗମ ଉପରେ ଗୋଲାପ ବର୍ଷା କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+