ସ୍ୱତନ୍ତ୍ର ଡୁଡଲ୍ ସହିତ ଭାରତର ସ୍ୱାଧୀନତାକୁ ପାଳନ କରୁଛି ଗୁଗଲ୍
Independence Day 2022 : Google Celebrates India's Independence Dayସ୍ୱତନ୍ତ୍ର ଡୁଡଲ୍ ସହିତ ଭାରତର ସ୍ୱାଧୀନତାକୁ ପାଳନ କରୁଛି ଗୁଗଲ୍
ନୂଆଦିଲ୍ଲୀ: ଆଜି ସାରାଦେଶ ୭୬ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଚାରି ଆଡ଼େ ଆନନ୍ଦ ଉଲ୍ଲାସର ମାହୋଲ । ସାରା ଦେଶରେ ଏବେ ଚାଲିଛି ହର ଘର ତ୍ରିରଙ୍ଗା ଅଭିଯାନ । ସାରା ଦେଶରେ ଉଚ୍ଛ୍ୱସିତ ସମର୍ଥନ ମିଳିଛି । ନିଜ ନିଜ ଘରେ ତ୍ରିରଙ୍ଗା ଉଡାଇ ସ୍ୱାଧୀନତାର ୭୫ବର୍ଷ ପାଳନ କରୁଛନ୍ତି ଲୋକ । ସମସ୍ତ ପରସ୍ପରକୁ ସ୍ୱାଧିନତା ଦିବସ ଅବସରରେ ଶୁଭେଚ୍ଛା ଜଣାଉଛନ୍ତି । ତେବେ ଏଥିରୁ ବାଦ୍ ପଡିନି ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ । ଗୁଗଲ୍ କମ୍ପାନୀ ସ୍ୱତନ୍ତ୍ର ଡୁଡଲ୍ କରି ଭାରତୀୟଙ୍କୁ ଶୁଭକାମନା ଜଣାଇଛି ।

ଗୁଗଲ୍ ଏହି ଡୁଡଲ ଖୁବ ରଙ୍ଗିନ୍ ହୋଇଥିବା ବେଳେ ଏଥିରେ ଗୁଡ଼ି ଉଡାଯାଉଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି । ଏହା ସହ ସ୍ୱାଧିନତା ପରେ ଭାରତ କେତେ ଉନ୍ନତି କରିଛି ତାହା ଚିତ୍ର ମାଧ୍ୟମରେ ଅତି ସରଳ ଭାବେ ଦର୍ଶାଯାଇଛି । ତେବେ ଗୁଡ଼ି ଉଡାଇବା ଭାରତୀୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କାରଣ ବ୍ରିଟିସ୍ ଶାସନ କାଳରେ ସ୍ୱାଧିନତା ସଂଗ୍ରାମୀମାନେ ଗୁଡ଼ିରେ ନାରା ଲେଖି ଆକାଶରେ ଉଡାଉଥିଲେ । ଯେଉଁଥି ପାଇଁ ପ୍ରତ୍ୟକ ବର୍ଷ ସ୍ୱାଧିନତା ଦିବସରେ ଗୁଡି଼ ମଧ୍ୟ ଉଡାଯାଇଥାଏ । ଯାହା ଏହି ଡୁଡଲରେ ସ୍ଥାନ ପାଇଛି ଏହାସହ କେରଳର କଳା ମଧ୍ୟ ଏଥିରେ ଦେଖିବା ପାଇଁ ମିଳୁଛି । ଜିଆଇଏଫ୍ ଆନିମେସନ୍ ଦ୍ୱାରା ଏହା ଅଧିକ ସୁନ୍ଦର ଦେଖାଯାଉଛି । ଏହା ମାଧ୍ୟମରେ ଭାରତର ବିକାଶକୁ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରାଯାଇଛି ।












Click it and Unblock the Notifications