Get Updates
Get notified of breaking news, exclusive insights, and must-see stories!

Google Chrome New Feature: ଗୁଗଲ୍ ଆଣିଲା ଏହି ନୂଆ ଖାସ୍ ଫିଚର୍

Google Chrome New Feature: ସୋସିଆଲ ମିଡିଆ ଯୁଗରେ ଆଜି ବି ଅନେକ ଲୋକ ପଢିବା ପାଇଁ ପସନ୍ଦ କରନ୍ତି । ଖାଲି ସମୟରେ ବହି ଏବଂ ନୋଭେଲ୍ ଆଦି ପଢିବାରେ ଅନେକ ଲୋକ ରୁଚି ରଖନ୍ତି । ଅନେକ ଲୋକ ନିଜ ଫୋନ୍, ଟ୍ୟାବ୍ କିମ୍ବା ଲାପଟପ୍ ରେ କାହାଣୀ,ନ୍ୟୁଜ୍ ଆଜି ପଢିବା ପସନ୍ଦ କରନ୍ତି । ଗୁଗୁଲ୍ ଏପରି ୟୁଜର୍ସଙ୍କ ପାଇଁ ଏକ ନୂତନ ଫିଚର ଆଣିଛି । ଯାହା ସାହାଯ୍ୟରେ ବର୍ତ୍ତମାନ ଆପଣ ପଢିବା ବ୍ୟତୀତ ଏହାକୁ ଶୁଣି ମଧ୍ୟ ପାରିବେ ।

ଆଣ୍ଡ୍ରଏଡ୍ ଉପଭୋକ୍ତାମାନେ ବର୍ତ୍ତମାନ ମ୍ୟୁଜିକ୍ ଏବଂ ପୋଡକାଷ୍ଟ ପରି ୱେବପେଜକୁ ଶୁଣି ମଧ୍ୟ ପାରିବେ । Google 'Listen to this page' ନାମକ ଏକ ନୂଆ ଫିଚର ଆଣିଛି । ଏହି ଫିଚର ବିଶେଷତ୍ୱ ହେଉଛି ଆପଣ ନିଜ ଗ୍ୟାଜେଟ୍ ବନ୍ଦ କରି ନିଜ ମନ ପସନ୍ଦ content ଶୁଣିପାରିବେ । ଆପଣଙ୍କୁ କେବଳ କ୍ରୋମ ବ୍ରାଉଜରରେ ଯେକୌଣସି ୱେବ୍ ପୃଷ୍ଠା ଖୋଲିବାକୁ ପଡିବ ଏବଂ ବିକଳ୍ପକୁ ଯାଇ 'Listen to this page' ଉପରେ କ୍ଲିକ୍ କରିବା ପାଇଁ ପଡିବ । ଏହା ପରେ ଆପଣ ସମସ୍ତ text ପଢିବା ପରିବର୍ତ୍ତେ ଶୁଣି ମଧ୍ୟ ପାରିବେ ।

Google Chrome New Feature

ଗୁଗୁଲ ବର୍ତ୍ତମାନ ଏହି ଫିଚରକୁ 12ଟି ଭାଷାରେ ଆରମ୍ଭ କରିବା ପାଇଁ ଯାଉଛି । ଆରବୀ, ବଙ୍ଗାଳୀ, ଚାଇନିଜ୍, ଇଂରାଜୀ, ଫରାସୀ, ଜର୍ମାନ, ହିନ୍ଦୀ, ଇଣ୍ଡୋନେସିଆ, ଜାପାନିଜ୍, ପର୍ତ୍ତୁଗୀଜ୍, ଋଷ ଏବଂ ସ୍ପାନିସ୍ ପରି ଭାଷା ସାମିଲ ଅଛି । ଏହି ଫିଚରକୁ ବ୍ୟବହାର କରିବାକୁ, ସର୍ବପ୍ରଥମେ ଗୁଗୁଲ୍ କ୍ରୋମ୍ ଖୋଲନ୍ତୁ, ଏହା ପରେ ଆପଣ ଶୁଣିବାକୁ ଚାହୁଁଥିବା ୱେବପୃଷ୍ଠାକୁ ଓପନ୍ କରନ୍ତୁ । ଏହା ପରେ ଉପର ପାର୍ଶ୍ୱରେ ଥିବା 'More' ବଟନ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ 'ଲିସଟୁ ଦିସ୍ ପେଜ୍' ବିକଳ୍ପକୁ କ୍ଲିକ୍ କରନ୍ତୁ । ଏପରିକି ଆପଣ ନିଜ ପସନ୍ଦ ଅନୁଯାୟୀ ପାଠ୍ୟର ସ୍ୱର ମଧ୍ୟ ବାଛିପାରିବେ । ସେହିପରି IOS'ରେ ମଧ୍ୟ ଆପଣ "Listen to Page" ନାମରେ ଫିଚର ମିଳିବ । ଯାହାକୁ ଆପଣ Siri ସ୍ୱରରେ ମଧ୍ୟ ଶୁଣି ପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+