ସକାଳୁ ପ୍ରଥମେ ଏହି କାର୍ଯ୍ୟ କରନ୍ତି ଗୁଗଲ୍ CEO ସୁନ୍ଦର ପିଚାଇ

Google CEO: ଗୁଗୁଲରେ ଲୋକଙ୍କୁ ନିଜର ସବୁ ପ୍ରଶ୍ନର ଉତ୍ତର ମିଳିଥାଏ । ଏହାସହ ସେମାନଙ୍କର ସମସ୍ୟାର ସମାଧାନର ବାଟ ମଧ୍ୟ ଦେଇଥାଏ ଗୁଗଲ୍ । କାରଣ ଏହା ବିଶ୍ୱର ସବୁଠାରୁ ବଡ ଏବଂ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ । ଯଦି ଦୁନିଆର ଅଧିକାଂଶ ଲୋକ କୌଣସି ବିଷୟରେ ସୂଚନା ପାଇବା ପାଇଁ ଚାହାଁନ୍ତି , ତେବେ ସେମାନେ ଗୁଗୁଲରେ ସର୍ଚ୍ଚ କରିଥାନ୍ତି ଅନେତ ଲୋକ ନିଜ ଦିନର ଆରମ୍ଭ ହିଁ ଗୁଗୁଲରୁ କରନ୍ତି , କିନ୍ତୁ ଆପଣ ଜାଣନ୍ତି କି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ନିଜ ଦିନ କିପରି ଆରମ୍ଭ କରିଥାନ୍ତି ।

ସୁନ୍ଦର ପିଚାଇ ନିଜ ଦିନର ଆରମ୍ଭ ଟେକ୍ ନ୍ୟୁଜରୁ ଆରମ୍ଭ କରିଥାନ୍ତି । ଏଥିପାଇଁ ସେ ସୋସିଆଲ ମିଡିଆ ଆପ କିମ୍ବା ଖବରକାଗଜର ନୁହେଁ ବରଂ ଏକ ୱେବସାଇଟରୁ ନୂଆ କଣ୍ଟେଣ୍ଟ ପାଇଥାନ୍ତି । ମିଡିଆ ରିପୋର୍ଟ ସୂଚନା ଅନୁସାରେ ସୁନ୍ଦର ପିଚାଇ ପ୍ରତିଦିନ ସକାଳେ ଉଠିବା ମାତ୍ରେ ଏହି ୱେବସାଇଟରୁ ଟେକ୍ ନ୍ୟୁଜ୍ ପଢିଥାନ୍ତି । ଏହି ୱେବସାଇଟର ନାଁ ହେଉଛି Techmeme । ଏହି ୱେବସାଇଟରେ ଲୋକଙ୍କୁ ସମଗ୍ର ବିଶ୍ୱରେ ସମସ୍ତ ଟେକ୍ ୱେବସାଇଟ୍ ର ଖବର ମିଳିଥାଏ । ଏହି ୱେବ୍‌ସାଇଟ୍‌ର ମୂଳ ଲକ୍ଷ୍ୟ ଟେକ୍ ଇଣ୍ଡଷ୍ଟ୍ରୀକୁ ପ୍ରତ୍ୟେକ ମୁହୁର୍ତ୍ତରେ ଅପ୍‌ଡେଟ୍‌ ରଖିବା ବା ପ୍ରତ୍ୟକ ମୂହୁର୍ତ୍ତର ନ୍ୟୁଜ୍ ଦେବା ।

Google CEO

ଏହି ୱେବସାଇଟରେ, ଦ ୱର୍ଜ, ସିଏନବିସି, ବ୍ଲୁମବର୍ଗ ଭଳି ଅନେତ ବଡ଼ ବଡ଼ ପୋର୍ଟାଲର ଖବର ଏହି ୱେବସାଇଟରେ ମିଳିଯାଇଥାଏ । ତେଣୁ ଗୁଗୁଲର ସିଇଓ ସୁନ୍ଦର ପିଚାଇ ମଧ୍ୟ ପ୍ରତିଦିନ ସକାଳେ ଏହି ୱେବସାଇଟରୁ ନିଜ ଦିନ ଆରମ୍ଭ କରନ୍ତି, ଯାହାଫଳରେ ସେ ସମସ୍ତ ଅପଡେଟ୍ ଟେକ୍ ନ୍ୟୁଜ୍ ବିଷୟରେ ସୂଚନା ପାଇପାରନ୍ତି ।

ତେବେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ କେବଳ ଏହି ୱେବସାଇଟର ବ୍ୟବହାର କରନ୍ତି ନାହିଁ ବିଶ୍ୱର ଅନେତ ବଡ଼ ବ୍ୟକ୍ତି ଟେକ୍ ବିଷୟରେ ସୂଚନା ପାଇଁ ପାଇଁ ଏହି ୱେବସାଇଟ୍ ଭିସିଟ୍ କରିଥାନ୍ତି । ଏଥିମଧ୍ୟରେ ଫେସବୁକ୍ ପ୍ରତିଷ୍ଠାତା ତଥା ମେଟା ମାଲିକ ମାର୍କ ଜୁକରବର୍ଗ, ଇନଷ୍ଟାଗ୍ରାମର ମୁଖ୍ୟ ଏଡମ ମୋସେରୀଙ୍କ ପରି ବ୍ୟକ୍ତି ନାଁ ମଧ୍ୟ ସାମିଲ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+